Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ
ଆଜିର ଖବର

ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ

December 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟ
ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ମଙ୍ଗଳବାର ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।

ଏହି ଫୋରମକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଓ ଜୋର୍ଡାନ ମଧ୍ୟରେ ଏକ ଗତିଶୀଳ ସହଭାଗିତା ରହିଛି, ଯାହାକି ଏକ ଦୃଢ ସଭ୍ୟତାଗତ ବନ୍ଧନର  ଭିତ୍ତି ଉପରେ ଆଧାରିତ । ସେ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ, ତାଙ୍କ ନେତୃତ୍ୱରେ ଜୋର୍ଡାନ ବିଭିନ୍ନ ବଜାର   ତଥା ଅଞ୍ଚଳଗୁଡ଼ିକୁ ସଂଯୋଗ କରୁଥିବା ଏକ ସେତୁ ପାଲଟିଛି, ଯାହା ବାଣିଜ୍ୟ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରୁଛି। ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଜୋର୍ଡାନ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦୁଇଗୁଣ କରି ୫ ବିଲିୟନ ଆମେରିକୀୟ ଡଲାର କରିବାକୁ ପ୍ରସ୍ତାବ ଦେଇଥିଲେ। ଭାରତ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଓ ଏହା ୩ୟ ବୃହତ୍ତମ ଅର୍ଥନୀତି ହେବା ଆଡକୁ ଅଗ୍ରସର ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଜୋର୍ଡାନ ଏବଂ ସାରା ବିଶ୍ବରେ ଏହାର ଅଂଶୀଦାରମାନଙ୍କ ପାଇଁ ଭାରତ ବିପୁଳ ବ୍ୟବସାୟିକ ସୁଯୋଗ ପ୍ରଦାନ କରେ। ସେ ଜୋର୍ଡାନ କମ୍ପାନୀଗୁଡ଼ିକୁ ଭାରତ ସହିତ ଅଂଶୀଦାର ହେବାକୁ ଏବଂ ଏହାର ୧୪୦ କୋଟି ବିଶାଳ ଗ୍ରାହକ ଥିବା ବଜାର, ଦୃଢ଼ ଉତ୍ପାଦନ ଭିତ୍ତି ଏବଂ ସ୍ଥାୟୀ, ସ୍ୱଚ୍ଛ ତଥା ପୂର୍ବାନୁମାନଯୋଗ୍ୟ ନୀତି ବାତାବରଣର ସୁଯୋଗ ନେବାକୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ବିଶ୍ୱ ପାଇଁ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ ଅଂଶୀଦାର ହେବା ପାଇଁ ହାତ ମିଳାଇପାରିବେ। ଭାରତୀୟ ଅର୍ଥନୀତିର ୮ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର କଥା ଉଲ୍ଲେଖ କରି ସେ କହିଥିଲେ ଯେ ଏହା ହେଉଛି ଉତ୍ପାଦକତା-ଭିତ୍ତିକ ଶାସନ ଏବଂ ନବସୃଜନ-ଚାଳିତ ନୀତିର ଫଳାଫଳ।

ପ୍ରଧାନମନ୍ତ୍ରୀ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଆଇଟି, ଫିନଟେକ୍, ସ୍ୱାସ୍ଥ୍ୟ-ପ୍ରଯୁକ୍ତିବିଦ୍ୟା ଏବଂ କୃଷି-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଜୋର୍ଡାନ ବାଣିଜ୍ୟ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏହି କ୍ଷେତ୍ରରେ ହାତ ମିଳାଇବାକୁ ଉଭୟ ଦେଶର ଷ୍ଟାର୍ଟଅପ୍‌ଗୁଡ଼ିକୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ ଯେ, ଔଷଧ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ଭାରତର ଶକ୍ତି ଏବଂ ଜୋର୍ଡାନର ସୁବିଧାଜନକ ଭୌଗୋଳିକ ସ୍ଥିତି ପରସ୍ପରର ପରିପୂରକ ହୋଇପାରିବ ଏବଂ ଏହି କ୍ଷେତ୍ରଗୁଡ଼ିକରେ ପଶ୍ଚିମ ଏସିଆ ଏବଂ ଆଫ୍ରିକା ପାଇଁ ଜୋର୍ଡାନକୁ ଏକ ନିର୍ଭରଯୋଗ୍ୟ କେନ୍ଦ୍ର କରିପାରିବ। ସେ କୃଷି, କୋଲ୍ଡଚେନ, ଫୁଡପାର୍କ, ସାର, ଭିତ୍ତିଭୂମି, ଅଟୋମୋବାଇଲ୍, ସବୁଜ ଯାନବାହାନ ଏବଂ ଐତିହ୍ୟ ତଥା ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ପକ୍ଷ ପାଇଁ ବ୍ୟବସାୟ ସୁଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଭାରତର ସବୁଜ ପଦକ୍ଷେପ ବିଷୟରେ କହି ପ୍ରଧାନମନ୍ତ୍ରୀ ନବୀକରଣୀୟ ଶକ୍ତି, ସବୁଜ ଆର୍ଥିକ ସହାୟତା, ଡିସାଲିନେସନ୍ ଏବଂ ଜଳ ରିସାଇକ୍ଲିଂ କ୍ଷେତ୍ରରେ ଭାରତ-ଜୋର୍ଡାନ ବାଣିଜ୍ୟ ସହଯୋଗକୁ ଅଧିକ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।

ଏହି ଫୋରମରେ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଔଷଧ ଏବଂ ଔଷଧ ଉତ୍ପାଦନ, ସାର, କୃଷି, ନବୀକରଣୀୟ ଶକ୍ତି, ବୟନଶିଳ୍ପ, ଲଜିଷ୍ଟିକ୍ସ, ଅଟୋମୋବାଇଲ୍, ଶକ୍ତି, ପ୍ରତିରକ୍ଷା ଏବଂ ଉତ୍ପାଦନ କ୍ଷେତ୍ରର ବ୍ୟବସାୟିକ ପ୍ରମୁଖମାନେ ଯୋଗ ଦେଇଥିଲେ। ଏହି ପ୍ରତିନିଧି ଦଳରେ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍ କମର୍ସର ପ୍ରତିନିଧିମାନେ ମଧ୍ୟ ସାମିଲ ଥିଲେ। ଏହି ଅବସରରେ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍ କମର୍ସ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।

ଜୋର୍ଡାନ ନରେନ୍ଦ୍ର ମୋଦୀ ବ୍ୟବସାୟିକ ଫୋରମ ଭାରତ ରାଜା ଅବଦୁଲ୍ଲା ଦ୍ୱିତୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026
Latest News

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.