ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ହଳଦୀଘାଟ ବ୍ରିଜ ନିକଟ ବୁଲାଣିରେ ବାଇକ ଦୁର୍ଘଟଣାରେ ଭୀମଭୋଇ କଲେଜର ଦୁଇ ଜଣ ଛାତ୍ର ଙ୍କ ମୃତ୍ୟୁ ହୋଇଥିବା ବେଳେ Acha ଛାତ୍ର ଆହତ ହୋଇଥିବା ଜଣାପଡିଛି। ମୃତକ ଛାତ୍ର ମାନେ ହେଲେ ଜୁଜୁମୁରା ଥାନା କୟାକୁଦ ପଞ୍ଚାୟତ ରାମ ବଡ଼ମାଳ ଗ୍ରାମର ବାଦଳ ବିଞାଲ ଓ ଚାରମାଳ ଥାନା ନୁଆପଡାର ଠାକୁର ଦେହୁରୀ।
ପ୍ରକାଶ ଯେ, ରେଢ଼ାଖୋଲ ଭୀମଭୋଇ କଲେଜର +୨ ଦୁଇ ଦ୍ବିତୀୟ ବର୍ଷ କଳା ବିଭାଗର ୩ ଜଣ ଛାତ୍ର ନୂଆପଡ଼ା ଗ୍ରାମର ସତ୍ୟବ୍ରତ ଦେହୁରୀ , ଠାକୁର ଦେହୁରୀ ଓ ରାମ ବଡ଼ମାଳ ଗ୍ରାମର ବାଦଳ ବିଞାଲ ଆଜି କଲେଜ ରେ ପରୀକ୍ଷା ଦେଇସାରି ଏକ ବାଇକରେ ନାକଟିଦେଉଳ ରାସ୍ତା ପଟେ ଯାଉଥିବା ବେଳେ ହଳଦୀଘାଟ ବ୍ରିଜ ନିକଟ ବୁଲାଣିରେ ରାସ୍ତା କଡ଼ରେ ଥିବା ବାଡାରେ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲେ। ଫଳରେ ସେମାନେ ଗୁରୁତର ହୋଇଥିଲେ।
ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ବାଦଳ ବିଞାଲ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ବୁର୍ଲା ସ୍ଥାନାନ୍ତର ବେଳେ ରାସ୍ତାରେ ଠାକୁର ଦେହୁରୀ ଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତ ଗତ ହୋଇଛି। ଛାତ୍ର ସତ୍ୟବ୍ରତ ଦେହୁରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ଖବର ପାଇ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରୁଥିଵା ବେଳେ ରେଢ଼ାଖୋଲ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।


