ଭୁବନେଶ୍ଵର: ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ କୁଚ ବିହାର ଟ୍ରଫି ଖେଳାଯାଉଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ହିମାଚଳ ପ୍ରଦେଶ ପ୍ରଥମ ପାଳିରେ 72 ଓଭର ତିନୋଟି ବଲ ଖେଳି 181 ରନରେ ଅଲଆଉଟ ହୋଇଯାଇଛି। ଜବାବରେ ଓଡ଼ିଶା କୌଣସି ୱିକେଟ ନ ହରାଇ 44 ରନ କରିଛି। ଓଡ଼ିଶା 137 ରନ ପଛରେ ରହିଛି। ଓଡ଼ିଶା ପକ୍ଷରୁ ପ୍ରିୟାଂଶୁ ମହାନ୍ତି 7 ଟି ୱିକେଟ ନେଇଥିଲେ। ହିମାଚଳ ପ୍ରଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।


