ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ଶାନ୍ତି ନଗର ଅଞ୍ଚଳର କେ ଭାଗ୍ୟ ଲକ୍ଷ୍ମୀ ନାମ୍ନୀ ଜଣେ ମହିଳାଙ୍କର ବିୟୋଗ ହୋଇଥିଲା। ଏହିଭଳି ପରିସ୍ଥିତିରେ ସୁଦୁର ବାଙ୍ଗାଲୋରରେ ରହୁଥିବା ତାଙ୍କର ଦୁଇ ଭଉଣୀଙ୍କ ସହମତି କ୍ରମେ ବ୍ରହ୍ମପୁର ସହରର ମାନବବାଦୀ ହେତୁବାଦୀ ସଙ୍ଗଠନ ଓ ଫ୍ରେଣ୍ଡସ ହେଲପିଂ ସଙ୍ଗଠନ ପକ୍ଷରୁ ବଡଡାକ୍ତରଖାନାର ଆନାଟମି ବିଭାଗକୁ ମୃତ ଭାଗ୍ୟ ଲକ୍ଷ୍ମୀଙ୍କ ମରଶରୀରକୁ ଦାନ କରାଯାଇଛି। ବିଭାଗୀୟ ପ୍ରଫେସର ଡ଼ଃ ଜେ ସାଗର ପୃଷ୍ଟିଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି ସମୟରେ ଉକ୍ତ ସଙ୍ଗଠନର ବହୁ କର୍ମକର୍ତ୍ତା, ବନ୍ଧୁ ବାନ୍ଧବ ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ। ଶରୀର ଦାନ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କର ହୋଇଛି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।



