Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳିତ
ଆଜିର ଖବର

ରାଜ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳିତ

November 26, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳିତ
ରାଜ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳିତ

ଭୁବନେଶ୍ୱର: ଓୟୁଏଟିର କୃଷି ଶିକ୍ଷା ସଦନ ଠାରେ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ଜାତୀୟ ଦୁଗ୍ଧ ଦିବସ (National Milk Day) କାର୍ଯକ୍ରମ ଉଦଘାଟିତ ହୋଇଯାଇଛି। ଆମ ଦେଶରେ ଶ୍ଵେତ ବିପ୍ଲବ  (White Revolution) ର ଜନକ ଡକ୍ଟର ଭର୍ଗିସ୍ କୁରିଏନଙ୍କ ଜନ୍ମଦିନକୁ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ମନ୍ତ୍ରୀ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ବ୍ୟବହାର ବୃଦ୍ଧି ଏବଂ ରାଜ୍ୟରେ କିପରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ ଓ ଗୋପାଳକଙ୍କ ଉନ୍ନତି ହେବ, ସେ ଲକ୍ଷ୍ୟ ନେଇ ଏ ଦିବସ ପାଳନ କରାଯାଉଛି ବୋଲି କହିଥିଲେ।

ମନ୍ତ୍ରୀ କହିଥିଲେ, ଦୁଗ୍ଧ ଉତ୍ପାଦନ ହେଉଛି ଏପରି ଏକ କ୍ଷେତ୍ର ଯେଉଁଥିରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛି। ଆମ ରାଜ୍ୟରେ ଏବେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି। ମୁଣ୍ଡପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ଆବଶ୍ୟକ ଥିବା ସ୍ଥଳେ ଆମ ରାଜ୍ୟରେ ପ୍ରାୟ ୧୬୦ ଗ୍ରାମ ଦୁଗ୍ଧ ଉତ୍ପାଦିତ ହେଉଛି। ଏ କ୍ଷେତ୍ରରେ ଆମକୁ ଆହୁରି ଆଗକୁ ଯିବାର ଅଛି। ଦୁଗ୍ଧ ଉତ୍ପାଦନରେ ଆମେ ଟିକିଏ ପଛରେ ପଡ଼ିଯାଇଛୁ କାରଣ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆଗରୁ ସେମିତି କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ନଥିଲା। ଏବେ ସେ ଯୁଗ ଶେଷ ହୋଇଛି। ଆମ ସରକାର ଗୋପାଳନକୁ ପ୍ରାଧାନ୍ୟ ଦେଇ ନୂତନ ଭାବେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏହା ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇ ଗୁଣ କରିବାର ଲକ୍ଷ୍ୟ ରଖାଯାଇଛି। ଗାଈ ଓ ମଇଁଷି ପାଳନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ପର୍ଯନ୍ତ ରିହାତି ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଅଦ୍ୟାବଧି ୪ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରାୟ ୨୦୦ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ଏପର୍ଯନ୍ତ ଏହି ଯୋଜନା ଅଧିନରେ ୮ ହଜାରରୁ ଉର୍ଦ୍ଧ୍ବ ଗାଈମଇଁଷି ରାଜ୍ୟର ଗୋପାଳକ ମାନେ ବାହାର ରାଜ୍ୟରୁ କିଣସାରିଲେଣ।  ରାଜ୍ୟର ଗୋପାଳକମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏବେ ସଶକ୍ତ ହୋଇପାରୁଛନ୍ତି। ଏହା ଅତ୍ୟନ୍ତ ଖୁସିର ବିଷୟ।

ମନ୍ତ୍ରୀ ପୁଣି କହିଥିଲେ ଯେ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ ଫାର୍ମ ଓ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ (Milk Processing Plant) ପ୍ରତିଷ୍ଠା କରିବା ପାଇଁ ଏକ କୋଟି ଟଙ୍କା ପର୍ଯନ୍ତ ଆର୍ଥିକ ସହାୟତା ଦିଆଯାଉଛି । ଗୋରୁଗାଈଙ୍କ ରୋଗ ନିୟନ୍ତ୍ରଣ ଦୁଗ୍ଧ ଉତ୍ପାଦନ ଉପରେ ବହୁତ ପ୍ରଭାବ ପକାଇଥାଏ। ତେଣୁ ସେ କ୍ଷେତ୍ରରେ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଗୋପାଳକ ମାନଙ୍କ ଦୁଆରେ ପ୍ରାଣିଚିକିତ୍ସା ସେବା ପହଞ୍ଚାଇଦେବା ପାଇଁ ରାଜ୍ୟରେ ୩୧୪  ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ କାର୍ଯ କରୁଛି। ଗୋପାଳକ ମାନଙ୍କୁ ଘାସ ଚାଷ, ଟିକାକରଣ ଓ କୃମିନାଶନ ଆଦି ପାଇଁ ସହାୟତା ଯୋଗାଇ ଦିଆଯାଉଛି।

