Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ
ଆଜିର ଖବର

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକାରୁ ୪୪ ଜବତ
ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

ଚିଲିକା: ଚିଲିକାରେ ଚଳିତ ବର୍ଷର ପ୍ରଥମ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି। ଚିଲିକା ବନ୍ୟପ୍ରାଣୀ ବିଭାଗ ୪୪ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଦୁଇ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଡ଼ିଏଫଓଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୩ ଘଟିକାରେ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଦୋଛିଆଁ ଏବଂ ଦେଇପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ଦୁଇ ପକ୍ଷୀ ଶିକାରୀଙ୍କୁ କାବୁ କରିଥିଲେ। ଗିରଫ ପକ୍ଷୀ ଶିକାରୀ ଦ୍ବୟ ହେଲେ ଭୂଷଣ୍ଡପୁର ଅଞ୍ଚଳର ପ୍ରଦୀପ ମଲିକ (୩୫) ଏବଂ ଭାଲୁ ଭୋଳ (୩୮)। ଉଭୟ ଙ୍କ ନିକଟରୁ ଦୁଇ ଗୋଟି ବ୍ୟାଗ ଜବତ ହୋଇଛି ଯେଉଁଥିରେ ୪୪ ଗୋଟି ମୃତ ବିଦେଶୀ ପକ୍ଷୀ ଥିବା ଜଣାପଡିଛି।

ଉଭୟ ଶିକାରୀ ମାଛ ଧରିବା ଆଳରେ ଚିଲିକାରେ ପ୍ରବେଶ କରି ବିଦେଶୀ ପକ୍ଷୀ ଶିକାର କରିଥିବା ଡ଼ିଏଫଓଙ୍କ କହିଛନ୍ତି। ତେବେ ପକ୍ଷୀମାନଙ୍କୁ ବିଷ ଦେଇ ମରାଯାଇଥିବା ବନ୍ୟପ୍ରାଣୀ ବିଭାଗ ସନ୍ଦେହ କରୁଥିବା ବେଳେ ସେମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଯାହାଦ୍ୱାରା ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ସେହିପରି ମୃତ ବିଦେଶୀ ପକ୍ଷୀଙ୍କ ଟିସ୍ୟୁ ନମୁନା ଅଧିକ ପରୀକ୍ଷା ପାଇଁ ଫରେନସିକ ଲାବରୋଟାରୀକୁ ପଠାଯାଇଥିବା କହିଛନ୍ତି ଡ଼ିଏଫଓଙ୍କ ଶ୍ରୀ ନାୟକ। ଗିରଫ ଦୁଇ ପକ୍ଷୀ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଚଢ଼ାଉ ଜାରିରହିଛି।

ଚିଲିକା ମୃତ ବିଦେଶୀ ପକ୍ଷୀ ଜବତ ଶିକାରୀ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଖ ହସିନାଙ୍କ ଫାଶୀଦଣ୍ଡର ପ୍ରଭାବ?: ଭାରତ-ବାଂଲାଦେଶ ସିରିଜ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ 

November 18, 2025

ବଡ଼କୁଡା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

November 18, 2025

ଟି-୨୦ ବିଶ୍ୱକପରେ ଓପନିଂ କରିବେ ଅଭିଷେକ ଶର୍ମାଙ୍କ ସହ ବୈଭବ ସୂର୍ଯ୍ୟବଂଶୀ?: ଦ୍ଵନ୍ଦ୍ଵ ଦୂର କଲା ଏହି ପ୍ରଶ୍ନ

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025
Latest News

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025

ଶେଖ ହସିନାଙ୍କ ଫାଶୀଦଣ୍ଡର ପ୍ରଭାବ?: ଭାରତ-ବାଂଲାଦେଶ ସିରିଜ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ 

November 18, 2025

ବଡ଼କୁଡା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

November 18, 2025

ବାଣପୁରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

November 18, 2025

ଟି-୨୦ ବିଶ୍ୱକପରେ ଓପନିଂ କରିବେ ଅଭିଷେକ ଶର୍ମାଙ୍କ ସହ ବୈଭବ ସୂର୍ଯ୍ୟବଂଶୀ?: ଦ୍ଵନ୍ଦ୍ଵ ଦୂର କଲା ଏହି ପ୍ରଶ୍ନ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.