Categories
ଆଜିର ଖବର ଜାତୀୟ ଖବର

ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବାର୍ଷିକ ବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ (ଜିପିଏଆଇ) ସମିଟ୍ / (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ) କୁ ଉଦ୍‌ଘାଟନ କରିବେ।

ଜିପିଏଆଇ ହେଉଛି ୨୯ଟି ସଦସ୍ୟ – ଦେଶ ସହିତ ଏକ ବହୁ – ଅଂଶୀଦାରପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇଉପରେ ସନ୍ଦର୍ଭ ଏବଂ ଏହାର ବ୍ୟବହାରିକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣକରିବା। ୨୦୨୪ରେ  ଭାରତ ହେଉଛି ଜିପିଏଆଇର ପ୍ରମୁଖ ଅଧ୍ୟକ୍ଷ ରାଷ୍ଟ୍ର। ୨୦୨୦ ମସିହାରେ ଜିପିଏଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଜିପିଏଆଇର ବର୍ତ୍ତମାନରଆଗାମୀ ସମର୍ଥନ ଅଧ୍ୟକ୍ଷ ଏବଂ ୨୦୨୪ରେ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ଭାବରେ, ଭାରତ ଡିସେମ୍ବର ୧୨ ରୁ ୧୪, ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀଆୟୋଜନ କରୁଛି।

ଏହି ସମ୍ମିଳନୀରେ ଏଆଇ ଏବଂ ବିଶ୍ୱ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା, ଏଆଇ ଏବଂଡାଟା ଗଭର୍ଣ୍ଣାନ୍ସ ଏବଂ ଏମଏଲ କର୍ମଶାଳା ଭଳି ବିଭିନ୍ନ ବିଷୟ ଉପରେ ଏକାଧିକଅଧିବେଶନ ଆୟୋଜନ କରାଯିବ। ଶିଖର ସମ୍ମିଳନୀର ଅନ୍ୟାନ୍ୟ ଆକର୍ଷଣ ଗୁଡିକମଧ୍ୟରେ ଗବେଷଣା ଆଲୋଚନାଚକ୍ର , ଏଆଇ ଗେମଚେଞ୍ଜର୍ସ ପୁରସ୍କାର ଏବଂଇଣ୍ଡିଆ ଏଆଇ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜିପିଏଆଇ ବିଶେଷଜ୍ଞ ଏବଂ ୧୫୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ। ଏହାବ୍ୟତୀତ ଇଣ୍ଟେଲ, ରିଲାଏନ୍ସ ଜିଓ, ଗୁଗୁଲ, ମେଟା, ଏଡବ୍ଲୁଏସ, ୟୋଟା, ନେଟୱେବ, ପେଟିଏମ, ମାଇକ୍ରୋସଫ୍ଟ, ମାଷ୍ଟରକାର୍ଡ, ଏନଆଇସି, ଏସଟିପିଆଇ, ଇମର୍ସ, ଜିଓ ହାପ୍ଟିକ୍‌, ଭାଷିଣୀ ଇତ୍ୟାଦି ବିଶ୍ୱର ପ୍ରମୁଖଏଆଇ ଗେମଚେଞ୍ଜରମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ୟୁବା ଏଆଇ ଏବଂ ଷ୍ଟାର୍ଟଅପ୍ ଅଧୀନରେ ବିଜେତା ହୋଇଥିବାଛାତ୍ରଛାତ୍ରୀମାନେ ସେମାନଙ୍କର ଏଆଇ ମଡେଲ୍ ଏବଂ ସମାଧାନ ପ୍ରଦର୍ଶନ କରିବେ।

Categories
ବିଶେଷ ଖବର

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ  ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ ର ଦ୍ୱିତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସୁଦୃଢ଼ କରିବା ପାଇଁ ସେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ ‘ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶିତ ଟେକ୍ନୋଲୋଜି ଓ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ଏବଂ ଫୁଡ୍ ଷ୍ଟ୍ରିଟ୍‌କୁ ପ୍ରଶଂସା କରିବା ସହ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱାଦର ମିଶ୍ରଣ ଭବିଷ୍ୟତର ଅର୍ଥନୀତି ପାଇଁ ପଥ ପ୍ରଶସ୍ତ କରିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ  ଆଜିର ପରିବର୍ତ୍ତନଶୀଳ ବିଶ୍ୱରେ ଖାଦ୍ୟ ନିରାପତ୍ତାର ଅନ୍ୟତମ ପ୍ରମୁଖ ଆହ୍ୱାନ ଉପରେ ଆଲୋକପାତ କରିବା ସହ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ’ ର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଫଳାଫଳ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ସ୍ୱୀକୃତି ଦେବାର ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ଶିଳ୍ପ ଓ କୃଷକ ହିତକାରୀ ନୀତି ଯୋଗୁଁ ଏହି କ୍ଷେତ୍ର ୫୦,୦୦୦ କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ କରିଛି  ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପିଏଲ୍‌ଆଇ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଶିଳ୍ପର ନୂତନ ଖେଳାଳି ମାନଙ୍କୁ ବିପୁଳ ସହାୟତା ପ୍ରଦାନ କରୁଛି । ସେ ଉଲ୍ଲେଖ କରିଛନ୍ତି ଯେ ଅମଳ ପରବର୍ତ୍ତୀ ଭିତ୍ତିଭୂମି ପାଇଁ ଏଗ୍ରି – ଇନ୍‌ଫ୍ରା ଫଣ୍ଡ (କୃଷି – ଭିତ୍ତିଭୂମି ପାଣ୍ଠି) ଅଧୀନରେ ପ୍ରାୟ ୫୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ହଜାର ହଜାର ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଭିତ୍ତିଭୂମି ପ୍ରକ୍ରିୟାକରଣକୁ ମଧ୍ୟ ହଜାର ହଜାର କୋଟି ଟଙ୍କା ବିନିଯୋଗରେ ପ୍ରୋତ୍ସାହିତ କରାଯାଉଛି ।

ସରକାରଙ୍କ ନିବେଶକ ଅନୁକୂଳ ନୀତି ଗୁଡିକ ଖାଦ୍ୟ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଉଛି ବୋଲି ଶ୍ରୀ ମୋଦୀ ମତ ଦେଇଛନ୍ତି । ଗତ ୯ ବର୍ଷ ମଧ୍ୟରେ ଭାରତର କୃଷି ରପ୍ତାନିରେ ପ୍ରକ୍ରିୟାକୃତ ଖାଦ୍ୟର ଭାଗ ୧୩ ପ୍ରତିଶତରୁ ୨୩ ପ୍ରତିଶତକୁ ବୃଦ୍ଧି ପାଇଛି , ଯାହା ରପ୍ତାନି ହେଉଥିବା ପ୍ରକ୍ରିୟାକୃତ ଖାଦ୍ୟ ପରିମାଣରେ ୧୫୦ ପ୍ରତିଶତ ବୃଦ୍ଧି କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । କୃଷିଜାତ ଦ୍ରବ୍ୟର ମୋଟ ରପ୍ତାନି ମୂଲ୍ୟ ୫୦,୦୦୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ହେବା ସହିତ ଆଜି ଭାରତ ସପ୍ତମ ସ୍ଥାନରେ ରହିଛି ବୋଲି ସେ କହିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ସମ୍ପର୍କିତ  ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଭାରତ ଅଭୂତପୂର୍ବ ଅଭିବୃଦ୍ଧି ଦେଖାଇ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ଜଡିତ ପ୍ରତ୍ୟେକ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ଏବଂ ସ୍ଫୁର୍ତ୍ତିଶୀଳ ଅଭିବୃଦ୍ଧି ପଛରେ ସରକାରଙ୍କ ନିରନ୍ତର ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ଶ୍ରେୟ ଦେଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ କୃଷି – ରପ୍ତାନି ନୀତି ସୃଷ୍ଟି ହୋଇଛି, ସାରା ଦେଶରେ ଲଜିଷ୍ଟିକ୍ ଏବଂ ଭିତ୍ତିଭୂମିର ବିକାଶ ହୋଇଛି , ଜିଲ୍ଲାକୁ ବିଶ୍ୱ ବଜାର ସହ ସଂଯୋଗ କରୁଥିବା ୧୦୦ରୁ ଅଧିକ ଜିଲ୍ଲାସ୍ତରୀୟ କେନ୍ଦ୍ର ସୃଷ୍ଟି ହୋଇଛି, ବୃହତ୍ ଫୁଡ୍ ପାର୍କ ସଂଖ୍ୟା ୨ ରୁ ୨୦ କୁ ବୃଦ୍ଧି ପାଇଛି ଏବଂ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ୧୨ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୨୦୦ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି , ଯାହା ଗତ ୯ ବର୍ଷ ମଧ୍ୟରେ ୧୫ ଗୁଣା ବୃଦ୍ଧି ପାଇଛି  ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତରୁ ରପ୍ତାନି ହେଉଥିବା କୃଷି ଜାତ ଦ୍ରବ୍ୟର ଉଦାହରଣ ଦେଇଥିଲେ ଏବଂ ହିମାଚଳ ପ୍ରଦେଶରୁ କଳା ରସୁଣ, ଜାମ୍ମୁ କାଶ୍ମୀରରୁ ଡ୍ରାଗନ ଫ୍ରୁଟ, ମଧ୍ୟପ୍ରଦେଶର ସୋୟା କ୍ଷୀର ପାଉଡର, ଲଦାଖରୁ କରକିଚୁ ସେଓ, ପଞ୍ଜାବର କାଭେଣ୍ଡିଶ କଦଳୀ, ଜାମ୍ମୁରୁ ଗୁଚି ଛତୁ ଏବଂ କର୍ଣ୍ଣାଟକର ଶୁଦ୍ଧ ମହୁ ବିଷୟରେ ଉଲ୍ଲେଖ କରିଥିଲେ ।

