Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ
ଆଜିର ଖବର

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ
ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

ଖୋର୍ଦ୍ଧା: ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଚାଲିଥିବା ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟସ ଗାଇଡ ତ୍ରୀଦିବସୀୟ କାମ୍ପୋରି ଆଜି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଅଛି। ସକାଳ ୬.୩୦ ମି ସମୟରେ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ ମୁଖ୍ୟ ତାଲିମ ଦାତା ପୀତବାସ ପଟନାୟକ, ଦିବାକର ପଟ୍ଟନାୟକ, ଓ ରମେଶ କୁମାର ବଳବନ୍ତରାୟଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଏହା ପରେ ସମସ୍ତ ଶିବିରାର୍ଥି ଏକତ୍ରିତ ହୋଇ ସର୍ବ ଧର୍ମ ପ୍ରାର୍ଥନା ସଭାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ବେଦ, ଓ ନମାଜ , ବାଇବେଲ ପାଠ କରଯାଇଥିଲା। ପ୍ରାତଃ ଭୋଜନ ବିରତି ପରେ ସ୍କାଉଟ ଗାଇଡ ମାନେ ଏକ ଶାନ୍ତି ଶୋଭା ଯାତ୍ରା ରେ ବି ଜେ ବି ଉଚ୍ଚ ବିଦ୍ୟାଳୟ ଠାରୁ ଭାୟା ନୂଆ ବସ୍ ଷ୍ଟାଣ୍ଡ ଟି ଏଲ ସି ରୋଡ ନୟାଗଡ ରୋଡ ପୁରୁଣା ବସ ଷ୍ଟାଣ୍ଡ ଦେଇ ସାରା ସହର ପରିକ୍ରମା କରିଥିଲେ। ସମସ୍ତ ସ୍କାଉଟ ମାଷ୍ଟର ଗାଇଡ କ୍ୟାପଟେନ ସହିତ ସମାଜ ସେବୀ ବୈଦ୍ୟ ନାଥ ବରାଳ, ବିଜ୍ଞାନ ସୁପର ଭାଇଜର ସରୋଜ କୁମାର ସିଂହ ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ପଠାଣି ଅଗ୍ରସିଂ, ସୁଧାକର ମହାପାତ୍ର, ବିଚିତ୍ରା ନନ୍ଦ ମହାନ୍ତି, ବିଚିତ୍ରା ନନ୍ଦ ମହାକୁଡ, ଚିତ୍ତରଞ୍ଜନ ବରାଳ, ଅଗାଧୁ ସେଠି, ପ୍ରସନ୍ନ କୁମାର ମହାପାତ୍ର , ସୁରେଶ ଚନ୍ଦ୍ର ବିଶ୍ବାଳ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଖୋର୍ଦ୍ଧା ଆରକ୍ଷୀ ଅଧିକାରୀ ମାନେ ସହାୟତା ପ୍ରଦାନ କରିଥିଲେ।

