Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି
ଆଜିର ଖବର

ରଣପୁର: ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

November 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣପୁର: ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି
ରଣପୁର: ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

ରଣପୁର: ପ୍ରାଚୀନ କାଳରେ କଳିଙ୍ଗର ସାଧବପୁଅମାନେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ, ସୁମାତ୍ରା, କାମ୍ବୋଡିଆ ଓ ସିଂହଳ ସମେତ ଏସିଆ ମହାଦେଶ ଓ ବିଭିନ୍ନ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଇଥାନ୍ତି। ସାଧବ ବୋହୂମାନେ ବୋଇତ ଗୁଡିକୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରି ବନ୍ଦାପନା କରି ମେଲାଣି ଦେଇଥାନ୍ତି। ଏହି ଗୌରବଜ୍ଜ୍ୱଳ ପରମ୍ପରାକୁ ମନେ ରଖିବା ପାଇଁ ପ୍ରତି ବର୍ଷ ବୋଇତ ବନ୍ଦାଣ ଉତ୍ସବ ଏକ ପବିତ୍ର ଓ ଧାର୍ମିକ ପରମ୍ପରାରେ ପାଳିତ ହୋଇ ଆସୁଛି। ଏନେଇ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ଅନନ୍ତ ଗୁମ୍ଫାରେ ସ୍ଥାନୀୟ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ରାଣୀ ପ୍ରତ୍ୟୁଷା ରାଜେଶ୍ୱରି ସିଂହ ଯୋଗ ଦେଇଥିଲା। ଅତିଥି ମାନେ ରୀତି ନୀତି ଅନୁସାରେ ରିବନ୍ କାଟି ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କରିଥିଲେ। ଏଥି ସହ ବୋଟିଙ୍ଗ ବ୍ୟବସ୍ଥାର ଶୁଭାରମ୍ଭ କରି। ବୋଟିଙ୍ଗ ବ୍ୟବସ୍ଥାର ଆନନ୍ଦ ନେଇ ଥିଲେ। ପରେ ଅନନ୍ତ ଗୁମ୍ଫାକୁ ବୁଲି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ ଏହି ଜାଗାର ଉନ୍ନତି କିଭଳି ହେଇ ପାରିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ସରପଞ୍ଚ ଅନନ୍ତ ଗୁମ୍ଫାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇ ଥିଲେ।

ଏହି ଉତ୍ସବରେ ସରପଞ୍ଚଙ୍କ ସହିତ ସର୍ବେଶ୍ଵର ବେହେରା, ସନ୍ତୋଷ କୁମାର ସାହୁ, ଜଗନ ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ବୋଇତ ବନ୍ଦାଣ ଉତ୍ସବ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭେଜିପୁଟ ଗ୍ରାମରେ ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ

August 21, 2026

ବାପା ପୁଅକୁ ହତ୍ୟା ଉଦ୍ୟମ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026
Latest News

ଭେଜିପୁଟ ଗ୍ରାମରେ ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ

August 21, 2026

ବାପା ପୁଅକୁ ହତ୍ୟା ଉଦ୍ୟମ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026

‘ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ’: ଧାରଣା ମଧ୍ୟରେ ଦିଲ୍ଲୀ ପୋଲିସର ଦାବି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.