ଖୋର୍ଦ୍ଧା: ପବିତ୍ର କାର୍ତ୍ତିକ ମାସ ଏବଂ ପୁରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ସମୟରେ ପ୍ରବଳ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ ନମ୍ବର 68404/68403 ପୁରୀ-ଖୋର୍ଦ୍ଦା ରୋଡ୍-ପୁରୀ ମେମୁ ସେବାକୁ ଅସ୍ଥାୟୀ ଭାବରେ ଦଶପଲ୍ଲା ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି।
ଟ୍ରେନ ବିବରଣୀ :
ଟ୍ରେନ ନମ୍ବର 68404 ପୁରୀ-ଖୋର୍ଦ୍ଦା ରୋଡ୍ ମେମୁ 26.10.2025 ରୁ 05.11.2025 ପର୍ଯ୍ୟନ୍ତ ଦଶପଲ୍ଲା ପର୍ଯ୍ୟନ୍ତ ବିସ୍ତାର କରାଯାଇଛି।
ଟ୍ରେନ ନମ୍ବର 68403 ଖୋର୍ଦ୍ଧା ରୋଡ୍-ପୁରୀ ମେମୁ 27.10.2025 ରୁ 06.11.2025 ପର୍ଯ୍ୟନ୍ତ ଦଶପଲ୍ଲାରୁ ଛାଡିବ।
ଏହି ଅସ୍ଥାୟୀ ସମ୍ପ୍ରସାରଣ କାର୍ତ୍ତିକ ମାସର ପର୍ବପର୍ବାଣୀ ସମୟରେ ପୁରୀକୁ ଏବଂ ପୁରୀରୁ ଯାତ୍ରା କରୁଥିବା ଭକ୍ତ ଏବଂ ସାଧାରଣ ଯାତ୍ରୀମାନଙ୍କୁ ଅତିରିକ୍ତ ସୁବିଧା ପ୍ରଦାନ କରିବ, ଯାହା ଦ୍ୱାରା ଖୋର୍ଦ୍ଧା-ନୟାଗଡ଼ ଅଞ୍ଚଳରେ ଉତ୍ତମ ଭିଡ଼ ପରିଚାଳନା ଏବଂ ଉନ୍ନତ ଗମନାଗମନ ସୁନିଶ୍ଚିତ ହେବ। ଯାତ୍ରୀମାନଙ୍କୁ ଏହି ସୁବିଧାର ଲାଭ ଉଠାଇବା ଏବଂ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ଅନୁରୋଧ।



