ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଉକ୍ତ ଗ୍ରାମର କାଶୀନାଥ ସେଠୀ ନାମକ ଜଣେ ବୃଦ୍ଧଙ୍କୁ ମୋଟରସାଇକେଲ ଧକ୍କା ଦେଇଥିଲା। ଯାହା ଫଳରେ କାଶୀନାଥ ଓ ମୋଟରସାଇକେଲ ଚାଳକ ପୋଲସରା ରାଣୀପଡା ଗ୍ରାମର ମିଟୁ ପରିଡ଼ା ଗୁରୁତର ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ି ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ମିଟୁଙ୍କୁ ପୋଲସରା ଡାକ୍ତରଖାନା ଓ କାଶୀନାଥଙ୍କୁ କୋଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ଡାକ୍ତରଖାନାରେ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ଦୁଇ ଜଣଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


