Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ପରଲୋକ
ଆଜିର ଖବର

ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ପରଲୋକ

October 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ପରଲୋକ
ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ପରଲୋକ

ବାଣପୁର: ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦ୍ମ ଚରଣ ଖୁଣ୍ଟିଆଙ୍କ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମ ଚରଣଙ୍କ ଦେହାନ୍ତ ହୋଇଛି। ସେ ୯୦ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

ପଦ୍ମ ଚରଣ ଖୁଣ୍ଟିଆ ଥିଲେ ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ କାର୍ଯ୍ୟ ନିର୍ବାହ ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ୧୯୯୯ ମସିହାରେ ବିଶ୍ୱ ହିନ୍ଦୁ ପରିଷଦର ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ପାଇ ହିନ୍ଦୁମାନଙ୍କୁ ଏକତ୍ରିତ ହେବାପାଇଁ ଆହ୍ୱାନ ଦେବା ସହ ସଂଗଠନକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସମାଜ ସେବା ସହ ବହୁ ଶିକ୍ଷା ଅନୁଷ୍ଠାନ, ମନ୍ଦିର ନିର୍ମାଣରେ ଆର୍ଥିକ ସହଯୋଗ କରି ଜଣେ ବଦାନ୍ୟ ବ୍ୟକ୍ତି ଭାବରେ ବାଣପୁର ଅଞ୍ଚଳରେ ନିଜକୁ ପ୍ରତିପାଦିତ କରିପାରିଥିଲେ।

ଚାକିରୀ ସମୟରେ ନନ୍ଦପୁର ପଂଚାୟତରେ ନିଜେ ଭୂମିଦାନ କରି ପଦ୍ମଚରଣ ବିଦ୍ୟାପୀଠ ନାମରେ ଏକ ହାଇସ୍କୁଲ ନିର୍ମାଣ କରି ଶିକ୍ଷକମାନଙ୍କୁ ନିଜ ଅର୍ଥରେ ପାରିଶ୍ରମିକ ଦେଇ ସ୍କୁଲ ପରିଚାଳନା କରୁଥିଲେ। ବର୍ତ୍ତମାନ ଉକ୍ତ ଶିକ୍ଷାନୁଷ୍ଠାନ ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନ ଭାବରେ ଅଂଚଳରେ ପ୍ରତିପାଦିତ ହୋଇଛି।

ଅନୁରୂପ ଭାବେ ସେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ଭାବେ ୨୦୦୫-୦୯ ଦୀର୍ଘ ଚାରି ବର୍ଷ ଧରି ଦାୟିତ୍ୱ ନିର୍ବାହ କରିଥିଲେ। ପଦ୍ମଚରଣଙ୍କ ମୃତ ଦେହ ପହଁଚିଲା ପରେ ତାଙ୍କ ହାତ ତିଆରି ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ପୁଷ୍ପ ବୃଷ୍ଟି କରି ଅଶ୍ରୁଳ ବିଦାୟ ଦେଇଥିଲେ।

ଅନୁରୂପ ଭାବେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି ସମ୍ପାଦକ, ପ୍ରଧାନ ଆଚାର୍ଯ୍ୟ,ସମସ୍ତ ଗୁରୁଜୀ, ଗୁରୁମା ଏବଂ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କ ମର ଶରୀରକୁ ବିଦ୍ୟାଳୟ ପରିସରକୁ ପାଛୋଟି ନେଇ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସେହିପରି ଭାବେ ବାଣପୁର ଆରଏସଏସ ଖଣ୍ଡ କାର୍ଯ୍ୟବାହ, ଏକାଧିକ ସ୍ୱୟଂସେବକ ଏବଂ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ତିନିପୁଅ ଏବଂ ଦୁଇ ଝିଅ ଜ୍ୱାଇଁ ଉପସ୍ଥିତ ହେଲେ। ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ପଦ୍ମଚରଣଙ୍କ ପୁତ୍ର ପୁଷ୍ପମିତ୍ର ଖୁଣ୍ଟିଆ ଏବେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଲୋକଙ୍କ ସେବା କରୁଛନ୍ତି।

ପରଲୋକ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱ ହିନ୍ଦୁ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୧୫ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ମଙ୍ଗଳମୟ, ଜାଣନ୍ତୁ ରାଶିଫଳ

November 15, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025
Latest News

ଆଠଟି ରାଜ୍ୟର ଉପନିର୍ବାଚନ ଫଳାଫଳ ପ୍ରକାଶ: ଜାଣନ୍ତୁ କେଉଁଠି କିଏ ଜିତିଲା?

November 15, 2025

ଆଜି ନଭେମ୍ବର ୧୫ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ମଙ୍ଗଳମୟ, ଜାଣନ୍ତୁ ରାଶିଫଳ

November 15, 2025

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ବାଣପୁର ତାଲୁକ ଆଇନା ସେବା ସମିତି ପକ୍ଷରୁ ଶିଶୁଦିବସ ପାଳନ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.