ଭାରତର ଦ୍ରୁତ ସହରୀକରଣ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ୟାକେଜ୍ ଖାଦ୍ୟର ଚାହିଦା ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ଯାହା କୃଷକ, ଷ୍ଟାର୍ଟଅପ୍ ଏବଂ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କ ପାଇଁ ଅପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରୁଛି । ଏହି ସମ୍ଭାବନା ଗୁଡିକର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ଉଚ୍ଚାକାଂକ୍ଷୀ ଯୋଜନାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ଅଭିବୃଦ୍ଧି କାହାଣୀର ତିନୋଟି ମୁଖ୍ୟ ସ୍ତମ୍ଭ – କ୍ଷୁଦ୍ର କୃଷକ, କ୍ଷୁଦ୍ର ଶିଳ୍ପ ଏବଂ ମହିଳାଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ଷୁଦ୍ର କୃଷକ ମାନଙ୍କର ଅଂଶଗ୍ରହଣ ଏବଂ ଲାଭ ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ କୃଷକ ଉତ୍ପାଦ ସଂଗଠନ ବା ଏଫପିଓର ପ୍ରଭାବଶାଳୀ ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ । ଆମେ ଭାରତରେ ୧୦ ହଜାର ନୂଆ ଏଫ୍‌ପିଓ ତିଆରି କରୁଛୁ, ସେଥି ମଧ୍ୟରୁ ୭ ହଜାର ତିଆରି ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି । କୃଷକ ମାନଙ୍କ ପାଇଁ ବଜାର ପ୍ରବେଶ ଏବଂ ପ୍ରକ୍ରିୟାକରଣ ସୁବିଧାର ଉପଲବ୍ଧତା ବୃଦ୍ଧି ଉପରେ ସେ ଉଲ୍ଲେଖ କରିଥିଲେ ଏବଂ କ୍ଷୁଦ୍ର ଶିଳ୍ପ ଗୁଡିକର ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ ଆୟୋଜନ କରାଯାଉଛି ବୋଲି ମଧ୍ୟ ସୂଚନା ଦେଇଥିଲେ । ‘ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ’- ଓଡିଓପି ଭଳି ଯୋଜନା ମଧ୍ୟ କ୍ଷୁଦ୍ର କୃଷକ ଓ କ୍ଷୁଦ୍ର ଶିଳ୍ପ ଗୁଡିକୁ ଏକ ନୂଆ ପରିଚୟ ଦେଉଛି ବୋଲି ସେ କହିଥିଲେ ।

ଭାରତରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ପଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅର୍ଥନୀତି କ୍ଷେତ୍ରରେ ମହିଳା ମାନଙ୍କର ବୃଦ୍ଧି ପାଉଥିବା ଅବଦାନ ଉପରେ ଆଲୋକପାତ କରିଥିଲେ ଯାହା ଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପକୃତ ହୋଇଛି । ଭାରତରେ ଆଜି ୯ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ହଜାର ହଜାର ବର୍ଷ ଧରି ଭାରତରେ ଖାଦ୍ୟ ବିଜ୍ଞାନରେ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ଏବଂ ଖାଦ୍ୟ ବିବିଧତା ଭାରତୀୟ ମହିଳା ମାନଙ୍କର ଦକ୍ଷତା ଏବଂ ଜ୍ଞାନର ପରିଣାମ । ସେ କହିଛନ୍ତି ଯେ ମହିଳାମାନେ ନିଜ ଘରୁ ଆଚାର, ପାପଡ଼, ଚିପ୍ସ, ମୁରବା ଆଦି ଅନେକ ଉତ୍ପାଦର ବଜାର ଚଳାଉଛନ୍ତି । “ଭାରତୀୟ ମହିଳା ମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନେତୃତ୍ୱ ନେବାର ପ୍ରାକୃତିକ କ୍ଷମତା ଅଛି”, ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମହିଳାମାନଙ୍କ ପାଇଁ ପ୍ରତ୍ୟେକ ସ୍ତରରେ କୁଟୀର ଶିଳ୍ପ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯାଉଛି । ଆଜିର ଏହି ଅବସରରେ ୧ ଲକ୍ଷରୁ ଅଧିକ ମହିଳା ମାନଙ୍କୁ କୋଟି କୋଟି ଟଙ୍କାର ମୂଳ  ପୁଞ୍ଜି ବଣ୍ଟନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ।

