ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ଦିନରେ ଗୃହ କାର୍ଯ୍ୟ ପ୍ରଶ୍ନ ଉତ୍ତର କାଳରୁ ଆରମ୍ଭ ହୋଇଛି। ଏଥିରେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ଆଲୋଚନା ହୋଇଛି।
ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଅତିରିକ୍ତ ବଜେଟ ଉପସ୍ଥାପନା କରିବେ। ଏଥିରେ ସେ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନା କରିବେ ବୋଲି ଜଣାପଡିଛି।
ଗତକାଲି ଏକ ଐତିହାସିକ ମୁହୂର୍ତ୍ତରେ ଶୀତ ଅଧିବେସନ ଆରମ୍ଭ ହୋଇଛି। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାରେ ନିଜର ଅଭିଭାଷଣ ରଖିଥିଲେ। ଯାହା ବିଧାନସଭା ଇତିହାସରେ କେବେ ଘଟି ନ ଥିଲା। ସେ ଦୀର୍ଘ ଅଭିଭାଷଣରେ ବିଧାୟକମାନେ କିପରି ସଂଜମତା ରକ୍ଷା କରିବେ ସେ ନେଇ ନିଜର ବକ୍ତବ୍ୟ ରଖିଥିଲେ।


