Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ଭାବ୍ୟ ବାତ୍ୟା ମନ୍ଥା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ
ଆଜିର ଖବର

ସମ୍ଭାବ୍ୟ ବାତ୍ୟା ମନ୍ଥା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

October 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲାରେ ଡିସେମ୍ବର ୧୯ ରୁ ୨୩ ଯାଏଁ ପାଳିତ ହେବ ସୁଶାସନ ସପ୍ତାହ

ଖୋର୍ଦ୍ଧା: ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୫ ତାରିଖର ଅବପାତ ଓ ୨୬ ତାରିଖ ରେ ଗଭୀର ଅବପାତ ରୂପ ନେଇ ଆସନ୍ତା ଅକ୍ଟୋବର ୨୭ ତାରିଖରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ଦ୍ଵାରା ଖୋର୍ଦ୍ଧା ଜିଲ୍ଲାରେ ଏହାର ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଅଭାଷି ମାଧ୍ୟମରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ, ବି ଡି ଓ, ତହସିଲଦାର, ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଦ୍ୟୁତ୍ ବିଭାଗ, ଅଗ୍ନିଶମ ସେବା ବିଭାଗ, ପାନୀୟ ଜଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଭଳି ସମସ୍ତ ଅତ୍ୟାବଶ୍ୟକ ବିଭାଗର ଅଧିକାରୀ ମାନେ ସେମାନଙ୍କ ଅଧୀନ କର୍ମଚାରୀ ଓ ଅଧସ୍ତନ ଅଧିକାରୀ ମାନଙ୍କୁ ବାତ୍ୟା ମନ୍ଥା ମୁକାବିଲା ନିମନ୍ତେ ତୀକ୍ଷ୍ମ ଦୃଷ୍ଟି ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ଅଧିକାରୀ ମାନେ ନିଜ କାର୍ଯ୍ୟ ମୁଖ୍ୟାଳୟରେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସମସ୍ତ ତହସିଲ ଦାର,ବି ଡି ଓ ମାନେ ନିଜ କାର୍ଯ୍ୟାଳୟ ରେ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବାସହ ଜିଲ୍ଲା କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ରଖିବାକୁ କୁହାଯାଇଛି।

ସେହିପରି ବର୍ଷା ହେବାର ରିପୋର୍ଟ ଦୈନିକ ଜିଲ୍ଲା କଣ୍ଟ୍ରୋଲ ରୁମ କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେ କୌଣସି ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତ ଲାଇନ୍ ଡିପାର୍ଟ ମେଣ୍ଟ ସଜାଗ ରହିବା ସହ ସେମାନଙ୍କ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ସମସ୍ତ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ପ୍ରସ୍ତୁତ କରି ରଖିବାକୁ ନିର୍ଦେଶ ଦେଇଛନ୍ତି।

ପର୍ଯ୍ୟାପ୍ତ ପରିମାଣରେ ସାପ କାମୁଡା ଇଞ୍ଜେକସନ ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ମହଜୁଦ କରି ରଖିବାକୁ ନିର୍ଦେଶ ଦେଇଛନ୍ତି। ଅଗ୍ନି ଶମ ସେବା, ନିର୍ବାହୀ ଅଧିକାରୀ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵଛତା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ରହିବାକୁ, ବନ୍ୟା ପ୍ଲାବିତ ଅଞ୍ଚଳରେ ଧନଜୀବନ ସୁରକ୍ଷା ପାଇଁ ବି ଡି ଓ ମାନେ ବହୁମୁଖି ବାତ୍ୟା ବନ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକୁ ସମସ୍ତ ସୁବିଧା ସହ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ପ୍ରମୁଖ ଆଭାସି ବୈଠକରେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାପାଳ ପ୍ରସ୍ତୁତି ବୈଠକ ବଙ୍ଗୋପ ସାଗର ଭାରତୀୟ ପାଣିପାଗ ସମ୍ଭାବ୍ୟ ବାତ୍ୟା ମନ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର

January 29, 2026

e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

January 29, 2026

ରାଜ୍ୟ ଖାଦ୍ୟଯୋଗାଣ ନିଗମ ପରିଦର୍ଶନ କରିବା ସହ ବ୍ୟବସ୍ଥାର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 29, 2026

‘ସିଆଇଆଇ ଏଣ୍ଟରପ୍ରାଇଜ ଓଡିଶା’ର ପ୍ରମୁଖ ଅଂଶୀଦାରଙ୍କ ସହ ମତ ବିନିମୟ କଲେ ମୁଖ୍ୟମନ୍ତ୍ରୀ

January 29, 2026
Latest News

ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର

January 29, 2026

ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ରାଜିନାମାକୁ ସ୍ୱାଗତ କଲେ ବିଶ୍ୱ ଗଣମାଧ୍ୟମ ଏବଂ ନେତୃବର୍ଗ

January 29, 2026

ବିଶ୍ୱ ଶକ୍ତି ଚାହିଦା-ଯୋଗାଣ ସନ୍ତୁଳନରେ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ

January 29, 2026

e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

January 29, 2026

ରାଜ୍ୟ ଖାଦ୍ୟଯୋଗାଣ ନିଗମ ପରିଦର୍ଶନ କରିବା ସହ ବ୍ୟବସ୍ଥାର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.