Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସନ୍ଧ୍ୟା ୬:୩୦ରୁ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ଗ୍ରାଣ୍ଡ ଫିନାଲେ 
ଆଜିର ଖବର

ଆଜି ସନ୍ଧ୍ୟା ୬:୩୦ରୁ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ଗ୍ରାଣ୍ଡ ଫିନାଲେ 

November 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ସନ୍ଧ୍ୟା ୬:୩୦ରୁ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ଗ୍ରାଣ୍ଡ ଫିନାଲେ 
ଆଜି ସନ୍ଧ୍ୟା ୬:୩୦ରୁ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ଗ୍ରାଣ୍ଡ ଫିନାଲେ 

ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡିଶାର ସବୁଠୁ ବଡ଼ ରିୟାଲିଟି ଶୋ’ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ସମସ୍ତର ରାଉଣ୍ଡ ସରିଛି। ଏବେ ଏହି ରିୟାଲିଟି ଶୋ’ ର ଶେଷ ସୋପାନ ଅର୍ଥାତ ଗ୍ରାଣ୍ଡ ଫିନାଲେ ବାକି ଅଛି। ଯାହା ଆଜି ସନ୍ଧ୍ୟା ୬:୩୦ ଟିଭି ପରଦାରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବ। “ଓଡ଼ିଶାର ବେଷ୍ଟ ସିନେଷ୍ଟାରର ଖୋଜ” ହେଉଛି ଏକ ଅନନ୍ୟ ପ୍ରତିଭା ଖୋଜିବାର ପ୍ରୟାସ ଯାହା ଓଡ଼ିଶାର ପରବର୍ତ୍ତୀ ବଡ଼ ଅଭିନେତାକୁ ପରିଚୟ ଦେବ।

ଗ୍ରାଣ୍ଡ ଫିନାଲେ ବହୁ ଜାକ ଜମକରେ ସୁଟିଂ ହୋଇଥିଲା ଯେଉଁଥିରେ ଓଡିଆ ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରୀର ବହୁ ନାମୀ ଦାମୀ କଳାକାର ମାନେ ନିଜ କଳାର ପ୍ରଦର୍ଶନ କରିବା ସହ ପ୍ରତିଯୋଗୀ ମାନଙ୍କ ପ୍ରଦର୍ଶନକୁ ମଧ୍ୟ ଉପଭୋଗ କରିଛନ୍ତି। ପ୍ରତି ପ୍ରତିଯୋଗୀ ଏହି ଗ୍ରାଣ୍ଡ ଫିନାଲେରେ ନିଜର ଦମଦାର ପ୍ରଦର୍ଶନ ଦେଇଛନ୍ତି।

ଏହି ରିୟାଲିଟି ଶୋ ରେ ବିଭିନ୍ନ ନାଟକୀୟ ଦୃଶ୍ୟଠାରୁ ଆରମ୍ଭ କରି କମେଡି ଡ୍ରାମା ସହ ଆକ୍ସନ ସିକ୍ୱେନ୍ସ ପର୍ଯ୍ୟନ୍ତ, ନିଜର ପ୍ରତିଭା ଦ୍ୱାରା ଏହି ମଞ୍ଚକୁ ଜୀବନ୍ତ କରିବେ ପ୍ରତିଯୋଗୀ। ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ନିଜର କଳା ପ୍ରଦର୍ଶନ କରିଛନ୍ତି ତେବେ ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ଜଣେ ଅଭିନେତା ଓ ଅଭିନେତ୍ରୀ ବିଜୟୀ ମୁକୁଟ ପିନ୍ଧିବେ ଯିଏ ପାଇବେ ବଡ ସ୍କ୍ରିନକୁ ପ୍ରବେଶ କରିବାର ବଡ ସୁଯୋଗ । ସେମାନଙ୍କୁ ଆଗାମୀ ଜୀ ସାର୍ଥକ ଫିଲ୍ମସ ଓ ମ୍ୟୁଜିକ ଭିଡିଓରେ ମୁଖ୍ୟ କଳାକାର ଭାବରେ ଲଞ୍ଚ ହେବେ।

“ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍”ର ବିଚାରକ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଶ୍ରୀତମ, ଲିପି ଏବଂ ନମ୍ରତା ଥାପ୍ପା ରହିଛନ୍ତି । ଉପସ୍ଥାପନା ଦାୟିତ୍ୱ ତୁଲାଉଛନ୍ତି ଅଭିନେତ୍ରୀ ଅନନ୍ୟା ଏବଂ ଅଭିନେତା ରଞ୍ଜନ । ଗ୍ରାଣ୍ଡ ଫିନାଲେରେ ଓଡ଼ିଶାର ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ସ୍ଵରାଜ ବାରିକ, ଶିବାନୀ ସଙ୍ଗୀତା, ସୁଜିତ, ଅସୀମା ପଣ୍ଡା, କୁଲଦୀପ ଓ ଗୌରବଙ୍କ ଆନନ୍ଦ ପରି ନାମୀ ଦାମୀ କଳାକାର ଯୋଗ ଦେଇ ପ୍ରତିଯୋଗୀଙ୍କ ସହ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହି ଶୋ ପ୍ରତ୍ୟେକ ଶନିବାର ଓ ରବିବାର, ରାତି ୯:୩୦ରୁ କେବଳ ଜୀ ସାର୍ଥକରେ ପ୍ରସାରିତ ହୋଇଛି ।

ଓଡ଼ିଆ ସଂସ୍କୃତି, କଳା ଓ ଅଭିନୟକୁ ଆଗକୁ ନେବା ପାଇଁ ଜୀ ସାର୍ଥକ ସବୁବେଳେ ଚେଷ୍ଟାରତ, ତେଣୁ ଆମ ସହିତ ଯୋଡି ହୋଇ ରୁହନ୍ତୁ ଓ ଚ୍ଯାନେଲର ଏହି ପ୍ରୟାସକୁ ଆଉ ପାଦେ ଆଗକୁ ନେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ଶ୍ରୀ ରାହୁଲ ରାଓ।

ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍ ଗ୍ରାଣ୍ଡ ଫିନାଲେ ଜୀ ସାର୍ଥକ ରିୟାଲିଟି ଶୋ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026
Latest News

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.