Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଏଆଇ-ଆଧାରିତ ବ୍ୟବସ୍ଥା
ଆଜିର ଖବର

ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଏଆଇ-ଆଧାରିତ ବ୍ୟବସ୍ଥା

December 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଳ ଟ୍ରାକରେ ବନ୍ୟପ୍ରାଣୀ
ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଏଆଇ-ଆଧାରିତ ବ୍ୟବସ୍ଥା

ନୂଆଦିଲ୍ଲୀ: ରେଳ ଧାରଣା ଉପରକୁ ଚାଲି ଆସୁଥିବା ହାତୀଙ୍କ ଉପସ୍ଥିତି ବିଷୟରେ ଆଗୁଆ ଜାଣିବା ପାଇଁ ଡିଷ୍ଟ୍ରିବ୍ୟୁଟେଡ୍ ଆକୋଷ୍ଟିକ୍ ସିଷ୍ଟମ୍ (ଡିଏଏସ) ବ୍ୟବହାର କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସକ୍ଷମ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ (ଆଇଡିଏସ) ନିୟୋଜିତ କରିଛି ଭାରତୀୟ ରେଳବାଇ।

ହାତୀଙ୍କ ସହ ଟ୍ରେନ୍ ଧକ୍କାକୁ ରୋକିବା ଲାଗି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର 141 ଆରକେଏମ ସେକ୍ସନରେ ଏଆଇ ପରିଚାଳିତ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରଣାଳୀ ସଫଳତାର ସହ କାର୍ଯ୍ୟ କରୁଛି ଏବଂ ଏହାର କାର୍ଯ୍ୟଦକ୍ଷତାକୁ ଆଧାର କରି ସମ୍ପୂର୍ଣ୍ଣ ଭାରତୀୟ ରେଳବାଇ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ 981 ଆରକେଏମ ସେକ୍ସନରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଅଧିକ ଟେଣ୍ଡର ପ୍ରଦାନ କରାଯାଇଛି। ଏହା ସହିତ ମୋଟ୍ ସମ୍ପ୍ରସାରଣ 1122 ଆରକେଏମକୁ ବୃଦ୍ଧି ପାଇବ।

ଏହି ପ୍ରଣାଳୀ ରେଳପଥ ନିକଟରେ ହାତୀଙ୍କ ଗତିବିଧି ବିଷୟରେ ଲୋକୋ ପାଇଲଟ୍, ଷ୍ଟେସନ ମାଷ୍ଟର ଏବଂ ନିୟନ୍ତ୍ରଣ କକ୍ଷକୁ ଠିକଣା ସମୟରେ ସତର୍କ କରାଇଦେବ। ଏହାଦ୍ୱାରା ସମୟୋଚିତ ପ୍ରତିରୋଧକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। 500 ମିଟର ପୂର୍ବରୁ ଲୋକୋ ପାଇଲଟମାନଙ୍କୁ ଏଆଇ ଆଧାରିତ କ୍ୟାମେରା ସତର୍କ କରାଇଦେବ।

ଭାରତୀୟ ରେଳବାଇ ପ୍ରଯୁକ୍ତିବିଦ୍ୟା ଆଧାରିତ ସମାଧାନ ମାଧ୍ୟମରେ ରେଳ ଧାରଣାରେ ବନ୍ୟପ୍ରାଣୀ, ବିଶେଷକରି ହାତୀଙ୍କ ମୃତ୍ୟୁକୁ ରୋକିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛି। ଡିଷ୍ଟ୍ରିବ୍ୟୁଟେଡ୍ ଆକୋଷ୍ଟିକ୍ ସିଷ୍ଟମ୍ (ଡିଏଏସ) ବ୍ୟବହାର କରି ଏଆଇ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀର ନିୟୋଜନ ଏବଂ ବିସ୍ତାର ଭାରତୀୟ ରେଳବାଇର ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସୁରକ୍ଷିତ ଟ୍ରେନ୍ ପରିଚାଳନା ଲାଗି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏଆଇ-ଆଧାରିତ ବ୍ୟବସ୍ଥା ଭାରତୀୟ ରେଳବାଇ ରେଳ ଟ୍ରାକ
Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026
Latest News

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.