Categories
ଆଞ୍ଚଳିକ

ବେଗୁନିଆପଡାରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଦିନ ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି। ଏଥିରେ କଲେଜର ଅଧ୍ୟକ୍ଷ ଅଭିମନ୍ୟୁ ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏଥିରେ ପ୍ରଶିକ୍ଷିକା ଭାବେ ଦିବ୍ୟାନି ସାହୁ ଓ ପୁଜାରାଣୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା କୌଶଳ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ପଛୁଆ ବର୍ଗଙ୍କ ସର୍ଭେ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ଆସନ୍ତା ମଇ ୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପଛୁଆ ବର୍ଗ ଶିକ୍ଷାଗତ ଓ ସାମାଜିକ ସ୍ଥିତି ସମ୍ପର୍କିତ ସର୍ଭେ ହେବାକୁ ଯାଉଅଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧୀନରେ ନିୟୋଜିତ ହେବାକୁ ଥିବା ଏନୁମରେଟର ଏବଂ ସୁପରଭାଇଜର ମାନଙ୍କର ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଗତକାଲି ସୋମବାର ୧୦ ତାରିଖ ଏବଂ ଆଜି ୧୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୭୨ ଜଣ ଏନୁମରେଟର ଏବଂ ୭ ଜଣ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଉଛି।

ସେମାନଙ୍କୁ ୪ ଜଣ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ତାଲିମ ପ୍ରଦାନ କରୁଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ ନୋଡାଲ ଅଧିକାରୀଣି ଶୀତଲ ଅଗ୍ରୱାଲ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସ୍ଥାନୀୟ ତହସିଲଦାର ତଥା ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର କୁଞ୍ଜ ବିହାରୀ ବଡ଼ଜେନା କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କରିଥିଲେ।

ବ୍ଲକର ୬୦ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସର୍ଭେ କେନ୍ଦ୍ର ଭାବରେ ଗ୍ରହଣ କରାଯାଇଥିବା ବେଳେ ଏନୁମରେଟର ମାନେ ନିରପେକ୍ଷ ଭାବେ ନିର୍ଭୁଲ ତଥ୍ୟ ସଂଗ୍ରହ କରି ସର୍ଭେକୁ ସଫଳ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଶ୍ରୀମତୀ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।

ସେହିଭଳି ସରକାରୀ କାର୍ଯ୍ୟ ସହିତ ଏନୁମେଟର ଏବଂ ସୁପରଭାଇଜର ମାନେ ନିଜ ନିଜ ଅଂଚଳର ସମସ୍ତ ପଛୁଆ ବର୍ଗର ବ୍ୟକ୍ତିଙ୍କୁ ସର୍ଭେରେ ସାମିଲ କରି ସର୍ଭେକୁ ସଫଳ କରିବାକୁ ତହସିଲଦାର ଶ୍ରୀ ବଡ଼ଜେନା ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ
ବିକାଶ ତାଲିମ ଶିବିର ଶୁଭାରମ୍ଭ ହୋଇ ଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଶ୍ୱଜିତ ଦାସ ଉପ ଜିଲ୍ଲାପାଳ ଭବାନୀପାଟଣା ଏବଂ ମୁଖ୍ୟ ବକ୍ତା ଭାବରେ ଅମୁଲ୍ୟ କୁମାର ପଣ୍ଡା ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଭବାନୀପାଟଣା, ସମ୍ମାନିତ ଅତିଥି ଭାବରେ ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଳାହାଣ୍ଡି, ଅଶୋକ କୁମାର ପଟ୍ଟନାୟକ କର୍ତ୍ତବ୍ୟ ଅନୁଷ୍ଠାନ ମୁଖ୍ୟ, ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅଭିଭାଷଣ ରଖିଥିଲେ।

ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ଆଜିର ପ୍ରତ୍ୟେକ ଯୁବକଙ୍କ ପାଖରେ କିଛି ନାଁ କିଛି ଅନ୍ତର୍ନିହିତ ଗୁଣ ଭରି ରହିଛି। ସେହି ଗୁଣ ମାଧ୍ୟମରେ ସେମାନେ ସମାଜ ପ୍ରତି ଥିବା ତାଙ୍କର ଦାୟିତ୍ୱକୁ ନିର୍ବାହ କରି ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ପରେ ପ୍ରଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସଂଜୀବ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ୩ ଦିନ ପ୍ରଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀମାନେ ଆସି ପ୍ରଶିକ୍ଷଣ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ପ୍ରଶିକ୍ଷଣ ଶିବିରକୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର କୋପ୍ନେଶ୍ଵର ବେମାଲ, ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସୋଆ ଆଇ.ଏ.ଏସ.ରେ ଚିନାବାଦମ ଚାଷ ନେଇ ତାଲିମ ଶିବିର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଲାଇଭ୍ଲିହୁଡ ଅଲଟରନେଟିଭର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ଚିନାବାଦାମ ଚାଷୀଙ୍କ ନିମନ୍ତେ ଏକ ତାଲିମ ପ୍ରଶିକ୍ଷଣ କର୍ମାଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ରାଜ୍ୟର ୧୫ଟି ଜିଲ୍ଲାର ଚିନାବାଦାମ ଚାଷୀଙ୍କୁ ତାଲିମ ଦେବା ନିମନ୍ତେ ତାଲିମ ଦାତା ମାନଙ୍କର ଚିନାବାଦାମ ଚାଷ ସମ୍ପର୍କିତ ଥିବା ଜ୍ଞାନକୁ ନେଇ ଏକ ତାଲିମ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀସ୍ଥିତି ସଫଲ୍ ଡାଏ ର ସିଇଓ ପ୍ରଦୀପ୍ତ ସାହୁ ଓ ସମ୍ମାନିତ ଅତିଥି ଭାବେ ଆଇଏଏସ୍ ଡିନ୍‌ର ପ୍ରଫେସର ଡଃ ବିଜୟ କୁମାର ସାହୁ , ଲାଇଭ୍ଲିହୁଡ ଅଲଟରନେଟିଭର ଡାଇରେକ୍ଟର ରତ୍ନାକର ପାଣିଗ୍ରାହୀ, ପ୍ରଫେସର ଡଃ ପ୍ରିୟବତ୍ର ପଟ୍ଟନାୟକ, ନାଫେଡ୍‌ର ଅଧିକାରୀ ଗୋବିନ୍ଦ ମୁର୍ମୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଭାରତ କିଭଳି ଚିନାବାଦାମ ପରି ତୈଳବୀଜର ଅଧିକ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ହୋଇପାରିବ ଓ ୟୁକ୍ରେନ୍ ଇଣ୍ଡୋନୋସିଆ, ମାଲେସିଆ ପରି ଦେଶ ଉପରେ ଆଉ ଭାରତକୁ ନିର୍ଭର କରିବାକୁ ପଡ଼ିବ ନାହିଁ ସେଥିପ୍ରତି ସଚେତନତା ସୃଷ୍ଟି କରିଥିଲେ।

ଆଗ୍ରୋନୋମିର ପ୍ରଫେସର ଡଃ ବାସୁଦେବ ବେହେରା, ପ୍ଲାଂଟ୍ ପାଥୋଲୋଜିର ସହକାରୀ ପ୍ରଫେସର ଅଂଶୁମାନ ଖଣ୍ଡୁଆଲ, ଏଟୋଂମୋଲୋଜିର ସହକାରୀ ପ୍ରଫେସର ଡଃ ସତ୍ୟ ନାରାୟଣ ଶତପଥୀ ଆଦି ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

ସମସ୍ତ ତାଲିମଦାତାମାନେ ସୋଆର ଫାର୍ମରେ କ୍ଷେତ୍ର ସ୍ତରୀୟ ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ। ଲାଇଭ୍ଲିହୁଡ ଅଲଟରନେଟିଭ ର ମୁଖ୍ୟ ଅପରେଟିଙ୍ଗ ଅଫିସର କେଦାର ଚନ୍ଦ୍ର ପ୍ରଧାନ ତାଲିମ ଦାତାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ଓ ପରିଶେଷରେ ପ୍ରଫେସର ଡଃ ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।