Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

November 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବ୍ୟକ୍ତିଗତ ସ୍ତରରେ ନିଜେ ଦୁର୍ନୀତିକୁ ପ୍ରଶ୍ରୟ ନ ଦେଇ ଏହାର ବିରୋଧ ନ କରାଗଲେ କେବଳ ସରକାରୀ କଟକଣାରେ ଏହାକୁ ରୋକାଯାଇ ପାରିବନାହିଁ ବୋଲି ବରିଷ୍ଠ ଆରକ୍ଷୀ ଅଧିକାରୀ ତଥା ଓଏଏସ୍‌ସିର ଅଧ୍ୟକ୍ଷ ଡ. ଲଳିତ ଦାସ ମତବ୍ୟକ୍ତ କରିଛନ୍ତି। ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଦୁର୍ନୀତି ନିବାରଣ ସଚେତନତା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡ. ଲଳିତ ଦାସ ନିଜ ଅନୁଭୂତିରୁ ଅନେକ ଉଦାହରଣ ଦେଇ ଦୁର୍ନୀତିର ମୂଳୋତ୍ପାଟନ କରିବା ଉପରେ ବ୍ୟକ୍ତିଗତ ଉଦ୍ୟମ କିଭଳି ଫଳପ୍ରଦ ତାହା ବୁଝାଇ କହିଥିଲେ।

ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଶାସନିକ ଅଧିକାରୀ ଫୁଲଚାନ୍ଦ ମୀନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଗୋସ୍ୱାମୀ, ଭାରତୀୟ ପ୍ରଶାସନିକ ସେବାକୁ ବ୍ୟବସ୍ଥିତ କରିବାରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ରାଷ୍ଟ୍ରୀୟ ଏକତା ଦିବସର ଆଭିମୁଖ୍ୟ ଉପରେ ପ୍ରଫେସର ଗୋସ୍ୱାମୀ ଅବଗତ କରାଇ ବିଭାଜନ ପରେ ଦେଶୀୟ ରାଜ୍ୟ ଓ ଗଡ଼ଜାତ ଅଞ୍ଚଳଗୁଡ଼ିକର ଏକୀକରଣ ଉପରେ ସର୍ଦ୍ଦାର ପଟେଲଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।

ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଚାରଣ କରାଯାଇଥିଲା। ଅଭିବ୍ୟକ୍ତି ସିରିଜ୍ ଅଧୀନରେ ଛାତ୍ରଛାତ୍ରୀମାନେ ଭିଜିଲାନ୍ସ ସଚେତନତା: ଆମର ସହଭାଗୀ ଦାୟିତ୍ୱ ଉପରେ କହିଥିଲେ। ପ୍ରଭୁପ୍ରୀତମ ରାଉଳ, ଇଶିତା ପଣ୍ଡା, ଖୁସି କୁମାରୀ, ମହମ୍ମଦ, ସୌମିକ୍, ତ୍ରିଶା ଶୁକ୍ଳା ପ୍ରମୁଖ ଛାତ୍ରଛାତ୍ରୀ ଦୁନୀତିମୁକ୍ତ ଭାରତ ଗଠନ ନିର୍ମାଣରେ ସମସ୍ତଙ୍କ ଭୂମିକାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଦୁର୍ନୀତି ନିବାରଣ ସଚେତନତା ପାଇଁ କେବଳ ଗୋଟିଏ ସପ୍ତାହ ବା କିଛି ଦିବସ ମଧ୍ୟରେ ଏହାକୁ ସଙ୍କୁଚିତ ନ କରି ବ୍ୟକ୍ତିଗତ, ସାମାଜିକ ଓ ସାମୂହିକ ସ୍ତରରେ ଏହା ବିରୋଧରେ ସ୍ୱର ଉଠାଇବା ଆବଶ୍ୟକ ବୋଲି ପ୍ରଫେସର ଗୋସ୍ୱାମୀ ମତ ଦେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଯେହେତୁ ଆଗାମୀ ଦିନର ଶିକ୍ଷକ ସମାଜ, ତେଣୁ ସେମାନେ ଦୁର୍ନୀତି ମୁକ୍ତ ଭାରତ ଗଢ଼ିବେ ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ ପ୍ରତିଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦଙ୍କ ଅଭିନୀତ ନାଟକ ‘ପ୍ରତିଫଳନ’ ମଞ୍ଚସ୍ଥ ହୋଇଥିଲା । ନାଟକର ବିଭିନ୍ନ ଭୂମିକାରେ ଡ. କଳିଙ୍ଗ କେତକୀ, ପ୍ର. ରଶ୍ମିରେଖା ସେଠୀ, ଡ. ଅମ୍ବେଶ କୁମାର ପାଣ୍ଡେ, ଡ. ସୁମିସ୍ତା ରାନୀ, ସହଦେବ ଧାରୁଆ, ଶ୍ରୀକୁମାର ତ୍ରିପାଠୀ, ସୁଶାନ୍ତ କୁମାର ରାଉତ, ମାନସରଂଜନ ପଣ୍ଡା, ମନୋଜକୁମାର ସାହୁ, ମନୋଜ ମହାପାତ୍ର, ରାମ ହାଂସଦା,ନିରIକାର ନାୟକ, କପିଲ, ତୋଫାନ, ରଞ୍ଜନ, ନିରଞ୍ଜନ ପ୍ରମୁଖ ଅଭିନୟ କରିଥିଲେ । ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଅନୁପ ପରିଡା । ନାଟକଟି କର୍ତ୍ତବ୍ୟନିଷ୍ଠା ଓ ସାଧୁତାର ବାର୍ତ୍ତା ଉପରେ ଆଧାରିତ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ହୃଷୀକେଶ ସେନାପତି, ପ୍ରଫେସର ରୀତାଞ୍ଜଳି ଦାଶ, ଡ. ବେଦପ୍ରକାଶ ବର୍ମା, ଶ୍ରୀସବିତା ପଟ୍ଟନାୟକ, ସୁଶାନ୍ତ କୁମାର ରାଉତ, ଅଶୋକ କୁମାର ବଳିଆରସିଂହ ଏବଂ କର୍ମଚାରୀମାନେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025
Latest News

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.