ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠ କାର୍ଯ୍ୟାଳୟ ରୁ ଗତକାଲି ଚୋରି ହୋଇଥିବା ଜଣାପଡିଛି। ମନ୍ଦିର କାର୍ଯ୍ୟାଳୟର ତାଲା ଭାଙ୍ଗି ଦୁର୍ବୁତ୍ତ ଚୋରି କରି ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତ ରଙ୍କନାଥ ଦେବ ମନ୍ଦିର ପରିସରରେ ଥିବା କାର୍ଯ୍ୟାଳୟର ତାଲା ଭାଙ୍ଗି କାର୍ଯ୍ୟାଳୟ ରୁ ମହାପ୍ରଭୁଙ୍କ କିଛି ରୁପା ଅଳଙ୍କାର ଏବଂ ପଇସା ଲୁଟି ନେଇ ଫେରାର ହୋଇଯାଇଛନ୍ତି।
ମନ୍ଦିର କାର୍ଯ୍ୟାଳୟ ତହସିଲଦାର ପଦ୍ମନାଭ ମହାପାତ୍ର ପ୍ରତିଦିନ ପରି ଆଜି ସକାଳେ ମନ୍ଦିର ଆସି କାର୍ଯ୍ୟାଳୟ ତାଲା ଖୋଲିବା ବେଳକୁ ପୁର୍ବରୁ ତାଲା ଭଂଗାଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଏ ନେଇ ମନ୍ଦିର କମିଟି କୁ ସୂଚନା ଦେଇଥିଲେ। ତେବେ ଏ ନେଇ ବାଣପୁର ଥାନାରେ ଏତଲା ଦିଆଯିବ ବୋଲି ତହସିଲଦାର ଶ୍ରୀ ମହାପାତ୍ର କହିଛନ୍ତି। ରଙ୍କନାଥ ଦେବ ପ୍ରତ୍ୟକ୍ଷ ଦେବତା ବୋଲି ବାଣପୁରବାସୀ ଙ୍କ ଅଗାଢ ବିଶ୍ୱାସ ଥିବାବେଳେ ଉକ୍ତ ଚୋରି ଘଟଣା ଭକ୍ତଙ୍କୁ ଗଭୀର ମର୍ମାହତ କରିଛି। ଯଥାଶୀଘ୍ର ଦୁର୍ବୁତ୍ତ ଙ୍କୁ ଗିରଫ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।


