Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର: କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର: କେନ୍ଦ୍ର ମନ୍ତ୍ରୀ

November 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର: କେନ୍ଦ୍ର ମନ୍ତ୍ରୀ
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ। ଶନିବାର ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ଅନେକ ଯୋଜନା ଆଣିଛନ୍ତି। ସୁଗମ୍ୟ ଭାରତ ଯୋଜନା ଦିବ୍ୟାଙ୍ଗଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହିତ ସେମାନଙ୍କର ଅଧିକାର ସୁରକ୍ଷା ସୁନିଶ୍ଚିତ କରୁଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ୧୬ ହଜାରରୁ ଅଧିକ ସାଇକେଲ୍‌ ଏବଂ ସହାୟତା ଉପକରଣ ଯୋଗାଇ ଦିଆଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧାକୁ ୩ରୁ ୪%କୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।

ଶ୍ରୀ ଅଠାୱଲେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅନେକ ଯୋଜନା ଆଣିଛନ୍ତି। ଅବସର ପରେ ସେମାନଙ୍କୁ ରୋଜଗାରକ୍ଷମ କରିବା ଲାଗି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଅନୁରୂପ ଭାବେ ମହିଳାଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ବିରୋଧୀମାନେ ଆଣିଥିବା ଭୋଟ୍‌ ଚୋରି ଅଭିଯୋଗ ଖଣ୍ଡନ କରିବା ସହିତ ଏହି ପ୍ରସଙ୍ଗରେ ମତ ରଖି ଶ୍ରୀ ଅଠାୱଲେ କହିଛନ୍ତି, ନିର୍ବାଚନ ଆୟୋଗ ଦେଶର ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଲାଗି ପଦକ୍ଷେପ ନେଉଛନ୍ତି । ଗତ ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଦଳଗୁଡ଼ିକୁ ପୂର୍ବାପେକ୍ଷା ଅଧିକ ଆସନ ମିଳିବା ସମୟରେ ଏଭଳି ଅଭିଯୋଗ ଆସିନଥିଲା। ଯେଉଁଠି ବିରୋଧୀ ଦଳ ପରାଜିତ ହେଉଛି ସେଠାରେ ଏଭଳି ଅଭିଯୋଗ ଆସୁଛି। ଇଭିଏମରେ ମତଦାନ ବ୍ୟବସ୍ଥା ପୂର୍ବ ସରକାରଙ୍କ ଅମଳରେ ଆସିଥିଲା। ଏନଡିଏ ସରକାର ଏହି ବ୍ୟବସ୍ଥା କରିନାହାନ୍ତି। ଇଭିଏମକୁ ନେଇ କୌଣସି ଅଭିଯୋଗ ଆଣିବା ଭିତ୍ତିହୀନ । ଭୋଟ୍‌ ଚୋରି ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ତଥ୍ୟ ପ୍ରମାଣ ସହିତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ଉଚିତ୍‌ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ଭାବେ କାମ କରୁଛନ୍ତି ଏବଂ ଆୟୋଗଙ୍କ ଉପରେ ସରକାରଙ୍କର କୌଣସି ପ୍ରଭାବ ନାହିଁ ।

ଦିବ୍ୟାଙ୍ଗ ନରେନ୍ଦ୍ର ମୋଦୀ ବରିଷ୍ଠ ନାଗରିକ ରାମଦାସ ଅଠାୱଲେ
Share. Facebook Twitter LinkedIn Email WhatsApp Copy Link

Related Posts

ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ: ସୋଆ କୁଳପତି

November 9, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ

November 9, 2025

ଖୁବ ଶିଘ୍ର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଶେଷ ହେଲା ଆଲୋଚନା

November 9, 2025

ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

November 9, 2025
Latest News

ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ: ସୋଆ କୁଳପତି

November 9, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ

November 9, 2025

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର: କେନ୍ଦ୍ର ମନ୍ତ୍ରୀ

November 9, 2025

ଖୁବ ଶିଘ୍ର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଶେଷ ହେଲା ଆଲୋଚନା

November 9, 2025

ଆଜି ସରିବ ନୂଆପଡା ଉପନିର୍ବାଚନ ପ୍ରଚାର, ଅପରାହ୍ନ ସୁଦ୍ଧା ବାହାର ନେତାଙ୍କୁ ବାହାରିବାକୁ ନିର୍ଦ୍ଦେଶ

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.