ରଣପୁର: ପ୍ରାଚୀନ କାଳରେ କଳିଙ୍ଗର ସାଧବପୁଅମାନେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ, ସୁମାତ୍ରା, କାମ୍ବୋଡିଆ ଓ ସିଂହଳ ସମେତ ଏସିଆ ମହାଦେଶ ଓ ବିଭିନ୍ନ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଇଥାନ୍ତି। ସାଧବ ବୋହୂମାନେ ବୋଇତ ଗୁଡିକୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରି ବନ୍ଦାପନା କରି ମେଲାଣି ଦେଇଥାନ୍ତି। ଏହି ଗୌରବଜ୍ଜ୍ୱଳ ପରମ୍ପରାକୁ ମନେ ରଖିବା ପାଇଁ ପ୍ରତି ବର୍ଷ ବୋଇତ ବନ୍ଦାଣ ଉତ୍ସବ ଏକ ପବିତ୍ର ଓ ଧାର୍ମିକ ପରମ୍ପରାରେ ପାଳିତ ହୋଇ ଆସୁଛି। ଏନେଇ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ଅନନ୍ତ ଗୁମ୍ଫାରେ ସ୍ଥାନୀୟ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ରାଣୀ ପ୍ରତ୍ୟୁଷା ରାଜେଶ୍ୱରି ସିଂହ ଯୋଗ ଦେଇଥିଲା। ଅତିଥି ମାନେ ରୀତି ନୀତି ଅନୁସାରେ ରିବନ୍ କାଟି ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କରିଥିଲେ। ଏଥି ସହ ବୋଟିଙ୍ଗ ବ୍ୟବସ୍ଥାର ଶୁଭାରମ୍ଭ କରି। ବୋଟିଙ୍ଗ ବ୍ୟବସ୍ଥାର ଆନନ୍ଦ ନେଇ ଥିଲେ। ପରେ ଅନନ୍ତ ଗୁମ୍ଫାକୁ ବୁଲି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ ଏହି ଜାଗାର ଉନ୍ନତି କିଭଳି ହେଇ ପାରିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ସରପଞ୍ଚ ଅନନ୍ତ ଗୁମ୍ଫାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇ ଥିଲେ।
ଏହି ଉତ୍ସବରେ ସରପଞ୍ଚଙ୍କ ସହିତ ସର୍ବେଶ୍ଵର ବେହେରା, ସନ୍ତୋଷ କୁମାର ସାହୁ, ଜଗନ ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।



