Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ପାଞ୍ଚ ଦିନିଆ ତାଲିମ ଶିବିର
ଆଜିର ଖବର

“ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ପାଞ୍ଚ ଦିନିଆ ତାଲିମ ଶିବିର

August 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଞ୍ଚ ଦିନିଆ ତାଲିମ ଶିବିର
“ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ପାଞ୍ଚ ଦିନିଆ ତାଲିମ ଶିବିର

ଭୁବନେଶ୍ୱର: ଗତ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ‘‘ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ଏକ ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା। କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ନିର୍ଦ୍ଦେଶକ ଡକ୍ଟର ମୃଦୁଳା ଦେବୀ ପ୍ରଶିକ୍ଷାର୍ଥୀମାନଙ୍କୁ କ୍ଷେତରେ ଚାରା ପ୍ରସାର ପାଇଁ ଏକ ଚାରା ଟାସ୍କ ଫୋର୍ସ ଗଠନ କରିବାରେ ନେତୃତ୍ୱ ନେବାକୁ ମତାମତ ଦେଇଥିଲେ।

ପ୍ରାଣୀପାଳନ ଉତ୍ପାଦନରେ ମହିଳାମାନଙ୍କୁ ସଶକ୍ତ କରିବା, ଗୋଚର ଜମି ବିକାଶ କରିବା ପାଇଁ ଲିଙ୍ଗ ସମାବେଶୀ ପଦ୍ଧତି ଉପରେ ସେ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ ଡକ୍ଟର ରାଜୀବ ଶର୍ମା, ସମନ୍ୱୟ ପ୍ରଣାଳୀ ମାଧ୍ୟମରେ ପ୍ରାଣୀପାଳନ କ୍ଷେତ୍ରରେ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଏଥିରେ ୩୦ ଜଣ ଉପ-ବିଭାଗୀୟ ପ୍ରାଣୀଚିକିତ୍ସା ଅଧିକାରୀ, ଜଣେ ଲେଖାଏଁ ନିର୍ଦ୍ଦେଶକ ଏବଂ ପରିଚାଳକ, ୨ ଜଣ ବିବିଆର ଏବଂ ବିଏମଏଫଙ୍କ ସମେତ ମୋଟ ୩୩ ଜଣ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ ପଦ୍ଧତିର ପ୍ୟାକେଜ୍ ମାଧ୍ୟମରେ ଚାରା ଉତ୍ପାଦନ, ସାଇଲେଜ୍ ତିଆରି ମାଧ୍ୟମରେ ଚାରାର ମୂଲ୍ୟ ବୃଦ୍ଧି, ସମ୍ପୂର୍ଣ୍ଣ ଖାଦ୍ୟ, ଉଦ୍ଭିଦ ସୁରକ୍ଷା, ସିଲଭି-ପାସଚର ଏବଂ କୃଷି ବନୀକରଣ ସହିତ ଚାରା ଆଧାରିତ ଇକୋସିଷ୍ଟମରେ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦକତାରେ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ତାଲିମରେ ଓଡିଶା ସରକାରଙ୍କ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ଅଧୀନରେ ଓଡିଶାରେ ଚାରା ସମ୍ପଦ ବିକାଶ ଯୋଜନାରେ ଏକ ସମ୍ବଳ ଉତ୍ସ ନିର୍ମାଣ କରିବାର ଲକ୍ଷ୍ୟ ଥିଲା। କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱରର ଡକ୍ଟର ବିଶ୍ୱନାଥ ସାହୁ, (ପ୍ରଧାନ ବୈଜ୍ଞାନିକ, ପ୍ରାଣୀପୋଷଣ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ତାଲିମ ଶିବିର ପ୍ରାଣୀପାଳନ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଗୋବର୍ଦ୍ଧନ ପୂଜା: ଗାଈକୁ ପୂଜା କରି କ’ଣ ରଖିଲେ ଆପଣଙ୍କର ଶୁଭ ହେବ ଜାଣନ୍ତୁ

November 10, 2026

୪୮ ଘଣ୍ଟା ଜେଲ୍‌ରେ ରହିଲେ ସରକାରୀ କର୍ମଚାରୀ ସ୍ୱତଃ ନିଲମ୍ବିତ: ସୁପ୍ରିମକୋର୍ଟ

November 10, 2026

୧୩ ବର୍ଷର ବିବାହ ପରେ ଅଲଗା ହେଲେ ପବନ କଲ୍ୟାଣ ଓ ପତ୍ନୀ ଅନ୍ନା

November 10, 2026

Govardhan Puja: ଆଜି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 10, 2026
Latest News

ଆଜି ହେଉଛି ଗୋବର୍ଦ୍ଧନ ପୂଜା: ଗାଈକୁ ପୂଜା କରି କ’ଣ ରଖିଲେ ଆପଣଙ୍କର ଶୁଭ ହେବ ଜାଣନ୍ତୁ

November 10, 2026

୪୮ ଘଣ୍ଟା ଜେଲ୍‌ରେ ରହିଲେ ସରକାରୀ କର୍ମଚାରୀ ସ୍ୱତଃ ନିଲମ୍ବିତ: ସୁପ୍ରିମକୋର୍ଟ

November 10, 2026

୧୩ ବର୍ଷର ବିବାହ ପରେ ଅଲଗା ହେଲେ ପବନ କଲ୍ୟାଣ ଓ ପତ୍ନୀ ଅନ୍ନା

November 10, 2026

Govardhan Puja: ଆଜି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 10, 2026

ବର୍ଷାରେ ଧୋଇଗଲା ମ୍ୟାଚ୍: ରଦ୍ଦ ହେଲା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.