Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଟ୍ଟକେଶ୍ୱର, ଅଟ୍ରି ମକର ମହୋତ୍ସବ-୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଆଜିର ଖବର

ହଟ୍ଟକେଶ୍ୱର, ଅଟ୍ରି ମକର ମହୋତ୍ସବ-୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ

December 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହଟ୍ଟକେଶ୍ୱର, ଅଟ୍ରି ମକର ମହୋତ୍ସବ-୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ
ହଟ୍ଟକେଶ୍ୱର, ଅଟ୍ରି ମକର ମହୋତ୍ସବ-୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଅପରାହ୍ନରେ ହଟ୍ଟକେଶ୍ୱର, ଅଟ୍ରି ଉଷ୍ମ ପ୍ରସବଣ ପଞ୍ଚ ଦିବସୀୟ ଜାନୁୟାରୀ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମକର ମହୋତ୍ସବ ମହାସମାରୋହରେ ପାଳନ କରିବା ନିମନ୍ତେ ମାନ୍ୟବର ବିଧାୟକ ଏବଂ ମକର ମହୋତ୍ସବ ସମାରୋହ ପାଳନ କମିଟି ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ପାଇଁ ଏକ ପ୍ରସ୍ତୁତି ବୈଠକ ବେଗୁନିଆ ପଂଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ବୈଠକରେ ତହସିଲଦାର ଏବଂ ମକର ମହୋତ୍ସବ କମିଟି ସଦସ୍ୟ ଆବାହକ ତାପସ କୁମାର ବିଶି,ବି ଡି ଓ, ବେଗୁନିଆ ତଥା ସଂଯୋଜକ ମକର ମହୋତ୍ସବ କମିଟିସନ୍ତୋଷ କୁମାର ଜେନା, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଉପ ନିବନ୍ଧକ, ବେଗୁନିଆ, ଅମିତ୍ କୁମାର ସେଠୀ, ଭାରପ୍ରାପ୍ତ ଥାନା ଅଧିକାରୀ, ବାଘମାରି, ସୁଚିତ୍ରା ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର ପଞ୍ଚ ଦିବସୀୟ ଐତିହ୍ୟ ଓ ପରମ୍ପରା ହଟ୍ଟକେଶ୍ୱର, ଅଟ୍ରି, ବାଘମାରି ମକର ମହୋତ୍ସବ ପାଳନ -୨୦୨୬ ସମ୍ଵନ୍ଧରେ ସୂଚନା ପ୍ରଦାନ କରିଥିଲେ। ମାନ୍ୟବର ବିଧାୟକ, ବେଗୁନିଆ ତଥା ହଟ୍ଟକେଶ୍ୱର ଅଟ୍ରି ମହୋତ୍ସବ କମିଟି ସଭାପତି ମହୋତ୍ସବ କମିଟି ସ୍ଥଳରେ ପାନୀୟଜଳ, ସ୍ୱାସ୍ଥ୍ୟସେବା, ଅଗ୍ନି ଶମ ସେବା, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ ଯୋଗାଣ ବ୍ୟବସ୍ଥା, ମହୋତ୍ସବ ସ୍ଥଳକୁ ସଂଯୋଗିକରଣ ରାସ୍ତା ମରାମତି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା, କୃଷି, ଉଦ୍ୟାନ କୃଷି, ଶିକ୍ଷା, ପାଟ ବସ୍ତ୍ର ଆଦି ଷ୍ଟଲ ନିର୍ମାଣ, ପୁଲିସ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ସେବା ଯୋଗାଇ ଦେବା ଉପରେ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନେ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ ନିମନ୍ତେ ନିର୍ଦେଶ ଦେଇଥିଲେ।

ସର୍ବୋପରି ଚଳିତ ହଟ୍ଟକେଶ୍ୱେର ଅଟ୍ରି ମହୋତ୍ସବ-୨୦୨୬ କୁ ଶାନ୍ତି ଶୃଙ୍ଖଳା, ଭାଇ ଚାରା, ରାଷ୍ଟ୍ରୀୟ ସଂହତି ସମ୍ପ୍ରୀତି ସହ ସମାପନ କରିବାକୁ ମାନ୍ୟବର ବିଧାୟକ ଅଞ୍ଚଳବାସି ସମେତ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ବିଭିନ୍ନ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ବିଭିନ୍ନ ବ୍ଳକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ,ମହୋତ୍ସବ କମିଟି କର୍ମକର୍ତ୍ତା, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଅଟ୍ରି ମକର ମହୋତ୍ସବ-୨୦୨୬ ପ୍ରସ୍ତୁତି ବୈଠକ ହଟ୍ଟକେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026
Latest News

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.