Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

December 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ
ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

ଖୋର୍ଦ୍ଧା: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିଜନ ବିକଶିତ ଓଡ଼ିଶା @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ଛାତ୍ର ଓ ଯୁବ ସମାଜ ପାଇଁ ଏକ ଆହ୍ଵାନ ର ବିଷୟ ଅଟେ। ଆତ୍ମ ନିର୍ଭର ଭାରତ, ସ୍ୱଦେଶୀ ଭାରତ, ଗ୍ରାମ ସ୍ଵରାଜ୍ୟ ପ୍ରତିଷ୍ଠାରେ ଭାରତ ସ୍ୱାବଲମ୍ବୀ ହେବ, ସ୍ଵାଧିନତା ପୂର୍ବରୁ ଏହା ମହାତ୍ମା ଗାନ୍ଧୀ ସ୍ବପ୍ନ ଦେଖିଥିଲେ। ଆମେ ସ୍ଵାଧୀନତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆତ୍ମ ନିର୍ଭର ଭାରତ ନିର୍ମାଣ କରିପାରିନାହେଁ। ବର୍ତ୍ତମାନ ଏହି ଭିଜନକୁ ସଫଳ କରିବା ପାଇଁ ହେଲେ ଛାତ୍ର ସମାଜ, ଯୁବ ସମାଜଙ୍କ ମାନବ ସମ୍ବଳ ତଥା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଶକ୍ତିକୁ ବିକଶିତ ଓ ସୁବିନିଯୋଗ କରିପାରିଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିର୍ମାଣର ପଥ ସୁଗମ ହେବା ସହ ସରକାରଙ୍କ ଭିଜନ ସାକାର ହେବ ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାସ୍ଥିତ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫ -୨୦୨୬ କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ ପୂର୍ବକ ନିଜ ଅଭିଭାଷଣରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ବିଧାୟକ ଆହୁରି ମଧ୍ୟ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ସମସ୍ତଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖି ନିଯୁକ୍ତି ମେଳା, ଓରମାସ ଏବଂ ମିଶନ ଶକ୍ତି ମାଧ୍ୟମରେ ମହିଳା ଶସକ୍ତିକରଣ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଆଜିର ଏହି ନିଯୁକ୍ତି ମେଳା ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଥ ପ୍ରଦର୍ଶନ ସହ ଦେଶ ସେବାର ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ।

ଖୋର୍ଦ୍ଧା ଜିଲ୍ଲା ଉପନିର୍ଦ୍ଦେଶକ ନିଯୁକ୍ତି ତଥା ଦକ୍ଷତା ବିକାଶ ସୁବାସ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, କସ୍ତୁରୀ ବାଳା ଜେନା, ଓରମାସ ର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନୀଳକଣ୍ଠ ରଥ, ଉପାଧ୍ୟକ୍ଷ ପ୍ରାଣନାଥ ସ୍ଵଂୟ ଶାସିତ ମହାବିଦ୍ୟାଳୟ ପ୍ରତାପ କୁମାର ପଟ୍ଟନାୟକ, ଉପ ନିର୍ଦ୍ଦେଶକ, ନିଯୁକ୍ତି, ଭାରତ ସରକାର,ତପନ କୁମାର ରାଉଳ ନିଜ ନିଜ ବକ୍ତବ୍ୟରେ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆତ୍ମ ନିର୍ଭର କରିବା ପାଇଁ ନିଯୁକ୍ତି ମେଳା ସରକାରଙ୍କର ଏକ ସୁବ୍ୟବସ୍ଥିତ ଯୋଜନା ବୋଲି ଉଲ୍ଳେଖ କରି ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓ ଆତ୍ମ ନିର୍ଭର କରିବା ତଥା ନିଜ ପାରଦର୍ଶିତା କୁ ବିକଶିତ କରି ନିଜର ଓ ନିଜ ପରିବାରର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ।

ମେଳାରେ ୨୮ ଗୋଟି ତାଲିମ ପ୍ରଦାନ କାରୀ ନିଯୁକ୍ତି ସଂସ୍ଥା ଓ ୩୦ ଗୋଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁରୁ ମୋଟ ୧୮୦୦ ଯୁବକ ଯୁବତୀ ଯୋଗ ଦେଇଥିଲେ। ସେହିପରି ୯୨୦ ଜଣ ଯୁବକ ଯୁବତୀ ନିଯୁକ୍ତି ଭିତ୍ତିକ ତାଲିମ ପାଇଁ ଚୟନ ହୋଇଥିବାବେଳେ ୪୩୫ ଜଣକୁ ନିଯୁକ୍ତିପାଇଁ ଚୟନ କରାଯାଇଥିଲା। ମଞ୍ଚ ସଂଯୋଜନା, ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ ଉପନିର୍ଦେଶକ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁବାସ କୁମାର ବେହେରା ସମ୍ପାଦନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତି,ଓରମାସ ର ଅଧିକାରୀ ବୃନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ସମସ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓ ତାଲିମ ଭିତ୍ତିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଗୁଡ଼ିକର ଷ୍ଟଲ୍ ବୁଲି ଦେଖିଥିଲେ।

‘ବିକଶିତ ଭାରତ @୨୦୪୭ ଆତ୍ମ ନିର୍ଭର ଭାରତ ଖୋର୍ଦ୍ଧା ଗ୍ରାମ ସ୍ଵରାଜ୍ୟ ପ୍ରତିଷ୍ଠା ନିଯୁକ୍ତି ମେଳା ୨୦୨୫-୨୬ ବିକଶିତ ଓଡ଼ିଶା @୨୦୩୬ ସ୍ୱଦେଶୀ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.