ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଆଜି ପୂର୍ବାହ୍ନରେ ଅଧିବେଶନ ହେବା ପରେ ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ନେତା ଏବଂ ସିପିଆଇ ନେତା ଏହାକୁ ସମର୍ଥନ କରିଥିଲେ।
ଶୋକପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଦସ୍ୟ ସ୍ୱର୍ଗତ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ, ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ । ତେବେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳର ନେତାଙ୍କ ଅଭିଭାଷଣ ରଖିଥିଲେ। ଏହାପରେ ନିରବ ପ୍ରାର୍ଥନା କରାଯାଇଥିଲା।
ବାଚସ୍ପତି ରାଷ୍ଟ୍ରପତିଙ୍କ ଆଗମନ ତଥା ଗୃହରେ ଅଭିଭାଷଣ ରଖିବା ସଂପର୍କରେ ଅବଗତ କରାଇ ଗୃହକୁ ମୁଲତବୀ ରଖିଥିଲେ।


