ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟାଦେବୀ ମା’ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଆଜି ଖୋଲାଯାଇଛି। ଦିବା ୧୦ ଘଟିକା ସମୟରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ
ଉପସ୍ଥିତିରେ କମିଟିର ସଭ୍ୟ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶକୁମାର ମହନ୍ତି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିହୁଣ୍ଡି ଖୋଲିଥିଲେ। ହୁଣ୍ଡିରୁ ୧,୯୪,୪୯୧ ଟଙ୍କା (ଏକ ଲକ୍ଷ,ଚଉରାନବେ ହଜାର, ଚାରିଶହ ଏକା ନବେ) ସହିତ ୧୭ କ୍ୟାରେଟ୍ ବିଶିଷ୍ଟ ୫୫୦ ମିଲିଗ୍ରାମର ଏକ ସୁନାର ଲକେଟ୍,୧୩କ୍ୟାରେଟ୍ ବିଶିଷ୍ଟ ୩୭୦ ମିଲିଗ୍ରାମର ଏକ ସୁନାର ନାକଚଣା, ୧ଗ୍ରାମ ୧୦୦ମିଲିଗ୍ରାମ ଓଜନର ରୂପାର ୪ଟି ଆଖି ମିଳିଥିଲା।
ମନ୍ଦିର କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ ମିଶ୍ର, କମଳ ମିଶ୍ର, ପ୍ରଭାତ କୁମାର ଦାଶ, ଶ୍ରଦ୍ଧାଳୁ ନବ କିଶୋର ପ୍ରଧାନ, ଆରକ୍ଷୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସହିତ ସମସ୍ତ ସେବାୟତଙ୍କ ସହଯୋଗରେ ହୁଣ୍ଡିରୁ ସଂଗ୍ରହ କରାଯାଇଥିବା ଅର୍ଥ ସ୍ଥାନୀୟ ୟୁକୋ ବ୍ୟାଙ୍କ ମନ୍ଦିର ଜମା ଖାତାରେ ଜମା କରାଯାଇଥିଲା।
ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ଥ ଓ ଅଳଙ୍କାର ମା’ଙ୍କ ସେବାରେ ଲାଗିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।