ଭାରତରେ ଯେତିକି ଖାଦ୍ୟ ବିବିଧତା ରହିଛି, ସେତେ ପରିମାଣରେ ସାଂସ୍କୃତିକ ବିବିଧତା ମଧ୍ୟ ରହିଛି । ଭାରତର ଖାଦ୍ୟ ବିବିଧତା ବିଶ୍ୱର ପ୍ରତ୍ୟେକ ନିବେଶକ ମାନଙ୍କ ପାଇଁ ଲାଭଦାୟକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ପ୍ରତି ବୃଦ୍ଧି ପାଉଥିବା ଆଗ୍ରହ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଖାଦ୍ୟ ପରମ୍ପରାରୁ ସାରା ବିଶ୍ୱର ଖାଦ୍ୟ ଉଦ୍ୟୋଗକୁ ବହୁତ କିଛି ଶିଖିବାର ଅଛି । ସେ କହିଥିଲେ ଯେ ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତି ହେଉଛି ଏହାର ହଜାର ହଜାର ବର୍ଷର ବିକାଶ ଯାତ୍ରାର ପରିଣାମ । ହଜାର ହଜାର ବର୍ଷ ଧରି ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତିର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ପୂର୍ବପୁରୁଷମାନେ ଖାଦ୍ୟ ଅଭ୍ୟାସକୁ ଆୟୁର୍ବେଦ ସହିତ ଯୋଡ଼ିଥିଲେ । ଆୟୁର୍ବେଦରେ କୁହାଯାଏ ‘ରୀତା – ଭୁକ୍‌’ ଅର୍ଥାତ୍ ଋତୁ ଅନୁଯାୟୀ ଖାଇବା, ‘ମିତ୍ ଭୁକ’ ଅର୍ଥାତ୍ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଏବଂ ‘ହିତ୍ ଭୁକ୍‌’ ଅର୍ଥାତ୍ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ଏଗୁଡ଼ିକ ଭାରତର ବିଜ୍ଞାନ ସମ୍ମତ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଖାଦ୍ୟଶସ୍ୟ, ବିଶେଷ କରି ଭାରତର ମସଲା ବ୍ୟବସାୟର ନିରନ୍ତର ପ୍ରଭାବ ବିଶ୍ୱ ଉପରେ ପଡ଼ିବ ବୋଲି ସେ ଉଲ୍ଲେଖ କରିଥିଲେ ।  ବିଶ୍ୱ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନିରନ୍ତର ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସର ପ୍ରାଚୀନ ଜ୍ଞାନକୁ ବୁଝିବା ଏବଂ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରୁଥିବା ବିଶ୍ୱକୁ ଶ୍ରୀ ମୋଦୀ ସ୍ୱୀକାର କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ ମିଲେଟ୍ ଭାରତର ‘ସୁପରଫୁଡ୍ ଝୁଡି’ ର ଏକ ଅଂଶ ଏବଂ ସରକାର ଏହାକୁ ଶ୍ରୀ ଅନ୍ନ ନାମରେ ଚିହ୍ନଟ କରିଛନ୍ତି । ଯଦିଓ ଶତାବ୍ଦୀ ଧରି ଅଧିକାଂଶ ସଭ୍ୟତାରେ ବାଜରାକୁ ଅଧିକ ପ୍ରାଥମିକତା ଦିଆ ଯାଉଥିଲା, ତଥାପି ଗତ କିଛି ଦଶନ୍ଧି ମଧ୍ୟରେ ଏହା ଭାରତ ସମେତ ଅନେକ ଦେଶରେ ଖାଦ୍ୟ ଅଭ୍ୟାସରୁ ବାହାରି ଯାଇଛି, ଯାହା ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ, ସ୍ଥାୟୀ ଚାଷ ଏବଂ ସ୍ଥାୟୀ ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଭାବ ଭଳି ବିଶ୍ୱର କୋଣ ଅନୁକୋଣରେ ବାଜରା ପହଂଚିବ ବୋଲି ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତର ପଦକ୍ଷେପ ଉପରେ ବିଶ୍ୱରେ ବାଜରା ସମ୍ପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ନିକଟରେ ଅନୁଷ୍ଠିତ ଜି – ୨୦ ଶିଖର ସମ୍ମିଳନୀରେ ଭାରତ ଗସ୍ତରେ ଆସିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ପାଇଁ ବାଜରାରୁ ପ୍ରସ୍ତୁତ ଖାଦ୍ୟ ଏବଂ ବଜାରରେ ବାଜରାରୁ ପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବିଷୟରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଶ୍ରୀ ଅନ୍ନର ଅଂଶ ବୃଦ୍ଧି ଉପରେ ଆଲୋଚନା କରିବା ଏବଂ ଶିଳ୍ପ ଏବଂ କୃଷକ ମାନଙ୍କର ହିତ ପାଇଁ ଏକ ସାମୂହିକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଜି – ୨୦ ଗ୍ରୁପ୍ ଦିଲ୍ଲୀ ଘୋଷଣାନାମାରେ ସ୍ଥାୟୀ କୃଷି, ଖାଦ୍ୟ ନିରାପତ୍ତା ଏବଂ ପୋଷଣ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଛି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡ଼ିତ ସମସ୍ତ ଅଂଶୀଦାର ମାନଙ୍କ ଭୂମିକା ଉପରେ ଆଲୋକପାତ କରିଛି । ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ବିବିଧ ଖାଦ୍ୟ ଝୁଡି ଆଡକୁ ନେବା ଏବଂ ଶେଷରେ ଅମଳ ପରବର୍ତ୍ତୀ କ୍ଷୟକ୍ଷତିକୁ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଅପଚୟ ହ୍ରାସ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଅପଚୟ ହ୍ରାସ କରିବା ପାଇଁ ଶୀଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟର ପ୍ରକ୍ରିୟାକରଣ ବୃଦ୍ଧି କରିବାକୁ ସେ ଅନୁରୋଧ କରିଥିଲେ, ଯାହା ଦ୍ୱାରା କୃଷକମାନେ ଉପକୃତ ହେବେ ଏବଂ ମୂଲ୍ୟରେ ଅସ୍ଥିରତାକୁ ମଧ୍ୟ ରୋକାଯାଇପାରିବ । ଅଭିଭାଷଣ ଶେଷ କରି , ପ୍ରଧାନମନ୍ତ୍ରୀ କୃଷକ ମାନଙ୍କର ସ୍ୱାର୍ଥ ଏବଂ ଉପଭୋକ୍ତା ମାନଙ୍କ ସନ୍ତୋଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଠାରେ ଯେଉଁ ନିଷ୍ପତି ନିଆଯାଇଛି ତାହା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ଖାଦ୍ୟ ସୁରକ୍ଷିତ ଭବିଷ୍ୟତର ମୂଳଦୁଆ ପକାଇବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପାରସ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ବିହନ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଉନ୍ନତ ପ୍ୟାକେଜିଂ ଏବଂ ଗୁଣାତ୍ମକ ଉତ୍ପାଦନ ମାଧ୍ୟମରେ ଏହି ସହାୟତା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବଜାରରେ ଉତ୍ତମ ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ ର ଏକ ଅଂଶ ଭାବରେ ଫୁଡ୍ ଷ୍ଟ୍ରିଟ୍‌କୁ ମଧ୍ୟ ଉଦଘାଟନ କରିଥିଲେ । ଏଥିରେ ଆଞ୍ଚଳିକ ଖାଦ୍ୟ ଏବଂ ରାଜକୀୟ ରନ୍ଧନର ଐତିହ୍ୟ ରହିବ, ଯେଉଁଥିରେ ୨୦୦ରୁ ଅଧିକ ସେଫ୍  (ରନ୍ଧନକର୍ତ୍ତା) ଅଂଶଗ୍ରହଣ କରିବେ ଏବଂ ପାରମ୍ପରିକ ଭାରତୀୟ ଖାଦ୍ୟକୁ ଉପସ୍ଥାପନ କରିବେ, ଯାହା ଏହାକୁ ଏକ ଅନନ୍ୟ ରନ୍ଧନ ଅନୁଭୂତିରେ ପରିଣତ କରିବ ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ ‘ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା । ଏହା ସରକାରୀ ସଂସ୍ଥା, ଶିଳ୍ପ ପେସାଦାର, କୃଷକ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାର ମାନଙ୍କୁ ଆଲୋଚନାରେ ସାମିଲ ହେବା, ଭାଗିଦାରୀ ସ୍ଥାପନ କରିବା ଏବଂ କୃଷି – ଖାଦ୍ୟ କ୍ଷେତ୍ରରେ ନିବେଶ ସୁଯୋଗ ଖୋଜିବା ପାଇଁ ଏକ ନେଟୱାର୍କିଂ ଏବଂ ବ୍ୟବସାୟ ପ୍ଲାଟଫର୍ମ ପ୍ରଦାନ କରିବ । ସିଇଓମାନେ ଗୋଲ୍ ଟେବୁଲ୍ ବୈଠକରେ  ନିବେଶ ଏବଂ ଇଜ୍ ଅଫ୍ ଡୁଇଙ୍ଗ  ବିଜନେସ୍ (ବ୍ୟବସାୟରେ ସହଜତା) ଉପରେ ଗୁରୁତ୍ୱ ଦେବେ ।

ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଉଦ୍ଭାବନ ଏବଂ ଶକ୍ତି ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇ ୪୮ଟି ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଆର୍ଥିକ ସଶକ୍ତିକରଣ, ଗୁଣାତ୍ମକ ନିଶ୍ଚିତତା ଏବଂ ଯନ୍ତ୍ରପାତି ଓ ପ୍ରଯୁକ୍ତି  ବିଦ୍ୟା କ୍ଷେତ୍ରରେ ନବସୃଜନତା ଉପରେ ଗୁରୁତ୍ୱ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଗୁଡିକର ସିଇଓ ମାନଙ୍କ ସମେତ ୮୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିରେ ରିଭର୍ସ ବାୟର ସେଲର ମିଟ୍ (କ୍ରେତା – ବିକ୍ରେତା ପାରସ୍ପରିକ ଆଲୋଚନା) ରହିବ, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୨୦୦ରୁ ଅଧିକ ବିଦେଶୀ କ୍ରେତା ରହିବେ । ନେଦରଲ୍ୟାଣ୍ଡ ସହଯୋଗୀ ଦେଶ ଭାବେ କାର୍ଯ୍ୟ କରୁଥିବା ବେଳେ ଜାପାନ ଏହି କାର୍ଯ୍ୟକ୍ରମର କେନ୍ଦ୍ର ଦେଶ ହେବ ।

Categories
ବିଶେଷ ଖବର

‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୩ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ‘ସଂକଳ୍ପ ସପ୍ତାହ’ ନାମକ ଦେଶର ଆକାଂକ୍ଷୀ ବ୍ଲକଗୁଡ଼ିକ ପାଇଁ ଏକ ଅନନ୍ୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ ‘ସଂକଳ୍ପ ସପ୍ତାହ’ ଜଡ଼ିତ। ଜାନୁଆରୀ ୭, ୨୦୨୩ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବ୍ଲକସ୍ତରରେ ପ୍ରଶାସନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ। ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ପ୍ରଭାବଶାଳୀ ବ୍ଲକ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା। ‘ସଂକଳ୍ପ ସପ୍ତାହ’ ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି।

ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକରେ ‘ସଂକଳ୍ପ ସପ୍ତାହ’ ପାଳନ କରାଯିବ। ଅକ୍ଟୋବର ୩ରୁ ଅକ୍ଟୋବର ୯, ୨୦୨୩ ପର୍ଯ୍ୟନ୍ତ ପ୍ରତିଦିନ ‘ସଂକଳ୍ପ ସପ୍ତାହ’ରେ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟବସ୍ତୁକୁ ସମର୍ପିତ କରାଯାଇଛି, ଯାହା ଉପରେ ସମସ୍ତ ଆକାଂକ୍ଷୀ ବ୍ଲକକାର୍ଯ୍ୟ କରିବେ। ପ୍ରଥମ ଛଅ ଦିନର ବିଷୟବସ୍ତୁ ଗୁଡ଼ିକ ହେଲା ‘ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ’, ‘ସୁପୋଷିତ ପରିବାର’, ‘ସ୍ୱଚ୍ଛତା’, ‘କୃଷି’, ‘ଶିକ୍ଷା’ ଏବଂ ‘ସମୃଦ୍ଧି ଦିବସ’। ସପ୍ତାହର ଶେଷ ଦିନ ଅର୍ଥାତ୍ ଅକ୍ଟୋବର ୯, ୨୦୨୩ ‘ସଂକଳ୍ପ ସପ୍ତାହ – ସମାବେଶ ସମାରୋହ’ ଭାବରେ ସମଗ୍ର ସପ୍ତାହରେ ହୋଇଥିବା କାର୍ଯ୍ୟର ଉତ୍ସବ ହେବ।

ଉଦଘାଟନୀ କାର୍ଯ୍ୟକ୍ରମରେ ଭାରତ ମଣ୍ଡପରେ ଦେଶର ପ୍ରାୟ ୩ ହଜାର ପଞ୍ଚାୟତ ଓ ବ୍ଲକସ୍ତରୀୟ ଜନପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେବେ। ଏଥିସହ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, କୃଷକ ଓ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିଙ୍କୁ ମିଶାଇ ପ୍ରାୟ ୨ ଲକ୍ଷ ଲୋକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ଜି – ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି – ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା: ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ, ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍‌;  ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ।

ଦୁଇ ସପ୍ତାହ ତଳେ ଜି -୨୦ ଶିଖର ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ଲାଗି ରହିଥିବା ଜନଗହଳିକୁ  ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ ଏହା ଏକ ସମ୍ପୂର୍ଣ୍ଣ ଭାବରେ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହୋଇଛି। ସେହି ସ୍ଥାନରେ ଆଜି ଭାରତର ଭବିଷ୍ୟତ ଦେଖିବାକୁ ମିଳୁଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ଭାରତ ଜି-୨୦ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାର ମାନଦଣ୍ଡକୁ ଉନ୍ନତ କରିଛି ଏବଂ ବିଶ୍ୱ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ,  ସେ କିନ୍ତୁ ଏଥିରେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି , କାରଣ ଭାରତର ପ୍ରତିଭାବାନ ଯୁବକମାନେ ହିଁ ଏଭଳି ଏକ କାର୍ଯ୍ୟକ୍ରମ ସହିତ ନିଜକୁ ଯୋଡ଼ିଥିଲେ। ଯୁବପିଢ଼ି ଏଥିରେ ନିଜକୁ ଯୋଡ଼ିଲେ ଏଭଳି ଘଟଣା ସଫଳ ହେବା ନିଶ୍ଚିତ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ଅନୁଷ୍ଠିତ ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଦେଶର ଯୁବ ଶକ୍ତିକୁ ଶ୍ରେୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହେଉଛି । ଗତ ୩୦ ଦିନର କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୋଇଛି । ବିଗତ ୩୦ ଦିନର କାର୍ଯ୍ୟର ସାରାଂଶ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସଫଳ ଚନ୍ଦ୍ରଯାନ ଅଭିଯାନକୁ ମନେ ପକାଇ ଆରମ୍ଭ କରିଥିଲେ ସେ ଏହା ଘଟିବା ସମୟରେ ସମଗ୍ର ବିଶ୍ୱ ‘ଭାରତ ଚନ୍ଦ୍ରରେ ଅଛି’ ବୋଲି ଅନୁଭବ କରିଥିଲା । “ଅଗଷ୍ଟ ୨୩ ଆମ ଦେଶରେ ଜାତୀୟ ମହାକାଶ ଦିବସ ଭାବରେ ଅମର ହୋଇ ଯାଇଛି”,  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସଫଳତାକୁ ଦୃଷ୍ଟିରେ ରଖି ଭାରତ ନିଜର ସୌର ଅଭିଯାନକୁ ସଫଳତାର ସହ ଉତକ୍ଷେପଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚନ୍ଦ୍ରଯାନ ୩ ଲକ୍ଷ କିଲୋମିଟର ଯାତ୍ରା କରିଛି ଏବଂ ସୌର ପ୍ରକଳ୍ପ ୧୫ ଲକ୍ଷ କିଲୋମିଟର ଅତିକ୍ରମ କରିବ । “ଭାରତର ପରିସୀମାର କୌଣସି ତୁଳନା ଅଛି କି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗତ ୩୦ ଦିନ ମଧ୍ୟରେ ଭାରତର କୂଟନୀତି ନୂତନ ଉଚ୍ଚତାକୁ ଛୁଇଁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜି -୨୦ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ,  ଯେଉଁଠାରେ ଭାରତର ପ୍ରୟାସରେ ୬ଟି ନୂତନ ରାଷ୍ଟ୍ରକୁ ଏହାର ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଗ୍ରୀସ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ,  ଯାହା ଚାରି ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା । ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଇଣ୍ଡୋନେସିଆରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଏହି  ଭାରତ ମଣ୍ଡପମରେ ବିଶ୍ୱର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଧ୍ରୁବୀକରଣ ପରିବେଶରେ ସମାନ ମଞ୍ଚରେ ସମସ୍ତ ସଦସ୍ୟ ରାଷ୍ଟ୍ର ପାଇଁ ଏକ ସମାନ ଆଧାର ଖୋଜିବା ସରକାରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପଲବ୍ଧି । ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଫଳାଫଳର ନେତୃତ୍ୱ ନେଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ସର୍ବସମ୍ମତିକ୍ରମେ ନୂଆଦିଲ୍ଲୀ ଘୋଷଣାନାମା ସମଗ୍ର ବିଶ୍ୱରେ  ଚର୍ଚ୍ଚାର ବିଷୟ ପାଲଟିଛି” । ଏକବିଂଶ ଶତାବ୍ଦୀର ଦିଗକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାର କ୍ଷମତା ରଖିଥିବା ଜି -୨୦ର ପରିବର୍ତନକାରୀ ନିଷ୍ପତ୍ତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଭାରତ, ଭାରତ ମଧ୍ୟପ୍ରାଚ୍ୟ ୟୁରୋପୀୟ କ୍ଷେତ୍ର ନେତୃତ୍ୱରେ ଅନ୍ତର୍ଜାତୀୟ ଜୈବ ଇନ୍ଧନ ମେଂଟର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ଜି – ୨୦ରେ ଅନ୍ତର୍ଭୁକ୍ତ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଜି-୨୦ ଶିଖର ସମ୍ମିଳନୀ ଶେଷ ହେବା ମାତ୍ରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ଭାରତକୁ  ରାଷ୍ଟ୍ରୀୟ ଗସ୍ତରେ ଆସିଥିଲେ ଏବଂ ସାଉଦି ଆରବ ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ଗତ ୩୦ ଦିନ ମଧ୍ୟରେ ବିଶ୍ୱର ପ୍ରାୟ ଅଧା ଅଞ୍ଚଳରେ ୮୫ ଜଣ ବିଶ୍ୱ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଭାରତର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ପ୍ରୋଫାଇଲର ଲାଭ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଭାରତକୁ ନୂତନ ସୁଯୋଗ, ନୂତନ ବନ୍ଧୁ ଏବଂ ନୂତନ ବଜାର ମିଳିଥାଏ ଏବଂ ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଥାଏ ।

ଗତ ୩୦ ଦିନ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ଓବିସି ସମ୍ପ୍ରଦାୟ ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ ଯାହା କାରିଗର, ଶିଳ୍ପକାର ଏବଂ ପାରମ୍ପରିକ ଶ୍ରମିକ ମାନଙ୍କୁ ବହୁ ପରିମାଣରେ ଉପକୃତ କରିବ ।

