Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତାଲିମ ଶିବିର ଉଦଯାପିତ
ଆଜିର ଖବର

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତାଲିମ ଶିବିର ଉଦଯାପିତ

November 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଥିବା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀମାନଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ ଉଦଯାପିତ ହୋଇଯାଇଛି।

ଜିଲ୍ଲାର ୧୫ଟି ମହାବିଦ୍ୟାଳୟର ୮୬ ଜଣ ସ୍ଵେଚ୍ଛାସେବୀ ଓ ୧୫ ଜଣ ଉପଦେଷ୍ଟାଙ୍କୁ ନେଇ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ତାହସିଦାର ପଦ୍ମନାଭ ଦୋରା ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବରେ ଚିଲିକା ୱାଇଲ୍ଡ ଲାଇଫ ଡି ଏଫ ଓ ଅମ୍ଳାନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ପ୍ରଶିକ୍ଷଣ ଅନୁଭୂତି ସହିତ ପରିବେଶ ଓ ବନ୍ୟା ପ୍ରାଣୀମାନଙ୍କ ସୁରକ୍ଷା ଦିଗରେ ସମସ୍ତଙ୍କୁ ସଚେତନ କରାଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଗଦାଧର ସାହୁ ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ମହାପାତ୍ର, ମହାବିଦ୍ୟାଳୟର ଉପଦେଷ୍ଟା ସତ୍ୟାନନ୍ଦ ମହାରଣା ଓ କୁମାରୀ ଅନୀତା ସାହୁ, ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଭୂମିକା ତୁଲାଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ରେଡକ୍ରସର ଉତ୍ପତ୍ତି ଓ ବିକାଶ, ରାସ୍ତା ନିରାପତ୍ତା, ରକ୍ତଦାନ, ପ୍ରାଥମିକ ଚିକିତ୍ସା, ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା, ସାଇବର ସିକୁରିଟୀ, ଜଳବାୟୁ ପରିବର୍ତ୍ତନ ଆଦି ବିଷୟ ଗୁଡ଼ିକ ଶିକ୍ଷା ଦିଆଯାଇଥିଲା।

ପ୍ରଶିକ୍ଷକ ଭାବରେ, ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୁଦେଶ କୁମାର ସେଠୀ, ଅଧ୍ୟାପକ ପ୍ରବୀଣ କୁମାର ସାହୁ, ଅଧ୍ୟାପିକା ଇତିଶ୍ରୀ ସୁନ୍ଦରାୟ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଆଦି ଯୋଗଦେଇଥିବା ବେଳେ ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ, ମନସ୍ଵିନୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟାନ୍ୟ ମହାବିଦ୍ୟାଳୟର ଉପଦେଷ୍ଟା ବିଦ୍ୟାଧର ବିଶ୍ଵାଳ, ଅଭିଷେକ ପଣ୍ଡା, ସୋନାଲି ରଣସିଂ, ରବିଶଙ୍କର ହୋତା, ଅବକାଶ ସାହୁ, ଧୋବୀ ଚରଣ ପରିଡ଼ା, ସୌମ୍ୟ ରଂଜନ ମିଶ୍ର, ପୁଷ୍ପାଞ୍ଜଳି ମହାରଣା, ରଶ୍ମିତା ଦାସ, ବିଜୟ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ପ୍ରତିଦିନ ସନ୍ଧ୍ୟାରେ ସ୍ଵେଚ୍ଛାସେବୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।ଉଦଯାପନୀ ଉତ୍ସବରେ ତର୍କ, ପ୍ରବନ୍ଧ, କୁଇଜରେ ପ୍ରଥମ ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କର ଯାଇଥିଲା।

ପ୍ରାଣେଶ୍ୱର୍ ଜୟସିଂହ ଓ ମନସ୍ଵିନୀ ପଟ୍ଟନାୟକ ଶ୍ରେଷ୍ଠ ଉପଦେଷ୍ଟା ଭାବରେ ପୁରସ୍କୃତ ହୋଇଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ତାଲିମ ଶିବିର ବାଣପୁର ଯୁବ ରେଡ଼କ୍ରସ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.