ଅପରାହ୍ନ ୩ ଘଟିକା ସମୟରେ ଏହି କ୍ୟାମ୍ପୋରୀ ର ଉଦଯାପନୀ ସମାରୋହ ଜିଲ୍ଲା ମୁଖ୍ୟ କମିସନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅତିଥି ମାନଙ୍କ ସମ୍ମୁଖରେ ସ୍କାଉଟ୍ ଗାଇଡ ମାନଙ୍କ ଦ୍ୱାରା ପିଯାଣ୍ଟ ସୋ ଅନୁଷ୍ଠିତ ହୋଇଥିଲା। ବାଣପୁର ବ୍ଲକର ମା’ ଭଗବତୀ ଙ୍କ କାଠି ଦିଅଁ ନାଚ, ବେଗୁନିଆ ବ୍ଲକର ପାଇକ ଆଖଡ଼ା, ନାମ ସଂକିର୍ତନ, ଗଉଡ ବାଡି, ଝିଅ ବିଦାୟ, ବ୍ୟାଣ୍ଡ ବାଦ୍ୟର ବରଯାତ୍ରୀ ଶୋଭା ଆଦି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୋଲଗଡ଼ ବ୍ଲକର ଘୋଡା ନାଚ, ଅଷ୍ଟ ପ୍ରହରୀ, ଚିଲିକା ବ୍ଲକର ଦଣ୍ଡ ନାଚ, ଚଢ଼େଇୟା ଚଢ଼େଇୟାଣି ,ଧୋବା ଧୋବଣୀ, ବୀଣାକାର, ଟାଙ୍ଗୀ ବ୍ଲକ ର ସାପୁଆ କେଳା, ଜଟଣୀ ବ୍ଲକର ଦୋଳ ମେଳଣ, ଖୋର୍ଦ୍ଧା ବ୍ଳକ ର ପାଇକ ଆଖଡ଼ା, ଗଉଡ ବାଡି, ଦଣ୍ଡ କାଳୀ ନାଚ, ବାଘ ନାଚ, ଦଣ୍ଡ ନାଚ, ଓ ଝିଅ ବିଦାୟ ର ଦୃଶ୍ୟ ଓଡିଶାର ପୁରାତନ ସାଂସ୍କୃତିକ ଲୋକ କଳାକୁ ଉଜ୍ଜୀବିତ କରିବା ସହିତ ସ୍କାଉଟ ଗାଇଡ ମାନଙ୍କ ନିଖୁଣ ଅଭିନୟ ଅତିଥି ମାନଂକ ମନ ମୋହିଥିଲା।

ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜ୍ୟୋତି ଶଙ୍କର ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂପାଦକ ଶରତ ପାଇକରାୟ, ସହ ସଂପାଦିକା ଅନାମିକା ଦାସ, ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ସୌର୍ଯ୍ୟ ରଂଜନ ମହାନ୍ତି, ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ ସହିତ ନିଜେ ନିଜର ପରିଚୟ ସୃଷ୍ଟି କରି ନିଜର ଆଚାର ଉଚ୍ଚାରଣ, ନିଷ୍ଠା ଓ ଏକାଗ୍ରତା ସୁଦୃଢ କରି ଜୀବନର ଲକ୍ଷ୍ୟ ହାସଲ କରିବାକୁ ପିତା ମାତା ଓ ଗୁରୁ ମାନଙ୍କ ଆଶ୍ରିବାଦ ନେଇ ନିଜର ଧୀ ଶକ୍ତି ଜାଗ୍ରତ କରି ସଫଳ ବ୍ୟକ୍ତିତ୍ଵ ରେ ଜିଲ୍ଲା ଓ ରାଜ୍ୟ, ରାଷ୍ଟ୍ରର ନାମ ଟେକ ରଖିବାକୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା ସଂପାଦକ ସୁଧାକର ମହାପାତ୍ର କ୍ୟାମ୍ପୋରିର ୩ ଦିନର ବିସ୍ତୃତ ବିବରଣୀ ଉପସ୍ଥାପନା କରିବା ସହିତ ୩ ଦିନର ଶୃଙ୍ଖଳିତ ଜୀବନ ଯାପନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେବି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସଙ୍ଗଠନ ସଂପାଦକ ବିଭୁ ପ୍ରସାଦ ସେନାପତି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ପରିଡା, ବିଜୟ କୁମାର ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପିଯାନ୍ଟ ସୋ ବ୍ୟାଣ୍ଡ ଡିସ ପ୍ଲେ, ଶାରୀରିକ କୌଶଳ ଷ୍କିଲୋ ରାମା,କୁଇଜ୍ ,ଓ ଗାଁ ହାଟ ରେ ଖୋର୍ଦ୍ଧା ବ୍ଲକ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାରମ୍ପାରିକ ନୃତ୍ୟ, ମାର୍ଚ୍ଚ ଫାଷ୍ଟ, କଲର୍ ପାର୍ଟି ଓ ପ୍ରଦର୍ଶନୀ ରେ ବୋଲଗଡ଼ ବ୍ଲକ ଓ ଖାଦ୍ୟ ପ୍ଲାଜା ରେ ଜଟଣୀ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

