Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ – ୨୦୨୫ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ଆଜିର ଖବର

ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ – ୨୦୨୫ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

November 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ - ୨୦୨୫
ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ - ୨୦୨୫ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନର ସମୟ ଏକବିଂଶ ଶତାବ୍ଦୀର ସମୟ। ଏହି ସମୟରେ ଆମ ଦେଶ ଭାରତ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ଆମକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବାକୁ ହେବ ବୋଲି ସୋମବାର ନୂଆଦିଲ୍ଲୀରେ ଆୟୋଜିତ ‘ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ – ୨୦୨୫’ କୁ ଉଦ୍‌ଘାଟନ କରିବା ସହ ଏକାଧିକ ଏଆଇ ପଦକ୍ଷେପର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଇନଟେଲ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ। ସେ କହିଥିଲେ ଏହି ପଦକ୍ଷେପ ଗୁଡ଼ିକ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ଆମ ଛାତ୍ରଛାତ୍ରୀଙ୍କ କଳ୍ପନା ଓ ନବସୃଜନକୁ ଆହୁରି ଅଧିକ ଗତି ଦେବ। ଏହି ନୂତନ କାର୍ଯ୍ୟକ୍ରମଗୁଡ଼ିକ ଏଆଇକୁ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କରାଇବାରେ ସହାୟକ ହେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ, ଡିଜିଟାଲ୍-ସଶକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତର ପରିକଳ୍ପନାକୁ ଆଗକୁ ନେବାରେ ଉତ୍ପେରକ ଭାବରେ କାର୍ଯ୍ୟ କରିବ। ଭାରତବର୍ଷ ଏଆଇ ପ୍ରଦାନ କରୁଥିବା ସୁଯୋଗଗୁଡ଼ିକୁ ହାତଛଡ଼ା ନକରି ତାହାକୁ ଆପଣେଇ ନେଉଛି।  ଭାରତର ମାନବ ବୁଦ୍ଧିମତା  ଏବଂ କୃତ୍ରିମ ବୁଦ୍ଧିମତାର ମିଳିତ ଶକ୍ତି ଏକ ବିକଶିତ ଭାରତ ଗଠନ କରିବ।

ଏଆଇ ସମସ୍ତଙ୍କ ପାଇଁ। ଇଣ୍ଟରନେଟ୍ ବର୍ତ୍ତମାନ ଦୈନନ୍ଦିନ ଜୀବନରେ ଜରୁରୀ ବିଷୟ ହୋଇଛି। ଆଗାମୀ ଦିନରେ ଏଆଇ ମଧ୍ୟ ବ୍ୟବହାର ବହୁଳ ହେବ। ଆମକୁ ଏଆଇର ସୁବିଧା ଗୁଡ଼ିକର ଲାଭ ନେବାକୁ ହେବ। ଭାରତ ଏଆଇର ସକରାତ୍ମକ ବ୍ୟବହାରକୁ ଆଗେଇ ନେବାକୁ ହେବ। ତେବେ ଯାଇଁ ଆମେ ଦେଶ ପ୍ରଗତି ପଥରେ ଅଗ୍ରସର ହେବ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ – ୨୦୨୫ରେ ପ୍ରଦର୍ଶିତ ଏଆଇ ଇନୋଭେସନ୍ ଶୋକେସ୍‌ରେ ବୁଲି ଦେଖିଥିଲେ। ସ୍କୁଲ ଓ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏଆଇ ପରୀକ୍ଷଣ ଓ ପ୍ରୋଜେକ୍ଟଗୁଡ଼ିକୁ ଦେଖି ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଆମର ଏହି ଇନୋଭେସନ ଜେନେରେସନ ଭାରତକୁ ବିଶ୍ୱର ଏକ ବଡ଼ ପ୍ରଯୁକ୍ତି ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିବ।

ଏଆଇ ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ - ୨୦୨୫ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025
Latest News

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ

December 8, 2025

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.