Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୩୦ ସୁଦ୍ଧା ଭାରତର ଜୈବ ଅର୍ଥନୀତି ୩୦୦ ବିଲିୟନ୍ ଡଲାରରେ ପହଂଚିବ: ବିଶେଷଜ୍ଞ
ଆଜିର ଖବର

୨୦୩୦ ସୁଦ୍ଧା ଭାରତର ଜୈବ ଅର୍ଥନୀତି ୩୦୦ ବିଲିୟନ୍ ଡଲାରରେ ପହଂଚିବ: ବିଶେଷଜ୍ଞ

December 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୩୦ ସୁଦ୍ଧା ଭାରତର ଜୈବ ଅର୍ଥନୀତି ୩୦୦ ବିଲିୟନ୍ ଡଲାରରେ ପହଂଚିବ: ବିଶେଷଜ୍ଞ
୨୦୩୦ ସୁଦ୍ଧା ଭାରତର ଜୈବ ଅର୍ଥନୀତି ୩୦୦ ବିଲିୟନ୍ ଡଲାରରେ ପହଂଚିବ: ବିଶେଷଜ୍ଞ

ଭୁବନେଶ୍ୱର: ଭାରତର ଜୈବ ଅର୍ଥନୀତି ଯେଉଁଥିରେ କି ଜୈବ ପ୍ରଯୁକ୍ତିବିଦ୍ୟା, ଔଷଧ ଏବଂ କୃଷି ଅନ୍ତର୍ଭୁକ୍ତ ୨୦୩୦ ସୁଦ୍ଧା ବୃଦ୍ଧି ପାଇ ୩୦୦ ବିଲିୟନ୍ ଡଲାରରେ ପହଂଚିବା ଆକଳନ କରାଯାଉଛି ବୋଲି କହିଛନ୍ତି ବାୟୋଟେକ୍ ରିସର୍ଚ୍ଚ ସୋସାଇଟି, ଇଣ୍ଡିଆ (ବିଆରଏସ୍‌ଆଇ)ର ଅଧ୍ୟକ୍ଷ ପ୍ରଫେସର ସୁଧୀର କୁମାର ସୋପୋରୀ।

ସରକାର ଜାତୀୟ ସ୍ତରରେ ବାୟୋ ଫାର୍ମା ମିଶନ ଆରମ୍ଭ କରିଥିବା ବେଳେ ବାୟୋ ଏଆଇ ହବ୍‌, ବାୟୋ ଏଗ୍ରିକଲ୍‌ଚର ଏବଂ ବାୟୋ ଏନର୍ଜି ଭଳି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ବୋଲି ସୋମବାର ପ୍ରଫେସର ସୋପୋରୀ ସୂଚନା ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ‘ବାୟୋଟେକ୍ନୋଲଜି ଫର୍ ସଷ୍ଟେନେବଲ ଡେଭେଲପ୍‌ମେଂଟ ଆଣ୍ଡ ସର୍କୁଲାର ଇକୋନମୀ’ ଶୀର୍ଷକ ୩-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ବକ୍ତବ୍ୟ ଦେବା ଅବସରରେ ପ୍ରଫେସର ସୋପୋରୀ ଏହା କହିଛନ୍ତି।

ଜାତୀୟ ବାୟୋଫାର୍ମା ମିଶନ୍ ଏକ ଶିଳ୍ପ-ଶିକ୍ଷା ଭିତିକ ସହଭାଗିତା ମିଶନ ହୋଇଥିବା ବେଳେ ଦେଶରେ ଜୈବ ଔଷଧ ବିକାଶ ନେଇ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି। ଏହାର ଅଧିନରେ ସରକାର ଉଦ୍ୟୋଗୀକରଣ ଏବଂ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ପ୍ରଫେସର ସୋପୋରୀ କହିଛନ୍ତି।

ସୋଆ ପରିଚାଳିତ ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ରିସର୍ଚ୍ଚ (ସିଆଇବିଆର୍‌) ଏବଂ ବିଆରଏସ୍‌ଆଇର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ୨୮ ଟି ବିଭିନ୍ନ ଦେଶରୁ ୪୦ ଜଣ ବିଶିଷ୍ଟ ବୈଜ୍ଞାନିକ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ପ୍ରାୟ ୨୫୦ ବୈଜ୍ଞାନିକ, ଗବେଷକ ଓ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫର୍ମେସନ୍ ଟେକ୍ନୋଲଜି (ଆଇଆଇଆଇଟି)ର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ମଣିଷର ହିତ ପାଇଁ ଜୈବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ।

