ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି। ଉକ୍ତ ଦିବସରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କସ୍ତୁରୀବାଳା ଜେନା ମଞ୍ଚାଷିନ ଥିବା ବେଳେ ଡେପୁଟୀ କଲେକ୍ଟର, ନ୍ୟାୟିକ ସୃଷ୍ଟି ଅନନ୍ୟା ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସାମ୍ବିଧାନିକ ଧାରା ଅନୁଯାୟୀ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠା ପର ଭାବେ ରାଷ୍ଟ୍ରର ଗୌରବ ଓ ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରଖି ଜନ ସାଧାରଣ ତଥା ଦେଶ ସେବା କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ ଶପଥ ପାଠ କରାଇଥିଲେ। ଦିବସରେ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗିତାଂଶୁ ମୋହନ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ, ଡେପୁଟୀ କଲେକ୍ଟର, ରାଜସ୍ବ, ନିବେଦିତା ପରିଡ଼ା, ଡେପୁଟୀ କଲେକ୍ଟର, ନିର୍ବାଚନ ମନୋଜ ସେନାପତି, ଡେପୁଟୀ କଲେକ୍ଟର, ଆର୍ତ୍ତତ୍ରାଣ ମଲ୍ଲିକ, ଡେପୁଟି କଲେକ୍ଟର, ସଂସ୍ଥା, ରବୀନ୍ଦ୍ର କୁମାର ଦାଶ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ଵରୀ କଅଁର, କ୍ରିଷ୍ଣା କୁମାର ଜେନା ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ।


