Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଆଇଏସ୍‌ପିପିଡି ର ଜାତୀୟ ସମ୍ମିଳନୀ: ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ
ଆଜିର ଖବର

ସୋଆରେ ଆଇଏସ୍‌ପିପିଡି ର ଜାତୀୟ ସମ୍ମିଳନୀ: ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

December 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆରେ ଆଇଏସ୍‌ପିପିଡି ର ଜାତୀୟ ସମ୍ମିଳନୀ: ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ
ସୋଆରେ ଆଇଏସ୍‌ପିପିଡି ର ଜାତୀୟ ସମ୍ମିଳନୀ: ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ନିକଟରେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡୋଡଂଟିକ୍ସ ଆଣ୍ଡ ପ୍ରିଭେନ୍‌ଟିଭ ଡେଂଟିଷ୍ଟ୍ରି (ଆଇଏସ୍‌ପିପିଡି) ୩-ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଥିବା ବେଳେ ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ, ଦନ୍ତ ଚିକିତ୍ସା, ମିନିମାଲି ଇନ୍‌ଭାସିଭ୍ ଟେକ୍ନିକ୍‌ସ ଏବଂ ଦନ୍ତର ଯତ୍ନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସମ୍ମିଳନୀରେ ଶିଶୁ ଦନ୍ତ ଚିକିତ୍ସାର ଅତ୍ୟାଧୁନିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମ୍ମିଳନୀରେ ପ୍ରାୟ ୧୬୫୦ ଜଣ ପ୍ରତିନିଧି ଯୋଗ ଦେଇଥିବା ବେଳେ ବୈଜ୍ଞାନିକ ସେସନ୍ ଗୁଡ଼ିକରେ ୮୪୦ ସନ୍ଦର୍ଭ ଏବଂ ପ୍ରାୟ ୪୦୦ଟି ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା।

ୟୁକେ, ଅଷ୍ଟ୍ରିଆ, ମାଲେସିଆ ଏବଂ ୟୁଏଇର ବିଶିଷ୍ଟ ଆନ୍ତର୍ଜାତିକ ବକ୍ତା ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଏମ୍ସ, ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌), ପିଜିଆଇ ଚଣ୍ଡିଗଡ଼ର ବିଶେଷଜ୍ଞମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମିଳନୀ ପୂର୍ବରୁ ୧୫ଟି କର୍ମଶାଳାର ଆୟୋଜନ କରାଯାଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏସ୍‌ପିପିଡିର ଅଧ୍ୟକ୍ଷ ଡକ୍ଟର ଏନ୍‌.ଡି ଶଶିିକିରଣ, ସଚିବ ଡକ୍ଟର ବରୀନ୍ଦର ଗୋୟାଲ ଏବଂ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇଥିଲେ। ବିଶିଷ୍ଟ ଶିଶୁ ଦନ୍ତରୋଗ ବିଶେଷଜ୍ଞ ତଥା ଗ୍ଲୋବାଲ୍ ଓରାଲ ରିସର୍ଚ୍ଚ ଏକାଡେମୀର ନିର୍ଦ୍ଦେଶକ, ଡକ୍ଟର ଏସ୍‌.ଜି ଡାମ୍‌ଲେ, ଡକ୍ଟର ଅସୀମା ଗୋୟାଲ ଏବଂ ଡକ୍ଟର ରାହୁଲ ହେଗଡେ ବିଭିନ୍ନ ଅଧିବେଶନଗୁଡ଼ିକରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆର ପ୍ର୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଶିଶୁ ଦନ୍ତ ଚିକିତ୍ସକଙ୍କ ନିମନ୍ତେ ବିଭିନ୍ନ ଦନ୍ତ ସମ୍ବନ୍ଧୀୟ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀର ପରିଚାଳନା ଟିମ୍‌ରେ ଅର୍ଗାନାଇଜିଂ ଚେୟାରମ୍ୟାନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ ମହାନ୍ତି, ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ପ୍ରିୟଙ୍କା କାଲିମିରେଡ୍ଡୀ, କୋଷାଧ୍ୟକ୍ଷ ଡାକ୍ତର ଜ୍ଞାନରଞ୍ଜନ ସ୍ୱାଇଁ ଏବଂ ସଦସ୍ୟ ଭାବେ ଡକ୍ଟର ରାଧାପ୍ରସନ୍ନ ଦଳାଇ, ଡକ୍ଟର ବିସ୍ମୟ ସିଂ, ଡକ୍ଟର ଶ୍ରୀନନ୍ଦନ ପ୍ରଧାନ ଏବଂ ଡକ୍ଟର ଦୀପମାଲା ସାହୁ ଦାୟିତ୍ୱ ନିର୍ବାହ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ଅଧିବେଶନ ଆୟୋଜନ କରାଯାଇଥିବା ବେଳେ ଆଇଏସ୍‌ପିପିଡିର ପ୍ରେସିଡେଂଟ ଭାବେ ଡକ୍ଟର ସୁଧୀନ୍ଦ୍ର ବାଲିଗା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଡକ୍ଟର ସୁଶାନ୍ତ ମହାନ୍ତି ପ୍ରେସିଡେଂଟ ଇଲେକ୍ଟ ଭାବେ ମନୋନୀତ ହୋଇଥିଲେ।

ଆଇଏସ୍‌ପିପିଡି ଜାତୀୟ ସମ୍ମିଳନୀ ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.