ଶ୍ରୀ ମଲ୍ଲିକ କହିଥିଲେ ଯେ, OMFED ର ପ୍ରାୟ ୪ ହଜାର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଜରିଆରେ ପ୍ରାୟ ୩ ଲକ୍ଷ ଗୋପାଳକ ଉପକୃତ ହେଉଛନ୍ତି। ସେମାନଙ୍କୁ ଗୋଖାଦ୍ୟରେ ରିହାତି ଯୋଗାଇ ଦିଆଯାଉଛି ଏବଂ ଉନ୍ନତ ଗୋପାଳନ ପାଇଁ ତାଲିମ ଦିଆଯାଉଛି। ଲୋକଙ୍କ ପାଖରେ ଉତ୍ତମ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପହଞ୍ଚାଇବା ପାଇଁ OMFED ଦ୍ଵାରା A2 କ୍ଷୀର  ଓ ଗୁଣ୍ଡ ଦୁଗ୍ଧ ପ୍ରସ୍ତୁତ କରି ବଜାରକୁ ଛଡାଯାଇଛି। ଅଧିକ ଦିନ ପର୍ଯନ୍ତ ରହିପାରୁଥିବା Ultra High Temperature milk OMFED ଦ୍ଵାରା ପ୍ରସ୍ତୁତ କରାଯାଉଛି। ଆଜି OMFED ର ୭ ଗୋଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ଏହା ଅତି ଆନନ୍ଦର ବିଷୟ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ NDDB ସହ ବୁଝାମଣା କରାଯାଇ ଆମ ରାଜ୍ୟର ଗୋପାଳକଙ୍କୁ ବାହାର ରାଜ୍ୟରୁ ଉଚ୍ଚ ଗୁଣସମ୍ପନ୍ନ ଦୁଧିଆଳୀ ଗାଈ ଯୋଗାଇ ଦିଆଯାଉଛି। ଏହାର ଆଜି ଶୁଭାରମ୍ଭ ହେବ। ଆମ ସରକାର ରାଜ୍ୟର ଲୋକଙ୍କ ହିତ ପାଇଁ ସବୁମତେ ଉଦ୍ୟମ କରୁଛି।

ଆଜି ଜାତୀୟ ଦୁଗ୍ଧ ଦିବସ ଅବସରରେ ଓମ୍ଫେଡ୍ ତାର ବିଭିନ୍ନ ଉତ୍ପାଦର ଶୁଭାରମ୍ଭ କରିଛି । ଆଜିଠାରୁ ଓମ୍ଫେଡ୍ ଓଡିଶା ବଜାରକୁ ପିଇବା ପାଣି ବଟଲ ଛାଡୁଛି। ଏହା ବ୍ୟତୀତ tetra pack ଲସି,  ଚକୋଲେଟ୍ ମିଲ୍କ ସେକ୍ ଏବଂ ପ୍ରୋଟିନ yoghurt ଇତ୍ୟାଦିର ଆଜି ବଜାର ପ୍ରବେଶ କରାଯାଇଛି। ଓମ୍ଫେଡ୍ ଏବେ ଚାଷୀଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଚାଷୀମାନଙ୍କର ଜୀବନ ବୀମା କରିଛି। ଘରର ମୁଖିଆ ବା ଦୁଗ୍ଧଉତ୍ପାଦକଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ, ତାଙ୍କ ପରିବାର ଯେପରି ନିଜକୁ ଅସହାୟ ନମଣିବେ, ସେଥିପାଇଁ ଓମ୍ଫେଡ୍ ପ୍ରତ୍ୟେକ ଦୁଗ୍ଧ ଉତ୍ପାଦକଙ୍କ ପାଇଁ ଏକ ଲକ୍ଷ ଟଙ୍କାର ଜୀବନ ବୀମା ପଲିସ୍ କରିଛି।

