Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରୁଛି ସିପିଗ୍ରାମ୍ସ ପୋର୍ଟାଲ
ଆଜିର ଖବର

ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରୁଛି ସିପିଗ୍ରାମ୍ସ ପୋର୍ଟାଲ

November 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିପିଗ୍ରାମ୍ସ ପୋର୍ଟାଲ
ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

ଭୁବନେଶ୍ୱର: ସାଧାରଣ ନାଗରିକଙ୍କ ଆପତ୍ତି ଅଭିଯୋଗ ଶୁଣିବା ଏବଂ ସେମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବା ଲାଗି କେନ୍ଦ୍ର ସରକାର ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରୁଛନ୍ତି। ସେଭଳି ଏକ ସୁବିଧା ଦେଇଛି କେନ୍ଦ୍ରିକୃତ ସାଧାରଣ ଅଭିଯୋଗ ନିବାରଣ ଏବଂ ନିରୀକ୍ଷଣ ପ୍ରଣାଳୀ (ସିପିଗ୍ରାମ୍ସ) ପୋର୍ଟାଲ। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏହି 24 ଘଣ୍ଟିଆ ଅନଲାଇନ ପୋର୍ଟାଲରେ ସାଧାରଣ ଲୋକମାନେ ସେମାନଙ୍କର ଅଭିଯୋଗ ଦାଖଲ କରିବା ସହିତ ଏହାର ତୁରନ୍ତ ସମାଧାନ ପାଇପାରୁଛନ୍ତି।

ପୋର୍ଟାଲ ଦ୍ୱାରା ବିଭିନ୍ନ ସମସ୍ୟା ସମାଧାନର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଗ୍ରାମ ପଞ୍ଚାୟତରେ। ବିଶୋଇ ପଞ୍ଚାୟତ ଅଫିସ ଏବଂ ଛକ ନିକଟରେ ଅଳିଆ ଗଦା ହୋଇଥିବା କାରଣରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ସେଠାରେ ଥିବା ଶୌଚାଳୟରେ ତାଲା ପଡ଼ିଥିଲା ଏବଂ ସ୍ୱଚ୍ଛତା ଭିତ୍ତିଭୂମିର ଅଭାବ ରହିଥିଲା। ସରକାରୀ ପାଣ୍ଠି ଆବଣ୍ଟନ ସତ୍ତ୍ୱେ ଏଭଳି ଅସ୍ୱଚ୍ଛ ପରିବେଶକୁ ସ୍ୱଚ୍ଛ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉନଥିଲା। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଚନ୍ଦ୍ରଚୂଡ଼ ଦାସ ଗତ ଜୁଲାଇ ମାସରେ ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବା ପରେ ଏହି ସମସ୍ୟାର ସମାଧାନ ହୋଇଛି। ବିଶୋଇ ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ନିରୀକ୍ଷଣ ପରେ ସେଠାରେ ସ୍ୱଚ୍ଛତା ପାଇଁ ପଦକ୍ଷେପ ନିଆଯାଇଛି। 36ଟି ଡଷ୍ଟବିନ୍‌ ରଖାଯିବା ସହିତ ଗୋଷ୍ଠୀ ସ୍ୱଚ୍ଛତା ପରିସର ନିର୍ମାଣ କରାଯାଇଛି। ଗ୍ରାମପଞ୍ଚାୟତର ତତ୍ତ୍ୱାବଧାନରେ ସାପ୍ତାହିକ ସଫେଇ କରାଯାଉଛି।

ସୂଚନାଯୋଗ୍ୟ ସିପିଗ୍ରାମ୍ସ ପୋର୍ଟାଲରେ ଇଂରାଜୀ ସମେତ 22ଟି ଭାରତୀୟ ଭାଷାରେ ଅଭିଯୋଗ ଦାଖଲ କରାଯାଇପାରିବ। ପୋର୍ଟାଲ ମାଧ୍ୟମରେ ଅଭିଯୋଗକୁ ଭାରତ ସରକାରଙ୍କ ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ସମାଧାନ ପାଇଁ ପ୍ରେରଣ କରାଯାଇଥାଏ। ଅଭିଯୋଗକାରୀ ସମାଧାନକୁ ନେଇ ସନ୍ତୁଷ୍ଟ ନଥିଲେ ପୁନର୍ବାର ଆବେଦନ କରିବାର ସୁବିଧା ରହିଛି। ଭାରତ ସରକାରଙ୍କ କାର୍ମିକ ଓ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସିପି ଗ୍ରାମ୍ସ ପୋର୍ଟାଲରେ 2022ରୁ 2024 ମଧ୍ୟରେ 70 ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି। ଦକ୍ଷ ଅଭିଯୋଗ ସମାଧାନ ସୁବିଧା ପ୍ରଦାନ କରି ଏହା ନାଗରିକ କେନ୍ଦ୍ରିକ ପ୍ରଶାସନର ପ୍ରତୀକ ପାଲଟିଛି।

ମୟୂରଭଞ୍ଜ ଜିଲ୍ଲା ମୌଳିକ ସମସ୍ୟା ସମାଧା ସିପିଗ୍ରାମ୍ସ ପୋର୍ଟାଲ ସ୍ୱଚ୍ଛ ପରିବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026
Latest News

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.