ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହରେ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନିର୍ବାଚନକୁ ସଠିକ୍ ଏବଂ ନିର୍ଭୁଲ ଭାବରେ ପରିଚାଳନା କରିବା ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରଶିକ୍ଷଣ ନେଇଛନ୍ତି। ତାଲିମରେ ବିଶେଷ ଭାବେ ଇଭିଏମ୍ ଏବଂ ଭିଭିପାଟ୍ ଯନ୍ତ୍ରପାତିର ସଠିକ୍ ପରିଚାଳନା, ନିର୍ବାଚନରେ ବ୍ୟବହୃତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ଏବଂ ତାର ତୁରନ୍ତ ମରାମତି କରିବା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି ଶିବିରରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ରଇତ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।



