Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକ ଓ ମନ୍ତ୍ରୀଙ୍କ ଦରମା–ଭତ୍ତା ବୃଦ୍ଧିକୁ ବିରୋଧ କରି ରଣପୁରରେ ସିପିଆଇ (ଏମ୍)ର ପ୍ରତିବାଦ
ଆଜିର ଖବର

ବିଧାୟକ ଓ ମନ୍ତ୍ରୀଙ୍କ ଦରମା–ଭତ୍ତା ବୃଦ୍ଧିକୁ ବିରୋଧ କରି ରଣପୁରରେ ସିପିଆଇ (ଏମ୍)ର ପ୍ରତିବାଦ

December 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ଓ ମନ୍ତ୍ରୀଙ୍କ ଦରମା–ଭତ୍ତା ବୃଦ୍ଧିକୁ ବିରୋଧ କରି ରଣପୁରରେ ସିପିଆଇ (ଏମ୍)ର ପ୍ରତିବାଦ
ବିଧାୟକ ଓ ମନ୍ତ୍ରୀଙ୍କ ଦରମା–ଭତ୍ତା ବୃଦ୍ଧିକୁ ବିରୋଧ କରି ରଣପୁରରେ ସିପିଆଇ (ଏମ୍)ର ପ୍ରତିବାଦ

ରଣପୁର: ରାଜ୍ୟର ବିଜେପି ନେତୃତ୍ୱାଧୀନ ମୋହନ ମାଝୀ ସରକାର ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଓ ଭତ୍ତାକୁ ତିନିଗୁଣା ବୃଦ୍ଧି କରିବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୯ ଡିସେମ୍ବରରେ ବିଧାନସଭାରେ ପାରିତ ଏହି ଆଇନ ଅନୁଯାୟୀ ବିଧାୟକ ଓ ମନ୍ତ୍ରୀଙ୍କ ମାସିକ ଦରମା ଓ ଭତ୍ତା ୩,୪୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସିପିଆଇ(ଏମ୍) ଦୃଢ଼ ଭାବେ ବିରୋଧ କରିଛି।

ଏହି ପ୍ରସଙ୍ଗରେ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ବଣେଇ ବିଧାନସଭା କ୍ଷେତ୍ରର ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ ଦୃଢ଼ ବିରୋଧ କରିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସରକାର ଏହାକୁ ଅଗ୍ରାହ୍ୟ କରି ଆଇନ ପାରିତ କରିଥିବାରୁ ସିପିଆଇ(ଏମ୍) ରାଜ୍ୟ କମିଟି ଏହି ନିଷ୍ପତ୍ତିକୁ ଜନବିରୋଧୀ ବୋଲି ଅଭିହିତ କରିଛି ଓ ମାନ୍ୟବର ରାଜ୍ୟପାଳଙ୍କୁ ଆଇନଟିକୁ ଅନୁମୋଦନ ନ କରିବାକୁ ନିବେଦନ କରିଛି।

ଏହି ପରିପ୍ରେକ୍ଷୀରେ ରଣପୁର ଆଞ୍ଚଳିକ କମିଟି ପକ୍ଷରୁ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ ନାୟକ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ଅପରାହ୍ନ ୪ଟା ସମୟରେ ରଣପୁର ସିଂହଦ୍ଵାର ଓ ପଞ୍ଚୁଡୋଳ ପଡ଼ିଆରେ ଅବସର ପ୍ରାପ୍ତ ଶିକ୍ଷକ ନିଳାଦ୍ରୀ ସୁବୁଦ୍ଧିଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ସଭାରେ ବକ୍ତାମାନେ କହିଥିଲେ ଯେ ରାଜ୍ୟ ସରକାର ଲକ୍ଷଲକ୍ଷ ବେକାରୀଙ୍କ ନିଯୁକ୍ତି, ଆଶା, ପାଚିକା, ଅଙ୍ଗନୱାଡ଼ି କର୍ମୀ ଭଳି ସ୍କିମି ଶ୍ରମିକଙ୍କ ସ୍ଥାୟୀକରଣ, ଶିକ୍ଷକମାନଙ୍କ ପେନସନ, ୩୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ୩୦୦ ୟୁନିଟ୍ ବିଦ୍ୟୁତ ଛାଡ଼ ଓ ଦରଦାମ ନିୟନ୍ତ୍ରଣ ଭଳି ପ୍ରତିଶୃତିଗୁଡ଼ିକୁ ପୂରଣ କରିନଥିବା ବେଳେ ନିଜ ଦରମା–ଭତ୍ତା ବୃଦ୍ଧି କରିବା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ।

ସରକାରଙ୍କ ଏଭଳି ଜନବିରୋଧୀ ନୀତି ରାଜ୍ୟକୁ ଆହୁରି ଗରିବୀ ଦିଗରେ ଠେଲିଦେବ ବୋଲି ବକ୍ତାମାନେ ମତ ପ୍ରକାଶ କରି ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ସେମାନେ ସଚେତନ କରାଇଛନ୍ତି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଆଇ (ଏମ୍) ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, ସୁରେଶ ସ୍ୱାଇଁ, ଭିକାରୀ ସାହୁ, ସୁଶୀଲ ମହାନ୍ତି, ସେଠୀ, ସୁକାନ୍ତି ଜେନା, କୁଳମଣି ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ଓ ବକ୍ତବ୍ୟ ରଖିଥିଲେ।

ଦରମା–ଭତ୍ତା ବୃଦ୍ଧି ରଣପୁର ସିପିଆଇ (ଏମ୍‌)
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026
Latest News

ଆୟକର ନିୟମରେ ବଡ଼ ପରିବର୍ତ୍ତନ! TDS ପାଇଁ ଆଉ ୪ଟି ଫର୍ମ ନୁହେଁ, ଗୋଟିଏ ଫର୍ମରେ ହେବ ସବୁ କାମ

October 21, 2026

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026

ଭାରତରେ ଭିଟାମିନ୍ D ସଙ୍କଟ: ଜାଣନ୍ତୁ ଏହାର ୫ଟି ବଡ଼ କାରଣ

October 21, 2026

ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାରେ କଟକଣା ଲଗାଇଲେ ଏଲନ୍‌ ମସ୍କ

October 21, 2026

ସିନ୍ଦେଙ୍କ CM ହେବା ଚର୍ଚ୍ଚା ତେଜ, ଶିବସେନା ନେତାଙ୍କ ବୟାନରେ ନୂଆ ରାଜନୈତିକ ଝଡ଼

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.