ମଣିଷ ସମାଜର ଉନ୍ନତି କ୍ଷେତ୍ରରେ ଜୈବ ପ୍ରଯୁକ୍ତି କ୍ଷେତ୍ରର ଏକ ବଡ଼ ଭୂମିକା ରହିଥିବା ପ୍ରଫେସର ଘୋଷ କହିଛନ୍ତି। କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇ ପାଇଁ ଭ୍ୟାକ୍ସିନ୍‌ର ଉଦ୍‌ଭାବନ ହେଉ ଅଥବା ଅନ୍ୟ ଭ୍ୟାକ୍ସିନ୍ ଗୁଡ଼ିକର ଉଦ୍‌ଭାବନ କ୍ଷେତ୍ରରେ ଜୈବ ପ୍ରଯୁକ୍ତି ଉତ୍ପାଦର ସହଯୋଗ ରହିଥିବା ସେ କହିଥିଲେ।

ଏହି ସମ୍ମିଳନୀରେ ମଣିଷ ସମାଜର ହିତ ନିମନ୍ତେ ଜୈବ ପ୍ରଯୁକ୍ତିର କିଭଳି ଅଧିକ ବିନିଯୋଗ କରାଯାଇ ପାରିବ ସେ ବିଷୟରେ ଉତ୍କୃଷ୍ଟ ନିଷ୍କର୍ଷ ବାହାରିବା ନେଇ ଆଶା ରଖିଥିବା ପ୍ରଫେସର ଘୋଷ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରରେ ବିଆରଏସ୍‌ଆଇର ସିଓଇ ଡକ୍ଟର ବିନୋଦ ପରମେଶ୍ୱରନ୍‌, ଯୋଶିପ୍ ଜୁରାଜ୍ ଷ୍ଟ୍ରସ୍‌ମେୟର ୟୁନିଭର୍ସିଟି, କ୍ରୋଏସିଆର ପ୍ରଫେସର ମାରିନା ଟିସ୍‌ମା ଏବଂ ୟୁନିଭର୍ସଟି କ୍ଲେରମଂଟ ଅଭେରର୍ନି ଫ୍ରାନ୍ସର ପ୍ରଫେସର କ୍ରିଷ୍ଟିଆନ୍ ଲାରୋସେ ବକ୍ତବ୍ୟ ରଖିଥିଲେ। ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମିଳନୀର ଚେୟାର ତଥା ସିଆଇବିଆରର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟୋଇ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ‘ଇନ୍‌ଟରନ୍ୟାସନାଲ ବାୟୋପ୍ରୋସେସିଂ ଆସୋସିଏସନ୍ ସମ୍ମାନ’ ଖାଦ୍ୟ ବାୟୋ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅବଦାନ ନିମନ୍ତେ ୟୁନିଭର୍ସିଟି ଅଫ୍ ପାଟରାସ, ଗ୍ରୀସ୍‌ର ପ୍ରଫେସର ଏ.ଏ. କୋଟିନାସ୍‌ଙ୍କୁ ପ୍ରଦାନ କରାଯାଇଥିବା ବେଳେ ଖାଦ୍ୟ ଇଞ୍ଜିନିୟରିଂ କ୍ଷେତ୍ରରେ ଅବଦାନ ନିମନ୍ତେ ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର, ଲିସବନ୍‌, ପର୍ତୁଗାଲର ପ୍ରଫେସର ସୁଜାନା ଫେରିଏରା ଡାଏସ୍‌ଙ୍କୁ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମ୍ମିଳନୀର ଆବାହିକା ପ୍ରଫେସର ସସ୍ମିତା ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମର ଆବାହିକା ଡକ୍ଟର ଅମ୍ରିତା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ଔଷଧ କୃଷି ଜୈବ ଅର୍ଥନୀତି ଜୈବ ପ୍ରଯୁକ୍ତିବିଦ୍ୟା ବାୟୋଟେକ୍ ରିସର୍ଚ୍ଚ ସୋସାଇଟି ସୁଧୀର କୁମାର ସୋପୋରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.