ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣବାଡ଼ି ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବାଲି ଟ୍ରକ୍ କୁ ପିଟି ହୋଇ କୁମାର ଚନ୍ଦ୍ର ବେହେରା (ଜିତୁ) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।
ସୁଚନା ଅନୁଯାୟୀ ଜଣାପଡିଛି ଯେ, ମୃତ ଯୁବକ ଜଣକର ଘର ଟାଉନ୍ ଥାନା ଅର୍ନ୍ତଗତ ଗେଟ୍ ବଜାର ବ୍ୟାଙ୍କ କଲୋନୀ ଓ ସେ ମୋଟରସାଇକେଲ ଯୋଗେ ମୋହନା ଅଞ୍ଚଳରୁ ନିଜ ଘରକୁ ଫେରୁଥିବା ବେଳେ ଏହି ଭଳି ଘଟଣାର ସମ୍ମୁଖୀନ ହୋଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ କର୍ତ୍ତବ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।
ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକ୍ ଓ ମୋଟରସାଇକେଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


