Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ 
ଆଜିର ଖବର

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ 

December 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ 
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ 

ଭୁବନେଶ୍ୱର: “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଚଳିତବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ “ଥିଲେ ଦିଅ, ନଥିଲେ ନିଅ” ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଓଡିଶା ବଧିର ଆସୋସିଏସନ୍ ଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଅଛି। ଏହିଠାରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ନିଆରା କାର୍ଯ୍ୟକ୍ରମ “ବଡଦିନ ବଡସ୍ୱପ୍ନ” ପାଳନ କରାଯାଇଥିଲା।

କିଛିବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କ ମଧ୍ୟରେ ବଂଟନ କରାଯାଉଅଛି। ଲୋକ ମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ‘ଉଡ୍ର’ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ ଘୋଷଣା କରିଥିଲେ।

ମଙ୍ଗଳବାରଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ‘ଉଡ୍ର’ ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଅଛି। ଯେଉଁମାନଙ୍କର ପିନ୍ଧିବାକୁ ବସ୍ତ୍ର ଖଣ୍ଡେ ନାହିଁ ସେମାନଙ୍କ ପାଖରେ ଖଣ୍ଡେ ବସ୍ତ୍ର ପହଂଚାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ବିଭିନ୍ନ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ପହଂଚାଉଛି। ଯେଉଁମାନଙ୍କ ପାଖରେ ବଳକା ଅଛି ସେମାନେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ଏହି ଅଭିଯାନରେ ଦେଇପାରିବେ। ଏହା ମାଧ୍ୟମରେ ଆପଣ ଆପଣଙ୍କ ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ।

ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ ନିବେଦନ କରିଛନ୍ତି। ବଡଦିନରେ ବଡ ସ୍ୱପ୍ନ ଦେଖିବା ପାଇଁ ଓଡିଶା ବଧିର ଆସୋସିଏସନ୍‌ର ସମସ୍ତ ପିଲା ଏବଂ ସଭ୍ୟ ସଭ୍ୟା ମାନଙ୍କୁ ଶ୍ରୀମତୀ ଦାସନାୟକ ପରାମର୍ଶ ଦେଇଥିଲେ।

ଶ୍ରୀମତୀ ଦାସନାୟକ ଏହି କାର୍ଯ୍ୟକ୍ରମରେ କହିଥିଲେ – ଖୁସି ବାଂଟିଲେ ଖୁସି ବଢେ। ପିଲାମାନେ କେକ୍ କାଟି ବଡଦିନ ପାଳନ କରିବା ସହିତ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ଶୁଭ ମନାସୀ ଥିଲେ ଏବଂ କର୍ମକର୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ଟିକିଏ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣୀରେ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ।

ଏହି କାର୍ଯ୍ୟକ୍ରମରେ ଓଡିଆ ସିନେ ଜଗତର ଅଭିନେତ୍ରୀ ପୁନମ୍ ମିଶ୍ର ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ସୂର୍ଯ୍ୟପ୍ରକାଶ ଏସ୍‌. ଚୌଧୁରୀ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ଅଂଶ ଦାସନାୟକ, ଅମୂଲ୍ୟ, ଦାପସ, ବିଶ୍ୱରଞ୍ଜନ ପଣ୍ଡା, ପପୁ ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ଥିଲେ ଦିଅ ନଥିଲେ ନିଅ ମାୟାଧର ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ ଭଳି ଲିଗ୍ ଆରମ୍ଭ କରିବ ଆଇସିସି!: ମାଷ୍ଟରପ୍ଲାନ୍ ପ୍ରସ୍ତୁତ କଲେ ଜୟ ଶାହ 

July 7, 2026

ଉତ୍ତର ଓଡ଼ିଶା ପାଇଁ ନୂତନ ଟ୍ରେନ୍ ସେବା ଘୋଷଣା

July 7, 2026

ଚାଷଜମିର କ୍ଷୟକ୍ଷତି ଆକଳନ କରି ଚବିଶ ଘଣ୍ଟା ନ ପୂରୁଣୁ କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

July 7, 2026

ବୈଭବଙ୍କ ପରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ଏହି ଚାରି ଖେଳାଳି: ଜିମ୍ବାୱେ ସିରିଜରେ ମିଳିବ ସୁଯୋଗ

July 7, 2026
Latest News

ଆଇପିଏଲ ଭଳି ଲିଗ୍ ଆରମ୍ଭ କରିବ ଆଇସିସି!: ମାଷ୍ଟରପ୍ଲାନ୍ ପ୍ରସ୍ତୁତ କଲେ ଜୟ ଶାହ 

July 7, 2026

ଉତ୍ତର ଓଡ଼ିଶା ପାଇଁ ନୂତନ ଟ୍ରେନ୍ ସେବା ଘୋଷଣା

July 7, 2026

ଚାଷଜମିର କ୍ଷୟକ୍ଷତି ଆକଳନ କରି ଚବିଶ ଘଣ୍ଟା ନ ପୂରୁଣୁ କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

July 7, 2026

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 7, 2026

ବୈଭବଙ୍କ ପରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ଏହି ଚାରି ଖେଳାଳି: ଜିମ୍ବାୱେ ସିରିଜରେ ମିଳିବ ସୁଯୋଗ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.