ଓମଫେଡ୍ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି। ଏବେ ନୂଆ ନୂଆ ଉତ୍ପାଦ ପ୍ରସ୍ତୁତ କରିବା ସହ ଦୁଗ୍ଧ ସଂଗ୍ରହକୁ ବୃଦ୍ଧି କରିବା ପାଇଁ ଓମଫେଡ୍ ଉଦ୍ୟମ ଜାରି ରଖିଛି। ଓମଫେଡର ଉତ୍ପାଦ ସହରାଂଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ତାର ମାର୍କେଟ ବିସ୍ତାର ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟ ବାହାରକୁ ମଧ୍ୟ ଓମଫେଡ୍ ତାର କାୟା ବିସ୍ତାର କରୁଛି। ଫଳରେ ତାର କାରବାର ବହୁ ପରିମାଣରେ ବୃଦ୍ଧି ହୋଇଛି। 2023-24 ଆର୍ଥିକ ବର୍ଷରେ ଓମଫେଡ୍ 855 କୋଟି ଟଙ୍କାର କାରବାର କରିଥିବା ବେଳେ 2024-25 ଆର୍ଥିକ ବର୍ଷରେ 1028 କୋଟି ଟଙ୍କାର କାରବାର ବୃଦ୍ଧି କରିଛି।

ଆଜି କାର୍ଯକ୍ରମରେ ୨୫ ଜଣ ଗୋପାଳକଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ୩ ଜଣ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରିହାତି ରାଶି ପ୍ରଦାନ କରାଯାଇଥିଲା। ପ୍ପ୍ରାଣିକଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରାଜ୍ୟର ୮୩ ଗୋଟି ପଞ୍ଜିକୃତ ଗୋଶାଳାକୁ ବୁଲା ଓ ଅସହାୟ ଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ୧୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାଜ୍ୟର ୨୪ ଗୋଟି ପୌରସଂସ୍ଥାକୁ ବୁଲା ପ୍ରାଣୀଙ୍କ ଉଦ୍ଧାର ପାଇଁ ଆବଶ୍ୟକୀୟ ଗାଡି କ୍ରୟ କରିବାକୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ହିମିକୃତ ଶୁକ୍ର ଭଣ୍ଡାର, କଟକ ଠାରେ ମନ୍ତ୍ରୀ ଆଭାଷୀ ମାଧ୍ୟମରେ sex sorted semen ପ୍ରୟୋଗଶାଳାର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ଓଡ଼ିଶାରେ ଏବେ sex sorted semen ଉତ୍ପାଦନ ହୋଇପାରିବ ଏବଂ ଓଡ଼ିଶା ଏ ବାବଦରେ ସାରା ଦେଶରେ ଚତୁର୍ଥ ରାଜ୍ୟ। ରାଜ୍ୟର ଗୋପାଳକଙ୍କୁ ଅଧିକ ଲାଭବାନ କରିବା ପାଇଁ ଲିଙ୍ଗ ନିରୂପିତ ଶୁକ୍ର (Sex Sorted Semen) ମାଧ୍ୟମରେ କୃତ୍ରିମ ପ୍ରଜନନ କାର୍ଯକ୍ରମ କରାଯାଉଛି। ଏହା ମାଧ୍ୟମରେ ୯୦ ପ୍ରତିଶତ ପର୍ଯନ୍ତ ମାଈ ବାଛୁରୀ ଜନ୍ମ ହୋଇ ଗୋପାଳକ ଲାଭବାନ ହେଉଛନ୍ତି।

ଏହି କାର୍ଯକ୍ରମରେ ଓମଫେଡ଼ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଏବଂ ପ୍ରାଣିଚିକିତ୍ସା ଓ ପ୍ରାଣିପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁଷେଣ କୁମାର ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ଏକ ହଜାର ଗୋପାଳକ ଏଥିରେ ଯୋଗ ଦେଇଥିଲେ।

National Milk Day White Revolution ଓଡିଶା ସରକାର ଓୟୁଏଟି ଗୋକୁଳାନନ୍ଦ ମଲ୍ଲିକ ପରମେଶ୍ୱର ଫୁଙ୍କୱାଲ ପୂର୍ବତଟ ରେଳପଥ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ସମ୍ବିଧାନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025
Latest News

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.