ଭୁବନେଶ୍ଵର: ଆୟୁର୍ବେଦ ମାଧ୍ୟମରେ ଯକୃତ ଏବଂ ପିତ୍ତପ୍ରଣାଳୀ ସମ୍ବନ୍ଧୀୟ ସୁସ୍ଥତା ଉପରେ ଏକ ଜାତୀୟ ସେମିନାର ଭୁବନେଶ୍ୱରସ୍ଥିତ ଆଇସିଏମ୍ଆର- ଆରଏମଆରସି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକ ଅଂଶଗ୍ରହଣ କରିଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀରେ ମୁଖ୍ୟତଃ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ପଦ୍ଧତି ସହିତ ସମସାମୟିକ ବୈଜ୍ଞାନିକ ଚିକିତ୍ସା ପଦ୍ଧତି ମଧ୍ୟରେ ସାମଞ୍ଜସ୍ୟକୁ ନେଇ ଆଲୋଚନା ହୋଇଛି।
ଯକୃତ, ପିତ୍ତଶୟ, ପିତ୍ତନଳୀ, ଅଗ୍ନାଶୟ ସମ୍ବନ୍ଧୀୟ ରୋଗ ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକ ଗବେଷଣା, ଆୟୁର୍ବେଦ ଚିକିତ୍ସା ପଦ୍ଧତିର ଲାଭ ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନ ସହ ଏହାର ସମନ୍ୱୟକୁ ନେଇ ବିଚାରବିମର୍ଶ କରାଯାଇଛି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ଏବଂ ଆରଏମଆରସିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।