୧ ଲକ୍ଷରୁ ଅଧିକ ଯୁବକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ସେ ରୋଜଗାର ମେଳା ଆୟୋଜନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ରୋଜଗାର ମେଳା ଆରମ୍ଭ ହେବା ପର ଠାରୁ ୬ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦର ଉଦ୍‌ଘାଟନୀ ଅଧିବେଶନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ , ଯେଉଁଠାରେ ପ୍ରଥମ ବିଲ୍ ଭାବରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା ।

ଇଲେକ୍ଟ୍ରିକ୍ ମୋବିଲିଟିର ସଦ୍ୟତମ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ ବିଷୟରେ ଉଲ୍ଲେଖ କରିଥିଲେ । ଅନ୍ୟାନ୍ୟ ଘଟଣାକ୍ରମ ମଧ୍ୟରେ ଶ୍ରୀ ମୋଦୀ ନୂଆଦିଲ୍ଲୀର ଦ୍ୱାରକା ଠାରେ ଯଶୋଭୂମି ସମ୍ମିଳନୀ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ ସମ୍ପର୍କରେ , ବାରଣାସୀ ଠାରେ ଏକ ନୂତନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ ବିଷୟରେ ଏବଂ ୯ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବା ସମ୍ବନ୍ଧରେ ଆଲୋଚନା କରିଥିଲେ ।  ମଧ୍ୟପ୍ରଦେଶର ଏକ ବିଶୋଧନାଗାରରେ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସହିତ ଅକ୍ଷୟ ଶକ୍ତି ଆଇଟି ପାର୍କ, ଏକ ମେଗା ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ରାଜ୍ୟରେ ଛଅଟି ନୂତନ ଶିଳ୍ପ କ୍ଷେତ୍ରର ଶିଳାନ୍ୟାସ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ସମସ୍ତ ବିକାଶ ନିଯୁକ୍ତି ସୃଷ୍ଟି ଏବଂ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ସହିତ ଜଡ଼ିତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଯେଉଁଠାରେ ଆଶାବାଦ, ସୁଯୋଗ ଏବଂ ମୁକ୍ତ ଚିନ୍ତାଧାରା ଅଛି ସେଠାରେ ଯୁବଗୋଷ୍ଠୀ ପ୍ରଗତି କରନ୍ତି । ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ବଡ଼ କଥା ଚିନ୍ତା କରିବାକୁ କହିଥିଲେ ।  “ଏପରି କୌଣସି ଉପଲବ୍ଧି ନାହିଁ ଯାହା ଆପଣ ମାନଙ୍କ ପରିସୀମା ବାହାରେ ଅଛି କିମ୍ବା ଦେଶ ଆପଣଙ୍କ ପଛରେ ନାହିଁ” ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୌଣସି ଅବସରକୁ ଛୋଟ ଭାବରେ ବିବେଚନା କରାଯିବା ଉଚିତ  ନୁହେଁ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ଏକ ମାନଦଣ୍ଡରେ ପରିଣତ କରିବାକୁ ପ୍ରୟାସ କରାଯିବା ଉଚିତ୍ ।

ଜି-୨୦ର ଉଦାହରଣ ଦେଇ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହ ିକାର୍ଯ୍ୟକ୍ରମ କେବଳ କୂଟନୈତିକ ଏବଂ ଦିଲ୍ଲୀ କେନ୍ଦ୍ରିତ ଘଟଣା ହୋଇଥାନ୍ତା । କିନ୍ତୁ ଭାରତ ଜି-୨୦କୁ ଏକ ଜନଚାଳିତ ଜାତୀୟ ଆନ୍ଦୋଳନରେ ପରିଣତ କରିଛି । ଜି – ୨୦ ବିଶ୍ୱ ବିଦ୍ୟାଳୟ ସଯୋଗ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ମଧ୍ୟ ପ୍ରଶଂସା କରିଥିଲେ । ବିଦ୍ୟାଳୟ, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡିକର ୫ କୋଟି ଛାତ୍ରଛାତ୍ରୀଙ୍କ ନିକଟରେ ଜି-୨୦କୁ କେନ୍ଦ୍ର ସରକାର ପହଂଚାଇଛନ୍ତି । “ଆମର ଲୋକମାନେ ବଡ଼ କଥା ସମ୍ପର୍କରେ ଭାବୁଛନ୍ତି ଏବଂ ଆହୁରି ଅଧିକ ମହାନ ପ୍ରଦର୍ଶନ କରୁଛନ୍ତି\”,  ବୋଲି ସେ ଆହୁରି ମଧ୍ୟ କହିଛନ୍ତି ।

ଅମୃତ କାଳର ପରବର୍ତ୍ତୀ ୨୫ ବର୍ଷର ଗୁରୁତ୍ୱକୁ ଦୋହରାଇ ପ୍ରଧାନମନ୍ତ୍ରୀ ଉଭୟ ଦେଶ ଏବଂ ଯୁବବର୍ଗଙ୍କ ପାଇଁ ଏହି ସମୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଯୋଗଦାନକାରୀ କାରଣ ଗୁଡ଼ିକର ସମନ୍ୱୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ କାରଣ ଦେଶ ଖୁବ୍ କମ୍ ସମୟ ମଧ୍ୟରେ ଦଶମ ସ୍ଥାନରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଉପରେ ବିଶ୍ୱର ବିଶ୍ୱାସ ଦୃଢ଼ ହେଉଛି ଏବଂ ଦେଶରେ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜିନିବେଶ ହେବାରେ ଲାଗିଛି । ରପ୍ତାନି, ଉତ୍ପାଦନ ଓ ସେବା କ୍ଷେତ୍ର ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ମାତ୍ର ୫ ବର୍ଷରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳି ଭାରତର ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି । “ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ଅଗ୍ରଗତି ବିକାଶର ନୂତନ ଗତିକୁ ସୁନିଶ୍ଚିତ କରୁଛି । ଭୌତିକ ଭିତ୍ତିଭୂମିରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଛି । ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଇପିଏଫଓ ପେରୋଲରେ ପାଖାପାଖି ୫ କୋଟି ପଞ୍ଜୀକରଣ ହୋଇଛି । ସେଥି ମଧ୍ୟରୁ ପ୍ରଥମ ଥର ପାଇଁ ୩.୫ କୋଟି ଇପିଏଫଓ ପରିସରକୁ ଆସିଛି ଅର୍ଥାତ୍ ଏହା ସେମାନଙ୍କର ପ୍ରଥମ ଆନୁଷ୍ଠାନିକ ବ୍ଲକ । ୨୦୧୪ ପରେ ଦେଶରେ ଷ୍ଟାର୍ଟଅପ୍‌ର ଅଭୂତପୂର୍ବ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ , ସେତେବେଳେ ତାହାର ସଂଖ୍ୟା ୧୦୦ ଥିବା ବେଳ ଆଜି ୧ ଲକ୍ଷରୁ ଅଧିକ ହେବ । ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ୍ ହ୍ୟାଣ୍ଡସେଟ୍ ନିର୍ମାତା । ୨୦୧୪ ତୁଳନାରେ ପ୍ରତିରକ୍ଷା କ୍ଷେତ୍ରର ରପ୍ତାନି ପରିମାଣ ୨୩ ଗୁଣ ବୃଦ୍ଧି ପାଇଛି । ମୁଦ୍ରା ଯୋଜନା ଯୁବପିଢ଼ିଙ୍କୁ ରୋଜଗାର ସୃଷ୍ଟିକାରୀ କରୁଛି ବୋଲି ସେ କହିଥିଲେ । ଏହି ଯୋଜନାରେ ୮ କୋଟି ପ୍ରଥମ ଥର ଉଦ୍ୟୋଗୀ ସୃଷ୍ଟି ହୋଇଥିବା ବେଳେ ଗତ ୯ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷ ସାଧାରଣ ସେବା କେନ୍ଦ୍ର ଖୋଲାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଘଟୁଥିବା ସକାରାତ୍ମକ ବିକାଶ ପାଇଁ ରାଜନୈତିକ ସ୍ଥିରତା, ନୀତି ସ୍ପଷ୍ଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଶ୍ରେୟ ଦେଇଛନ୍ତି । ବିଗତ ୯ ବର୍ଷ ମଧ୍ୟରେ ଦୁର୍ନୀତି ରୋକିବା ପାଇଁ ସରକାର ସଚ୍ଚୋଟ ପ୍ରୟାସ କରିଛନ୍ତି ଏବଂ ଦଲାଲଙ୍କୁ ନିୟନ୍ତ୍ରଣ କରିବା ଏବଂ ବ୍ୟବସ୍ଥାରେ ଥିବା ଫାଙ୍କକୁ ବନ୍ଦ କରିବା ପାଇଁ ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସଚ୍ଚୋଟ ମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ଅସାଧୁ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଦେଶର ବିକାଶ ଯାତ୍ରା ଜାରି ରଖିବା ପାଇଁ ସ୍ୱଚ୍ଛ, ସ୍ପଷ୍ଟ ଏବଂ ସ୍ଥିର ଶାସନ ବାଧ୍ୟତାମୂଳକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯଦି ଭାରତର ଯୁବପିଢ଼ି ସଂକଳ୍ପବଦ୍ଧ ହୁଅନ୍ତି, ତେବେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହେବାରୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ । ସମଗ୍ର ବିଶ୍ୱ ଏବେ ଭାରତ ଏବଂ ଏହାର ଯୁବବର୍ଗଙ୍କ ସାମର୍ଥ୍ୟକୁ ଚିହ୍ନି ପାରୁଥିବାରୁ ଆଶାର ସହ ଭାରତ ଆଡକୁ ଚାହିଁରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ବିଶ୍ୱର ପ୍ରଗତି ପାଇଁ ଭାରତ ଏବଂ ଏହାର ଯୁବବର୍ଗଙ୍କ ପ୍ରଗତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁବଗୋଷ୍ଠୀଙ୍କ ଭାବନା ହିଁ ପ୍ରଧାନମନ୍ତ୍ରୀଙ୍କୁ ଦେଶ ତରଫରୁ ପ୍ରତିଶ୍ରୁତି ଦେବା ପାଇଁ ସକ୍ଷମ କରିଥାଏ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଯେତେବେଳେ ସେ ବିଶ୍ୱ ମଞ୍ଚରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରନ୍ତି ସେତେବେଳେ ଭାରତର ଯୁବପିଢ଼ି ହିଁ ତାଙ୍କ ପଛରେ ପ୍ରେରଣା ଭାବେ ରହିଥାନ୍ତି ।  “ମୋର ଶକ୍ତି ଭାରତର ଯୁବବର୍ଗଙ୍କ ମଧ୍ୟରେ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭାରତର ଯୁବବର୍ଗଙ୍କ ଉନ୍ନତ ଭବିଷ୍ୟତ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ ବୋଲି ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ।

