ନୂଆଦିଲ୍ଲୀ: ହଂକଂର ତାଇପୋରେ ବୁଧବାର ଅପରାହ୍ନରେ ଅନେକ ବହୁମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୪ ଜଣଙ୍କ ମୃତ୍ୟୁ ଏବଂ ୩୦୦ ନିଖୋଜ ଅଛନ୍ତି। ଖବର ଅନୁଯାୟୀ ନିଆଁ ସାତଟି କୋଠାରେ ବ୍ୟାପିଛି। ପୋଲିସ କହିଛି ଯେ, ଏହି ଘଟଣା ସହିତ ଜଡିତ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।
ଅଗ୍ନିଶମ ସେବା ବିଭାଗ (FSD) କହିଛି ଯେ, ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଲୋକ କୋଠାରେ ଫସି ରହିଛନ୍ତି। ନିଆଁ ଅନେକ କିଲୋମିଟର ଦୂରରୁ ଦେଖାଯାଉଥିଲା। ବୁଧବାର (୨୬ ନଭେମ୍ବର, ୨୦୨୫) ଅପରାହ୍ନ ୨:୫୧ ରେ ଅଗ୍ନିକାଣ୍ଡର ରିପୋର୍ଟ ପାଇଥିଲେ ଏବଂ ଏହାକୁ ୪ ନମ୍ବର ଆଲାର୍ମ (ହଂକଂରେ ଦ୍ୱିତୀୟ ସର୍ବୋଚ୍ଚ ଆଲାର୍ମ) ପ୍ରାୟ ୩:୩୦ ସମୟରେ ଘୋଷଣା କରିଥିଲେ।


