ନୂଆଦିଲ୍ଲୀ: ପୋଲିସ ଶହୀଦ ସ୍ମାରକୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପୋଲିସଙ୍କ ବୀରତ୍ୱ ଏବଂ ବଳିଦାନ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ଓ ଦେଶବାସୀଙ୍କ ସୁରକ୍ଷା ଦିଗରେ ସେମାନଙ୍କର ଅତୁଟ ସମର୍ପଣ ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଏକ୍ସର ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପୋଲିସ ଶହୀଦ ସ୍ମାରକୀ ଦିବସ ଅବସରରେ ଆମେ ଆମ ପୋଲିସଙ୍କ ବୀରତ୍ୱକୁ ସଲାମ କରୁଛୁ ଏବଂ କର୍ତ୍ତବ୍ୟ ପାଳନରେ ସେମାନେ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ । ସେମାନଙ୍କ ଦୃଢ଼ ସମର୍ପଣ ଆମ ଦେଶ ଓ ଦେଶବାସୀଙ୍କୁ ସୁରକ୍ଷିତ ରଖିଛି। ସଙ୍କଟ ସମୟରେ ଏବଂ ଆବଶ୍ୟକତା ବେଳେ ସେମାନଙ୍କ ବୀରତ୍ୱ ଓ ପ୍ରତିବଦ୍ଧତା ପ୍ରଶଂସନୀୟ।”