Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଭବ ଆଧାରିତ ଶିକ୍ଷା ଉପରେ ନୟାଗଡ ଜିଲ୍ଲାର ସ୍କୁଲ ଗୁଡିକରୁ ତଥ୍ୟ ସଂଗ୍ରହ
ଆଜିର ଖବର

ଅନୁଭବ ଆଧାରିତ ଶିକ୍ଷା ଉପରେ ନୟାଗଡ ଜିଲ୍ଲାର ସ୍କୁଲ ଗୁଡିକରୁ ତଥ୍ୟ ସଂଗ୍ରହ

October 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନୁଭବ ଆଧାରିତ ଶିକ୍ଷା ଉପରେ ନୟାଗଡ ଜିଲ୍ଲାର ସ୍କୁଲ ଗୁଡିକରୁ ତଥ୍ୟ ସଂଗ୍ରହ
ଅନୁଭବ ଆଧାରିତ ଶିକ୍ଷା ଉପରେ ନୟାଗଡ ଜିଲ୍ଲାର ସ୍କୁଲ ଗୁଡିକରୁ ତଥ୍ୟ ସଂଗ୍ରହ

ରଣପୁର: ରାଷ୍ଟ୍ରୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT) ନିରନ୍ତର ଭାବରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଅଛି। ଜାତୀୟ ଶିକ୍ଷାନୀତି ୨୦୨୦ ର ଲକ୍ଷ୍ୟକୁ ସୁଦୃଢ କରିବା ପାଇଁ ଶିକ୍ଷକ ଶିକ୍ଷା ବିଭାଗ (DTE) ଦେଶର ବିଭିନ୍ନ ରାଜ୍ୟର ସ୍କୁଲଗୁଡିକର ଅନୁଭବ ଆଧାରିତ ଶିକ୍ଷା ସମ୍ପର୍କିତ ଗବେଷଣା କାର୍ଯ୍ୟ କରୁଛି।

ଏହି ଅଧ୍ୟୟନ ଅନୁଯାୟୀ ମାଧ୍ୟମିକ ସ୍ତର ଶ୍ରେଣୀ ( ଷଷ୍ଠ ରୁ ଅଷ୍ଟମ) ର ୨୫ଟି ସ୍କୁଲ ଚୟନ ହେବା ସହିତ ଓଡ଼ିଶାର କନ୍ଧମାଳ, ବୌଦ୍ଧ, ନୟାଗଡ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଚିହ୍ନଟ କରାଯାଇଛି। ନୟାଗଡ ଜିଲ୍ଲାର ତଥ୍ୟ ସଂଗ୍ରହ କାର୍ଯ୍ୟରେ ସହଯୋଗ ପାଇଁ TE & SCERT ଓଡିଶା ତରଫରୁ ନୟାଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରତିଷ୍ଠାନ ତରଫରୁ ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ଅନିନ୍ଦିତା ପ୍ରିୟଦର୍ଶିନୀଙ୍କୁ ଚୟନ କରିଛନ୍ତି। ଏହି ତଥ୍ୟ ସଂଗ୍ରହ କାର୍ଯ୍ୟ ପାଇଁ ଜିଲ୍ଲାରୁ ୫ଟି ବିଦ୍ୟାଳୟକୁ ମନୋନୀତ କରାଯାଇଅଛି।

ଏହି କାର୍ଯ୍ୟଟି ଚଳିତ ଅକ୍ଟୋବର ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟି, ପି.ଏମ.ଶ୍ରୀ. ସୋଲପଟା ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁର ଭାଗିରଥି ସରକାରୀ ଉଚ୍ଚ ବିଦ୍ୟାଳୟ, ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟ ଓ ନୟାଗଡ ଜବାହର ନବୋଦୟ ବିଦ୍ୟାଳୟ ନାମକ ପାଞ୍ଚଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମ ନିମନ୍ତେ ମନୋନୀତ କରାଯାଇଛି। ଏଥି ମଧ୍ୟରୁ ନୟାଗଡ ଜବାହର ନବୋଦୟ ବିଦ୍ୟାଳୟରେ ଆସନ୍ତା ଅକ୍ଟୋବର ୨୮ ତାରିଖ ଦିନ ତଥ୍ୟ ସଂଗ୍ରହ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଅଛି।

ଏହା ବ୍ୟତୀତ ଉପରୋକ୍ତ ୪ଟି ବିଦ୍ୟାଳୟରୁ ସୁଚାରୁରୂପେ ପ୍ରଧାନଶିକ୍ଷକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମପନ୍ନ କରାଯାଇଛି। ଏହି କାର୍ଯ୍ୟରେ ସହାୟତା କରିବା ନିମନ୍ତେ ନୂଆଦିଲ୍ଲୀ ଆସୋସିଏଟ ପ୍ରଫେସର ଡ଼. ଭାବଗ୍ରାହୀ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହା NCERT ର ଏକ ସକାରାତ୍ମକ ପ୍ରୟାସ, ଯାହା ଶିକ୍ଷାକୁ ଅଧିକ ଗୁଣାତ୍ମକ ଓ ଅଭିଜ୍ଞତା ମୂଳକ ଗବେଷଣାତ୍ମକ ଓ ବାସ୍ତବତା କାର୍ଯ୍ୟକୁ ଆଗେଇ ନେବା ସହିତ ଶିକ୍ଷାନୀତି କୁ ଦୃଢ଼ିଭୂତ କରିବ ବୋଲି ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀ ମତ ଦେଇଛନ୍ତି।

NCERT ଗୁଣାତ୍ମକ ଶିକ୍ଷା ଜାତୀୟ ଶିକ୍ଷାନୀତି-୨୦୨୦ ନୟାଗଡ଼ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.