Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

December 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
PM Modi
ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୨:୧୫ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ ଠାରେ ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ ମଧ୍ୟ କରିବେ।

ବୀର ବାଲ ଦିବସ ଉପଲକ୍ଷେ, ଭାରତ ସରକାର ସମଗ୍ର ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁଅ ସାହିବଜାଦେ ବାବା ଜୋରାୱର ସିଂହ ଏବଂ ବାବା ଫତେହ ସିଂହଙ୍କ ଅସାଧାରଣ ସାହସ ଏବଂ ସର୍ବୋଚ୍ଚ ବଳିଦାନ ବିଷୟରେ ନାଗରିକମାନଙ୍କୁ ସୂଚନା ଦେବା ଓ ଶିକ୍ଷିତ କରିବା ତଥା ଭାରତୀୟ ଇତିହାସର ଯୁବ ନାୟକମାନଙ୍କ ଅଦମ୍ୟ ସାହସ, ତ୍ୟାଗ ଏବଂ ବୀରତ୍ୱକୁ ସମ୍ମାନିତ କରିବା ତଥା ସ୍ମରଣ କରିବା । ଏହି କାର୍ଯ୍ୟକଳାପ ମଧ୍ୟରେ ନାୟକମାନଙ୍କ ବିଷୟରେ କାହାଣୀ ଅଧିବେଶନ, କବିତା ପାଠୋତ୍ସବ, ପୋଷ୍ଟର ତିଆରି ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଇତ୍ୟାଦି ହେବାର କାର୍ଯ୍ୟକ୍ରମ ରହିଛି । ଏଗୁଡିକ ସ୍କୁଲ, ଶିଶୁ ଯତ୍ନ ପ୍ରତିଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟାନ୍ୟ ଶିକ୍ଷାଗତ ଅନୁଷ୍ଠାନରେ ତଥା ମାଇଗଭ୍ ଏବଂ ମାଇଭାରତ ପୋର୍ଟାଲରେ ଅନ୍‌ଲାଇନ୍ କାର୍ଯ୍ୟକଳାପ ମାଧ୍ୟମରେ ଆୟୋଜିତ ହେବ ।

୯ ଜାନୁଆରୀ ୨୦୨୨ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପରବ ଅବସରରେ, ପ୍ରଧାନମନ୍ତ୍ରୀ ୨୬ ଡିସେମ୍ବରକୁ ‘ବୀର ବାଲ ଦିବସ’ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ । ଏହା ଦ୍ୱାରା ସାହିବଜାଦେ ବାବା ଜୋରାୱର ସିଂହଙ୍କ ଏବଂ ବାବା ଫତେହ ସିଂହଙ୍କ ସହିଦ ଦିବସକୁ ସ୍ମରଣ ରଖାଯିବ, ଯାହାଙ୍କ ଅତୁଳନୀୟ ବଳିଦାନ ପିଢ଼ିମାନଙ୍କୁ ପ୍ରେରଣା ଦେଇ ଆସୁଛି ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍‌ଆର୍‌ବିପି) ବିଜେତାମାନେ ମଧ୍ୟ ଉପସ୍ଥିତ ରହିବେ।

ନରେନ୍ଦ୍ର ମୋଦୀ ବୀର ବାଲ ଦିବସ ଭାରତ ମଣ୍ଡପମ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.