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଯୁବବର୍ଗଙ୍କ ଅବଦାନରେ ପ୍ରଭାବିତ ହୋଇ ପ୍ରଧାନମନ୍ତ୍ରୀ ଗାନ୍ଧୀ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୧, ୨୦୨୩ରେ ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ତାଙ୍କର ଦ୍ୱିତୀୟ ଅନୁରୋଧ ଥିଲା । ସପ୍ତାହକ ମଧ୍ୟରେ ଅତି କମରେ ୭ ଜଣଙ୍କୁ ୟୁପିଆଇ ପରିଚାଳନା କିପରି କରାଯିବ ସେ ସମ୍ପର୍କରେ ଶିଖାଇବାକୁ ସେ କହିଛନ୍ତି । ତାଙ୍କର ତୃତୀୟ ଅନୁରୋଧ ଥିଲା ଭୋକାଲ୍ ଫର୍ ଲୋକାଲ ବିଷୟରେ । ପର୍ବପର୍ବାଣୀ ସମୟରେ ‘ମେଡ୍ ଇନ୍ ଇଣ୍ଡିଆ’ ଭାରତରେ ତିଆରି ଉପହାର କିଣିବା ପାଇଁ ସେ କହିଥିଲେ ଏବଂ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ନିବେଦନ କରିଥିଲେ । ଦୈନନ୍ଦିନ ବ୍ୟବହୃତ ଜିନିଷର ତାଲିକା ପ୍ରସ୍ତୁତ କରିବା ସହ ସେଥି ମଧ୍ୟରୁ କେତେ ବିଦେଶୀ ନିର୍ମିତ ତାହା ଯାଞ୍ଚ କରିବାକୁ ସେ କହିଥିଲେ । ସେ କହିଛନ୍ତି ଯେ ଆମ ପାଇଁ ଅଜଣା ଅନେକ ବିଦେଶୀ ନିର୍ମିତ ଜିନିଷ ଆମ ଜୀବନକୁ ଜବରଦଖଲ କରିଛି ଏବଂ ଦେଶକୁ ବଞ୍ଚାଇବା ପାଇଁ ସେଥିରୁ ମୁକ୍ତି ପାଇବା ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ ।

ଭାରତର କଲେଜ ଏବଂ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ‘ଭୋକାଲ୍ ଫର୍ ଲୋକାଲ୍‌’ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ପାରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଖଦିକୁ କ୍ୟାମ୍ପସର ଏକ ଫ୍ୟାଶନ ସାମଗ୍ରୀ କରିବାକୁ ଅନୁରୋଧ କରିଥିଲେ । ଖଦି ଫ୍ୟାସନ ସୋ ଆୟୋଜନ କରିବା  ଏବଂ କଲେଜ ସାଂସ୍କୃତିକ ଉତ୍ସବରେ ବିଶ୍ୱକର୍ମା ମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଜିର ଯୁବପିଢ଼ି ଓ ଭବିଷ୍ୟତ ପିଢ଼ିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ତିନୋଟି ନିବେଦନ କରିଛନ୍ତି ତାହା ଉଲ୍ଲେଖ କରି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ସଂକଳ୍ପ ନେଇ ଯୁବପିଢ଼ି ଆଜି ଭାରତ ମଣ୍ଡପମ୍ ଛାଡ଼ିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମର ମହାପୁରୁଷ ମାନଙ୍କ ପରି ଆମକୁ ଦେଶ ପାଇଁ ମୃତ୍ୟୁବରଣ କରିବା ପାଇଁ ସୁଯୋଗ ମିଳିନାହିଁ,  କିନ୍ତୁ ଦେଶ ପାଇଁ ବଞ୍ଚିବାର ସମସ୍ତ ସୁଯୋଗ ଆମ ପାଖରେ ରହିଛି । ସେ କହିଥିଲେ ଯେ ଏକ ଶତାବ୍ଦୀ ପୂର୍ବେ ଯୁବପିଢ଼ି ସ୍ୱାଧୀନତାର ମହାନ ଲକ୍ଷ୍ୟ ଉପରେ ନିଷ୍ପତ୍ତି ନେଇଥିଲେ ଏବଂ ଦେଶବ୍ୟାପୀ ଶକ୍ତି ଦେଶକୁ ଉପନିବେଶବାଦୀ ଶକ୍ତିରୁ ମୁକ୍ତ କରିଥିଲା । “ବନ୍ଧୁଗଣ, ମୋ ସହିତ ଚାଲ, ମୁଁ ଆପଣ ମାନଙ୍କୁ ନିମନ୍ତ୍ରଣ କରୁଛି । ୨୫ ବର୍ଷ ଆମ ସାମ୍ନାରେ ଅଛି, ୧୦୦ ବର୍ଷ ପୂର୍ବେ ଯାହା ଘଟିଥିଲା, ସେମାନେ ସ୍ୱରାଜ ପାଇଁ ପଦକ୍ଷେପ ନେଇଥିଲେ, ଆମେ ସମୃିଦ୍ଧି (ସମୃଦ୍ଧି) ପାଇଁ ଆଗକୁ ଯିବା ବୋଲି ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆତ୍ମନିର୍ଭର ଭାରତ ସମୃଦ୍ଧିର ନୂତନ ଦ୍ୱାର ଉନ୍ମୁକ୍ତ କରିଛି ଏବଂ ଆତ୍ମବିଶ୍ୱାସକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ସେ କହିଛନ୍ତି । ସେ ଭାରତକୁ ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ପରିଣତ କରିବାର ପ୍ରତିଶ୍ରୁତିକୁ ଦୋହରାଇ ଥିଲେ, ସେଥିପାଇଁ ମୋତେ ମା’ ଭାରତୀ ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଆପଣଙ୍କ ସମର୍ଥନ ଏବଂ ସହଯୋଗ ଦରକାର ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଜି-୨୦ ଜନ ଭାଗିଦାରୀ ଆନ୍ଦୋଳନରେ ଦେଶର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଦକ୍ଷତା ବିକାଶ ଅନୁଷ୍ଠାନର ରେକର୍ଡ ପରିମାଣର ୫ କୋଟିରୁ ଅଧିକ ଯୁବକ ଯୁବତୀ  ଅଂଶଗ୍ରହଣ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି – ୨୦ ଅଧ୍ୟକ୍ଷତାକୁ ନେଇ ସଚେତନତା  ସୃଷ୍ଟି କରିବା ଏବଂ ବିଭିନ୍ନ ଜି – ୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି – ୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତର ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରଥମେ ୭୫ଟି ବିଶ୍ୱ ବିଦ୍ୟାଳୟ ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଶେଷରେ ଏହି ପଦକ୍ଷେପ ଭାରତର ୧୦୧ଟି ବିଶ୍ୱବିଦ୍ୟାଳୟରେ ଏହାର ପହଂଚକୁ ବିସ୍ତାର କରିଥିଲା ।

