ଝାରସୁଗୁଡ଼ା: ଜାତୀୟ କ୍ରୀଡ଼ା ହକିକୁ ୧୦୦ବର୍ଷ ପୂରିଛି। ଶୁକ୍ରବାର ହକିର ୧୦୦ବର୍ଷ ପୂର୍ତ୍ତିକୁ ଝାରସୁଗୁଡ଼ା ଜିଲ୍ଲାରେ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଜିଲ୍ଲାପାଳ କୁନାଳ ମୋତିରାମ ଚୌହାନଙ୍କ ତତ୍ତ୍ବାବଧାନରେ ଜିଲ୍ଲାର ସମସ୍ତ ବ୍ଲକରେ ୧୦୦ବର୍ଷ ସ୍ମାରକୀ ସ୍ବରୂପ ହକି କ୍ରୀଡ଼ାର ଆୟୋଜନ କରାଯାଇଥିଲା। ସେହିଭଳି ଅନ୍ୟ ୫ଟି ବ୍ଲକ ଲଇକେରା, କୋଲାବିରା, କିରିମିରା ଏବଂ ବେଲପାହାଡ଼ରେ ଆୟୋଜନ କରାଯାଇଥିଲା ଅନ୍ୟ କେତେ ଗୁଡ଼ିଏ ମ୍ୟାଚ୍।
ଝାରସୁଗୁଡ଼ା ବ୍ଲକର ନବୋଦୟ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହକି ଖେଳକୁ ସ୍ଥାନୀୟ ବିଡିଓ ଅନୀଲ ଆଚାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଆଗାମୀ ଦିନରେ ହକି ପ୍ରତି ଅଧିକ କ୍ରୀଡ଼ାବିତଙ୍କୁ ଆକୃଷ୍ଟ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ସୁବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।


