Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ
ଆଜିର ଖବର

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ

December 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ
କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ

ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଚୌଧୁରୀ ଚରଣ ସିଂ ଜୀଙ୍କର ଜନ୍ମ ବାର୍ଷିକୀ ତିଥିରେ ଦେଶର ଖାଦ୍ୟ ନିରାପତ୍ତାରେ କୃଷକଙ୍କ ଅବଦାନକୁ ସମ୍ମାନିତ କରିବା ଏବଂ କୃଷି କ୍ଷେତ୍ରରେ ମହିଳାମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର, ଦ୍ୱାରା  ୨୩ ଡ଼ିସେମ୍ବର ୨୦୨୫ ଦିନ କିଷାନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିକଶିତ ଭାରତ-ଗ୍ୟାରେଣ୍ଟି ରୋଜଗାର  ଆଜୀଵିକା  ମିଶନ (ଗ୍ରାମୀଣ)  ଭିବି-ଜୀ ରାମ ଜୀ-୨୦୨୫ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ବିକାଶ ଗ୍ରାମ @ ୨୦୪୭ ର ଜାତୀୟ ଦୃଷ୍ଟିକୋଣ ସହିତ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଏହା ଏକ କାର୍ଯ୍ୟ, ଯାହାକି ପ୍ରତ୍ୟେକ ଆର୍ଥିକ ବର୍ଷରେ ପ୍ରତି ଗ୍ରାମୀଣ ପରିବାରକୁ ୧୨୫ ଦିନର ଗ୍ୟାରେଣ୍ଟି ବେତନ ନିଯୁକ୍ତି ସୁନିଶ୍ଚିତ କରିବ। ଏହାଦ୍ବାରା ବୟସ୍କ ସଦସ୍ୟମାନେ ସ୍ବଇଚ୍ଛାରେ ଅଣକୁଶଳ ଶାରୀରିକ ଶ୍ରମ କରିବାକୁ ସକ୍ଷମ ହେବେ ଯାହାକି ଏକ ସମୃଦ୍ଧ ସ୍ଥାୟୀ ଗ୍ରାମୀଣ ଭାରତ ପାଇଁ ସଶକ୍ତିକରଣ, ଅଭିବୃଦ୍ଧି, ସମ୍ମିଶ୍ରଣ ଏବଂ ପରିପୂର୍ଣ୍ଣତାକୁ ପ୍ରୋତ୍ସାହିତ କରିବ। ଏହି ଉତ୍ସବରେ ୫୦୦ ରୁ ଅଧିକ ମହିଳା ଚାଷୀ, ଉଦ୍ୟୋଗୀ, ଏଫପିଓ ଏବଂ ଏସଏଚଜି ସଦସ୍ୟଙ୍କ ବ୍ୟତୀତ ଜନପ୍ରତିନିଧି, ଛାତ୍ର ଛାତ୍ରୀ ଏବଂ ପ୍ରତିଷ୍ଠାନର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଜୀ ତାଙ୍କ ଅଭିଭାଷଣରେ କୃଷକଙ୍କ ଉତ୍ସର୍ଗୀକୃତ ତଥା କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ଆର୍ଥିକ ଅଭିବୃଦ୍ଧି ପଦକ୍ଷେପ, ଜଳବାୟୁ ସହନଶୀଳ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ କୃଷି, ଏବଂ ଅନ୍ତର୍ଭୂକ୍ତ ନୀତି ମାଧ୍ୟମରେ ଜାତୀୟ ଖାଦ୍ୟ ନିରାପତ୍ତା ତଥା ଗ୍ରାମାଞ୍ଚଳର ସମୃଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ। ଭିବି-ଜୀ ରାମ ଜୀ-୨୦୨୫ ଅଧିନିୟମ ଗ୍ରାମୀଣ ରୋଜଗାରକୁ ଏକ ସ୍ୱତନ୍ତ୍ର କଲ୍ୟାଣମୂଳକ ପଦକ୍ଷେପରୁ ସମନ୍ୱିତ ବିକାଶର ଏକ ବିସ୍ତୃତ ଉପକରଣରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ମତ ରଖିଥିଲେ। ଭାଗୀରଥ ଚୌଧୁରୀ, ମାନ୍ୟବର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ, ଏହି ଆଇନ ଗ୍ରାମୀଣ ଜୀବିକା ସୁରକ୍ଷାର ଢାଞ୍ଚାକୁ ଆଧୁନିକୀକରଣ ଏବଂ ସୁଦୃଢ଼ କରିବାରେ ସହାୟକ ହେବ ଏବଂ ପ୍ରତ୍ୟେକ କୃଷକ, ଯେଉଁମାନେ କି କ୍ଷେତରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସହାୟତା ପ୍ରଦାନ କରିବ ବୋଲି ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ। ଆଇସିଏଆର- ସିଆଇଡବ୍ଲୁଏ ର ନିର୍ଦେଶିକା ଡକ୍ଟର ମ୍ରିଦୁଲା ଦେବୀ ତାଙ୍କ ଅଭିଭାଷଣରେ କୃଷିର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଗୁରୁତ୍ତ୍ୱ ଦେଇଥିଲେ ଏବଂ ନିରନ୍ତର ତଥା ଅନ୍ତର୍ଭୂକ୍ତ କୃଷି ବିକାଶ ପାଇଁ ଗବେଷଣା, ବିସ୍ତାର ଏବଂ ଦକ୍ଷତା ବୃଦ୍ଧି ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ। ଏହି ଅବସରରେ ସେ ଜଳବାଯୁ ସହନଶୀଳ ପ୍ରଯୁକ୍ତି ଏବଂ ମହିଳା ସଶକ୍ତୀକରଣକୁ ଗୁରୁତ୍ଵ ଦେବା ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

କିଷାନ ଦିବସ ପାଳିତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ଚୌଧୁରୀ ଚରଣ ସିଂ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳର ଆଲୋଚନା: ପ୍ରାକୃତିକ ସମ୍ପଦ ଓ ଜୀବିକା ସଶକ୍ତୀକରଣ ଉପରେ ଗୁରୁତ୍ୱ

September 18, 2026

ଆଗାମୀ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026

ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

September 18, 2026
Latest News

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳର ଆଲୋଚନା: ପ୍ରାକୃତିକ ସମ୍ପଦ ଓ ଜୀବିକା ସଶକ୍ତୀକରଣ ଉପରେ ଗୁରୁତ୍ୱ

September 18, 2026

ଆଗାମୀ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026

ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

September 18, 2026

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.