ଜି-୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ, ପ୍ରଥମେ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ପାଇଁ ଏକ କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ  ଶୀଘ୍ର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାରେ ଲାଗିଲା ଏବଂ ଏହା ଆହୁରି ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚିଲା ।

ଜି -୨୦ ବିଶ୍ୱ ବିଦ୍ୟାଳୟ କନେକ୍ଟ ଫିନାଲେରେ ଅଂଶଗ୍ରହଣକାରୀ ବିଶ୍ୱ ବିଦ୍ୟାଳୟର ପ୍ରାୟ ୩,୦୦୦  ଛାତ୍ରଛାତ୍ରୀ, ଅଧ୍ୟାପକ ଓ କୁଳପତି ଯୋଗ ଦେଇଥିବା ବେଳେ ସାରା ଦେଶରୁ ଛାତ୍ରଛାତ୍ରୀ ମାନେ ଏହି ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ। ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେ ରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ।

Categories
ବିଶେଷ ଖବର

“ଯେତେବେଳେ ତ୍ରିରଙ୍ଗାକୁ ଛାତ ଉପରେ ଉଡାଯାଏ, ଏହା ଆମ ହୃଦୟରେ ମଧ୍ୟ ଉଡିଥାଏ”: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ’ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଭାରତ ମଣ୍ଡପମର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଗତି ମଇଦାନରେ ଆୟୋଜିତ ଏକ ପ୍ରଦର୍ଶନୀରେ ପ୍ରଦର୍ଶକମାନେ କିପରି ସେମାନଙ୍କ ଉତ୍ପାଦର ପ୍ରଦର୍ଶନ କରିଥିଲେ । ଭାରତ ମଣ୍ଡପମର ମହିମା ମଧ୍ୟରେ ପ୍ରଧାନମନ୍ତ୍ରୀ ଭାରତର ହସ୍ତତନ୍ତ ଶିଳ୍ପର ଅବଦାନ ଉପରେ ଆଲୋକପାତ କରି କହିଛନ୍ତି ଯେ ପୁରାତନ ଏବଂ ନୂତନତ୍ୱର ମିଳନ ଆଜିର ନୂତନ ଭାରତକୁ ପରିଭାଷିତ କରୁଛି । ସେ କହିଛନ୍ତି, ଆଜିର ଭାରତ କେବଳ “ଭୋକାଲ୍ ଫର ଲୋକାଲ୍ “ ନୁହେଁ ବରଂ ଏହାକୁ ବିଶ୍ୱ ସ୍ତରକୁ ନେବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ମଧ୍ୟ ଯୋଗାଉଛି । ଆଜିର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବୁଣାକାରଙ୍କ ସହ ହୋଇଥିବା ବାର୍ତ୍ତାଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜିର ମହାନ ଉତ୍ସବରେ ଦେଶର ବିଭିନ୍ନ ହସ୍ତତନ୍ତ କ୍ଲଷ୍ଟରର ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ହେଉଛି କ୍ରାନ୍ତିର ମାସ । ସେ କହିଛନ୍ତି ଯେ ଭାରତର ସ୍ୱାଧୀନତା ପାଇଁ ଦିଆଯାଇଥିବା ପ୍ରତ୍ୟେକ ବଳିଦାନକୁ ମନେ ରଖିବାର ଏହା ହେଉଛି ସମୟ । ସ୍ୱଦେଶୀ ଆନ୍ଦୋଳନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ବିଦେଶୀ ର୍ନିମିତ ବସ୍ତ୍ରକୁ ବର୍ଜନ କରିବା ନୁହେଁ ବରଂ ଭାରତର ସ୍ୱାଧୀନ ଅର୍ଥନୀତି ପାଇଁ ପ୍ରେରଣାର ଉତ୍ସ ଅଟେ । ସେ କହିଛନ୍ତି ଯେ ଭାରତର ବୁଣାକାରଙ୍କୁ ଲୋକଙ୍କ ସହ ଯୋଡିବା ଏକ ଆନ୍ଦୋଳନ ଏବଂ ଏହି ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ବାଛିବା ସରକାରଙ୍କ ପ୍ରେରଣା ଅଟେ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କ ବିସ୍ତାର ପାଇଁ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱଦେଶୀ ବିଷୟରେ ଦେଶରେ ଏକ ନୂତନ ବିପ୍ଳବ ଆରମ୍ଭ ହୋଇଛି ।  ବୁଣାକାରଙ୍କ ସଫଳତା ମାଧ୍ୟମରେ ସେ ଭାରତର ସଫଳତା ପାଇଁ ଗର୍ବିତ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଜଣକର ପରିଚୟ ସେ ପିନ୍ଧୁଥିବା ପୋଷାକ ସହିତ ଜଡିତ ଏବଂ ଏହି ଉତ୍ସବରେ ଦେଖାଯାଉଥିବା ବିଭିନ୍ନ ପୋଷାକ ଉପରେ ସେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ବିଭିନ୍ନ ଅଞ୍ଚଳର ପୋଷାକ ମାଧ୍ୟମରେ ଭାରତର ବିବିଧତାକୁ ପାଳନ କରିବା ମଧ୍ୟ ଏକ ଉତ୍ସବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିକଟରେ କପଡାର ଏକ ସୁନ୍ଦର ଇନ୍ଦ୍ରଧନୁଷ ରହିଛି, ସିଏ ଦୂର ଦୂରାନ୍ତ ଅଞ୍ଚଳର ଆଦିବାସୀ ସମୁଦାୟଙ୍କ ଠାରୁ ଆରମ୍ଭ କରି ବରଫାବୃତ ପାହାଡରେ ରହୁଥିବା ଲୋକ ଏବଂ ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସହିତ ମରୂଭୂମିରେ ବାସ କରୁଥିବା ଲୋକ, ଭାରତର ବଜାରରେ ଉପଲବ୍ଧ ପୋଷାକ ଠାରେ ବିବିଧତା ଦେଖିଛନ୍ତି । ଭାରତର ବିଭିନ୍ନ ପୋଷାକକୁ ତାଲିକାଭୁକ୍ତ କରିବା ଏବଂ ସଂକଳନ କରିବା ଆବଶ୍ୟକତାକୁ ସେ ସ୍ମରଣ କରି କହିଥିଲେ ଯେ ଆଜି “ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ” ପୋର୍ଟାଲ ଉନ୍ମୋଚନ ସହିତ ଏହା ସଫଳ ହୋଇଛି ।

