Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲ ଖାଦ୍ୟ ଥାଳିରେ ଉପଲବ୍ଧ ହେବ ମିଲେଟ୍ ରେସିପି, ଆରିୟାନା ରେଷ୍ଟୁରାଣ୍ଟ କଲା ତ୍ରିପାକ୍ଷିକ ଚୁକ୍ତି
ଆଜିର ଖବର

ରେଢ଼ାଖୋଲ ଖାଦ୍ୟ ଥାଳିରେ ଉପଲବ୍ଧ ହେବ ମିଲେଟ୍ ରେସିପି, ଆରିୟାନା ରେଷ୍ଟୁରାଣ୍ଟ କଲା ତ୍ରିପାକ୍ଷିକ ଚୁକ୍ତି

December 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲ ଖାଦ୍ୟ ଥାଳି
ରେଢ଼ାଖୋଲ ଖାଦ୍ୟ ଥାଳିରେ ଉପଲବ୍ଧ ହେବ ମିଲେଟ୍ ରେସିପି, ଆରିୟାନା ରେଷ୍ଟୁରାଣ୍ଟ କଲା ତ୍ରିପାକ୍ଷିକ ଚୁକ୍ତି

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ହୋଟେଲ ଆର୍ଯ୍ୟନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନ୍, ଚିରସବୁଜ ଉତ୍ପାଦକ କମ୍ପାନୀ ଓ ହୋଟେଲ ଆର୍ଯ୍ୟନା ମଧ୍ୟରେ ଶ୍ରୀ ଅନ୍ନ ଅଭିଯାନ (ମିଲେଟ୍ ମିଶନ) ପ୍ରକଳ୍ପର ଆଞ୍ଚଳିକ ସଂଯୋଜକ ଓ ଜିଲ୍ଲା ସହ-ସଂଯୋଜକଙ୍କ ଉପସ୍ଥିତିରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇ ଯାଇଛି।

ଏହି ଚୁକ୍ତି ଅନୁଯାୟୀ, ଚିରସବୁଜ ସ୍ଥାନୀୟ ମିଲେଟ୍ ଚାଷୀଙ୍କଠାରୁ ମାଣ୍ଡିଆ, ବାଜରା,ଜହ୍ନା,କାଂଗୁ,କୋଦ ଆଦି ସିଧାସଳଖ ସଂଗ୍ରହ କରି ହୋଟେଲ ଆର୍ଯ୍ୟନାକୁ ସୁଲଭ ମୂଲ୍ୟରେ ଓ ନିର୍ଦ୍ଧାରିତ ସମୟରେ ଯୋଗାଇ ଦେବ। ହୋଟେଲ ପକ୍ଷରୁ ମେନୁରେ ମିଲେଟ୍-ଭିତ୍ତିକ ବିଭିନ୍ନ ରେସିପି ଯଥା ମାଣ୍ଡିଆ କ୍ଷୀରି, ବାଜରା ରୁଟି, କାଙ୍ଗୁ ଖିରି ଆଦି ସ୍ଥାୟୀ ଭାବେ ସାମିଲ କରାଯିବ।

ମହାଶକ୍ତି ଫାଉଣ୍ଡେସନ୍ ପୁରା ପ୍ରକଳ୍ପର ତଦାରଖ, ଶେଫ୍‌ଙ୍କୁ ପ୍ରଶିକ୍ଷଣ ଓ ପ୍ରଚାର କାର୍ଯ୍ୟ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପର ମହାଶକ୍ତି ଫାଉଣ୍ଡେସନ ବ୍ଲକ୍ ପ୍ରକଳ୍ପ ସଂଯୋଜକ ଆକାଶ ସାହୁ ,ଚିରସବୁଜ ଉତ୍ପାଦକ କମ୍ପାନୀର ସିଇଓ ଆଶୁତୋଷ ଦ୍ବିବେଦୀ, ଆରିୟାନା ରେଷ୍ଟୁରାଣ୍ଟର ସତ୍ତ୍ୱାଧିକାରୀ
ସୌମ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ।

ଆଞ୍ଚଳିକ ସଂଯୋଜକ ନାୟକ ଏହା ରେଢ଼ାଖୋଲକୁ ମିଲେଟ୍ ହବ୍ ଓ ଚାଷୀଙ୍କ ଆୟ ବହୁଗୁଣିତ କରିବ ବୋଲି ମତ ବ୍ୟକ୍ତ କରିଥିବା ବେଳେ ଜିଲ୍ଲା ସହ ସଂଯୋଜକ ନୀରୋଦ ମେହେର ସମ୍ବଲପୁର ଜିଲ୍ଲାରେ ଏହା ଏକ ଆଦର୍ଶ ମଡେଲ ହେବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମିଲେଟ୍-ଭିତ୍ତିକ ବିଭିନ୍ନ ସୁସ୍ୱାଦୁ ପଦାର୍ଥ ପରିବେଷଣ କରାଯାଇ ଅତିଥିମାନେ ଉପଭୋଗ କରିଥିଲେ। ଏହି ଚୁକ୍ତି ପ୍ରକଳ୍ପ ସରିଲା ପରେ ମଧ୍ୟ ମିଲେଟ୍‌ର ଚାହିଦା ଓ ସ୍ଥାୟୀତ୍ୱ ବଜାୟ ରହିବ ବୋଲି ଆୟୋଜକମାନେ ଦାବି କରିଛନ୍ତି।

Millet Mission Redhakhol ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

MGNREGS Fund Released: କେନ୍ଦ୍ର ସରକାର ରାଜ୍ୟଗୁଡିକୁ ପ୍ରଦାନ କଲେ 68,393 କୋଟି ଟଙ୍କା

December 2, 2025

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ଶକ୍ତିଶାଳୀ-Rashifal

December 2, 2025

ପୂର୍ବତଟ ରେଳପଥ ଆୟୋଜନ କଲା ଦ୍ୱିତୀୟ ନୀଳାଦ୍ରି କପ୍ T-20 ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍

December 1, 2025

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ 2025ର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

December 1, 2025
Latest News

PMO Name Changed: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ, ଏଣିକି ନୂଆ ନାମ ହେଲା…

December 2, 2025

Kashi Tamil Sangamam: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

December 2, 2025

Sanchar Saathi App Confusion: ସଞ୍ଚାର ସାଥୀ ଆପ୍ ଡାଉନଲୋଡ ବାଧ୍ୟ କି? ସ୍ପଷ୍ଟ କଲେ ମନ୍ତ୍ରୀ ସିନ୍ଧିଆ

December 2, 2025

ପୂର୍ବତଟ ରେଳପଥର କର୍ମଚାରୀ ଅଂଶଗ୍ରହଣ ମଞ୍ଚ ବୈଠକ ଆୟୋଜନ

December 2, 2025

ରାଜ୍ୟ କଂଗ୍ରେସ ନେଲା ବଡ ନିଷ୍ପତି, ଏହି ନେତାଙ୍କୁ ଦଳରୁ ଛଅ ବର୍ଷ ପାଇଁ କଲା ବହିସ୍କାର

December 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.