ଭୁବନେଶ୍ଵର: ସୁଦାନରେ ନିଖୋଜ ହୋଇଥିବା ଜଗତସିଂହପୁର ଜିଲ୍ଲାର ଯୁବକ ଆଦର୍ଶ କୁମାର ବେହେରା ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତ ସରକାରଙ୍କ ତ୍ବରିତ ପଦକ୍ଷେପ ଏବଂ ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଆଦର୍ଶ ନିଜ ପରିବାର ପାଖକୁ ଫେରି ଆସିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଆଦର୍ଶଙ୍କ ନିଖୋଜ ହେବା ସଂପର୍କରେ ସୂଚନା ମିଳିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଥିଲେ ଏବଂ ସୁରକ୍ଷିତ ଉଦ୍ଧାର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଥିଲା। ରାଜ୍ୟ ବାହାରେ କିମ୍ବା ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ଓ କଲ୍ୟାଣ ତାଙ୍କ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।


