ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଡିମିରିକୁଦା ଗାଁ ନିକଟରେ ଘଟିଛି ଅଜଣା ଗାଡ଼ି ଧକ୍କାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ରେଢ଼ାଖୋଲ ବ୍ଳକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପିପିଲି କାନୀ ଗ୍ରାମରମଞୁ ମାଝୀ ଓ ମନୋଜ ମାଝୀ। ଉଭୟେ ମାଆ ପୁଅ ହେବେ ବୋଲି ଜଣାପଡିଛି। ଗତ ୧ ବର୍ଷ ହେବ ମନୋଜ ମାଝୀ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ୯ ମାସର ଗର୍ଭବତୀ ଥିବା ଜଣା ପଡିଛି। ମୃତକ ମନୋଜ ନିଜ ପତ୍ନୀ କୁ ଡାକ୍ତରକୁ ଦେଖାଇ ଶାଶୁ ଘର ରେଢ଼ାଖୋଲ ଥାନା ତେରବେଡା ଗ୍ରାମ ରେ ଛାଡି ମା ପୁଅ ଦୁହେଁ ବାଇକ ଯୋଗେ ନିଜ ଘର ପିପଲିକାନୀ କୁ ଫେରୁଥିବା ବେଳେ।
ଡିମିରିକୁଦା ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଦୁହିଁଙ୍କୁ ପୋଲିସ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ମା ଓ ପୁଅ ବଞ୍ଚି ପାରି ନ ଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