କାର୍ଯ୍ୟକ୍ରମକୁ ସିଆରସିସି ରେବତୀ ପଣ୍ଡା ସଂଯୋଜନା କରିଥିବା ବେଳେ ସମସ୍ତ ଙ୍କ ସାହାଯ୍ୟ ସହଯୋଗ ପାଇଁ ଖୋର୍ଦ୍ଧା ମଣ୍ଡଳ ଶିକ୍ଷା ଅଧିକାରୀ ଯାଜ୍ଞସେନୀ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ ଅତିଥି ମାନଙ୍କୁ ସଭାପତି ଉପଢୌକନ ଓ ମେଡାଲ ଦେଇ ସମ୍ମାନିତ କରିଥଲେ। ସର୍ବ ଶେଷରେ ସ୍କାଉଟ ପତାକା ଅବତରଣ ସହିତ ସିବିରାଗ୍ନି ଅନୁଷ୍ଠିତ ହୋଇ ୩ ଦିନର ଏହି ମେଳା ଉଦଯାପିତ ହୋଇଥିଲା। ବିଭିନ୍ନ କାର୍ଯ୍ଯକ୍ରମ କୁ ଶରତ କୁମାର ରାଉତ, ଅଞ୍ଜନ କୁମାର ରାୟ, ମାନସ କୁମାର ଶତପଥୀ, ମାନସ କୁମାର ସେଠି, ଅତିରିକ୍ତ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ, ସନ୍ଧ୍ୟା ବତି ଲେଙ୍କା, ଗୋଷ୍ଠି ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ସନାତନ ଜାଲି, ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର, ପ୍ରମୋଦ ସ୍ୱାଇଁ, ଦ୍ବାରିକା ନାଥ ବେହେରା, ୩ ଦିନ ଧରି ରହି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଘେଇଟାଙ୍ଗି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଲେଇ ବେଷ୍ଟ ସ୍କାଉଟ ଶିକ୍ଷକ ଭାବେ ସମ୍ମାନିତ ହୋଇଥିବା ବେଳେ ଶିକ୍ଷକ ଶିବ ପ୍ରସାଦ ମହାପାତ୍ର, ମନୋଜ ଦାଶ, ମାନସ ରଞ୍ଜନ ପଣ୍ଡା, ରବି ନାରାୟଣ ସାହୁ, ପ୍ରଫୁଲ୍ଲ ବେହେରା, ବଦ୍ରି ରଥ ଓ ବିଜେବି ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସାହଯ୍ୟ ସହଯୋଗ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ମୁଖ୍ୟ ଜିଲ୍ଲା କମିଶନର ଭାରତ ସ୍କାଉଟ୍ ଓ ଗାଇଡ୍ସ ଶ୍ରୀମତୀ ସୋନାମିକା ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

ଖୋର୍ଦ୍ଧା ତ୍ରୀଦିବସୀୟ କାମ୍ପୋରି ବି ଜେ ବି ଉଚ୍ଚ ବିଦ୍ୟାଳୟ ଭାରତ ସ୍କାଉଟସ ଗାଇଡ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ନବରଙ୍ଗପୁରରେ ହତ୍ୟା ମାମଲା: ଅଭିଯୁକ୍ତକୁ ୬ ବର୍ଷ ସଶ୍ରମ କାରାଦଣ୍ଡ

June 25, 2026

ନିର୍ମାଣାଧୀନ ଗୋଦାମ ଭୁଶୁଡ଼ି ୫ ମୃତ, ୩ ଅଭିଯୁକ୍ତ ଗିରଫ

June 25, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୨ତମ ପ୍ରଗତି ବୈଠକ ଅନୁଷ୍ଠିତ

June 25, 2026

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ରାଶିଫଳ: ଆଜି ଜୁନ୍ ୨୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟବସାୟ ବୃଦ୍ଧି ଘଟିବ, ଧନ ଆସିବ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ଏଣିକି ବିବାହ କାର୍ଡରେ ଜନ୍ମ ତାରିଖ ବାଧ୍ୟତାମୂଳକ !

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.