ବିଗତ ଶତାବ୍ଦୀରେ ଭାରତର ବୟନ ଶିଳ୍ପ ଭଲ ଭାବରେ ପ୍ରତିଷ୍ଠିତ ହୋଇଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ସ୍ୱାଧୀନତା ପରେ ଏହାକୁ ମଜବୁତ କରିବା ପାଇଁ କୌଣସି ଠୋସ୍ ଉଦ୍ୟମ କରାଯାଇ ନାହିଁ । ସେ କହିଛନ୍ତି ଯେ, ଖଦିକୁ ମଧ୍ୟ ଅବହେଳିତ ଅବସ୍ଥାରେ ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରେ ସରକାର ଏହି ପରିସ୍ଥିତି ଏବଂ ଏହା ପଛରେ ଥିବା ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ମନ କି ବାତ୍‍ କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ନାଗରିକମାନଙ୍କୁ ଖଦି ଉତ୍ପାଦ କିଣିବାକୁ ଅନୁରୋଧ କରିଥିଲେ ଯାହା ଦ୍ୱାରା ଗତ ୯ ବର୍ଷ ମଧ୍ୟରେ ଖଦି ଉତ୍ପାଦନରେ ୩ ଗୁଣରୁ ଅଧିକ ବୃଦ୍ଧି ଘଟିଥିଲା । ଏଥିସହ ସେ କହିଛନ୍ତି ଯେ ଖଦି ପୋଷାକ ବିକ୍ରି ୫ ଗୁଣ ବୃଦ୍ଧି ପାଇଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ବଢୁଛି । ଶ୍ରୀ ମୋଦୀ ପ୍ୟାରିସ ଗସ୍ତ ସମୟରେ ଏକ ବିରାଟ ଫ୍ୟାଶନ ବ୍ରାଣ୍ଡର ସିଇଓଙ୍କୁ ଭେଟିବା କଥା ମଧ୍ୟ ମନେ ପକାଇଥିଲେ ଯିଏ କି ତାଙ୍କୁ ଖଦି ଏବଂ ଭାରତୀୟ ହସ୍ତତନ୍ତ ପ୍ରତି ବଢୁଥିବା ଆକର୍ଷଣ ବିଷୟରେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନଅ ବର୍ଷ ପୂର୍ବେ ଖଦି ଏବଂ ଗ୍ରାମ ଶିଳ୍ପଗୁଡିକର କାରବାର ମାତ୍ର ୨୫-୩୦ ହଜାର କୋଟି ଟଙ୍କା ଥିଲା । କିନ୍ତୁ ଆଜି ଏହା ଏକ ଲକ୍ଷ ତିରିଶ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି ଯେ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଗ୍ରାମ ତଥା ଆଦିବାସୀମାନଙ୍କ ହସ୍ତତନ୍ତ କ୍ଷେତ୍ର ସହ ଜଡିତ ଲୋକଙ୍କ ନିକଟରେ ପହଞ୍ଚଛି । ପ୍ରଧାନମନ୍ତ୍ରୀ ନୀତି ଆୟୋଗ ରିପୋର୍ଟକୁ ଦର୍ଶାଇଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୫ ବର୍ଷ ମଧ୍ୟରେ ୧୩.୫ କୋଟି ଲୋକ ଦାରିଦ୍ର‌ରୁ ବାହାରିଛନ୍ତି ଏବଂ ଏଥିପାଇଁ ବୃଦ୍ଧି ପାଉଥିବା କାରବାରର ଅବଦାନକୁ ସ୍ୱୀକାର କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି, ସ୍ଥାନୀୟ ପାଇଁ ଭୋକାଲ ଫର ଲୋକାଲର ଉତ୍ସାହ ସହିତ ନାଗରିକମାନେ ସ୍ୱଦେଶୀ ଉତ୍ପାଦ କିଣୁଛନ୍ତି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ରକ୍ଷା ବନ୍ଧନ, ଗଣେଶ ଉତ୍ସବ, ଦଶହରା ଏବଂ ଦୀପାବଳୀର ଆଗାମୀ ଉତ୍ସବରେ ବୁଣାକାର ଏବଂ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବା ପାଇଁ ସେ ସ୍ୱଦେଶୀ ସଂକଳ୍ପକୁ ପୁନରାବୃତ୍ତି କରିବାର ଆବଶ୍ୟକତାକୁ ଦୋହରାଇଛନ୍ତି।

ବୟନ କ୍ଷେତ୍ର ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡିକ ସାମାଜିକ ନ୍ୟାୟର ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଦେଶର ଗ୍ରାମ ଏବଂ ସହରାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ହସ୍ତତନ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ, ପଛୁଆ ଏବଂ ଆଦିବାସୀ ସମାଜରୁ ଆସିଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଉଦ୍ୟମ ଦ୍ୱାରା ଆୟ ବୃଦ୍ଧି ସହ ବହୁ ସଂଖ୍ୟାରେ ନିଯୁକ୍ତି ବୃଦ୍ଧି ପାଇଛି । ବିଦ୍ୟୁତ, ଜଳ, ଗ୍ୟାସ୍ ସଂଯୋଗ, ସ୍ୱଚ୍ଛ ଭାରତ ଭଳି ଯୋଜନାଗୁଡିକର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ଅଭିଯାନରୁ ସେମାନେ ସର୍ବାଧିକ ଲାଭ ପାଇଛନ୍ତି । ମାଗଣା ରାସନ, ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୌଳିକ ସୁବିଧା ପାଇଁ ବୁଣାକାର ସମ୍ପ୍ରଦାୟ ଦଶନ୍ଧି ଧରି ଅପେକ୍ଷା କରିବାକୁ ବର୍ତ୍ତମାନର ସରକାର ଶେଷ କରିଛନ୍ତି ।

ପ୍ରଧାନମନ୍ତ୍ରୀ କେବଳ ବସ୍ତ୍ର କ୍ଷେତ୍ର ସହିତ ଜଡିତ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଚେଷ୍ଟା କରୁନାହାଁନ୍ତି ବରଂ ଏକ ନୂତନ ଅବତାରରେ ବିଶ୍ୱକୁ ଆକର୍ଷିତ କରିବାକୁ ମଧ୍ୟ କହିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଏହି କାର୍ଯ୍ୟ ସହିତ ଜଡ଼ିତ ଥିବା ଲୋକଙ୍କ ଶିକ୍ଷା, ତାଲିମ ଏବଂ ଆୟ ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ବୁଣାକାର ଏବଂ ହସ୍ତଶିଳ୍ପୀମାନଙ୍କ ପିଲାମାନଙ୍କର ଆକାଂକ୍ଷାକୁ ଆଗକୁ ନେଉଛନ୍ତି । ବୁଣାକାର ପିଲାମାନଙ୍କର ଦକ୍ଷତା ତାଲିମ ପାଇଁ ସେ ବୟନଶିଳ୍ପ ପ୍ରତିଷ୍ଠାନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୬୦୦ ରୁ ଅଧିକ ହସ୍ତତନ୍ତ କ୍ଲଷ୍ଟର ବିକଶିତ ହୋଇଛି ଏବଂ ହଜାର ହଜାର ବୁଣାକାରଙ୍କୁ ତାଲିମ ଦିଆଯାଇଛି । ବୁଣାକାରଙ୍କ କାର୍ଯ୍ୟକୁ ସହଜ କରିବା, ସେମାନଙ୍କର ଉତ୍ପାଦନ ବୃଦ୍ଧି ଏବଂ ଗୁଣବତ୍ତା ଏବଂ ଡିଜାଇନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ କମ୍ପ୍ୟୁଟର ଦ୍ୱାରା ପରିଚାଳିତ ପଞ୍ଚିଂ ମେସିନ୍ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଉଛି ଯାହା ଦ୍ରୁତ ଗତିରେ ନୂତନ ଡିଜାଇନ୍ ସୃଷ୍ଟି କରିବାରେ ସକ୍ଷମ ହେବ । ମୋଟରାଇଜଡ୍ ମେସିନ୍ ସହିତ ୱାର୍ପ ତିଆରି ମଧ୍ୟ ସହଜ ହେବାରେ ଲାଗିଛି । ଏହିପରି ଅନେକ ଯନ୍ତ୍ରପାତି ବୁଣାକାରଙ୍କ ପାଇଁ ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସରକାର ସୁଲଭ ମୂଲ୍ୟରେ ବୁଣାକାରମାନଙ୍କୁ ସୂତା ଭଳି କଞ୍ଚାମାଲ ଯୋଗାଉଛନ୍ତି ଏବଂ କଞ୍ଚାମାଲ ପରିବହନ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମୁଦ୍ରା ଯୋଜନା ଉପରେ ଆଲୋକପାତ କରି କହିଛନ୍ତି ଯେ ବୁଣାକାରମାନେ ବିନା ଗ୍ୟାରେଣ୍ଟିରେ ଋଣ ପାଇବା ବର୍ତ୍ତମାନ ସମ୍ଭବ ହୋଇଛି ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ବୁଣାକାରମାନଙ୍କ ସହ ତାଙ୍କର ସମ୍ପର୍କକୁ ମନେ ପକାଇଲେ ଏବଂ ତାଙ୍କ ର୍ନିବାଚନମଣ୍ଡଳୀ ଥିବା ସମଗ୍ର କାଶୀ ଅଞ୍ଚଳର ହସ୍ତତନ୍ତ ଶିଳ୍ପର ଅବଦାନ ଉପରେ ଆଲୋକପାତ କରିଥିଲେ । ବୁଣାକାରମାନେ ସେମାନଙ୍କ ଉତ୍ପାଦ ବିକ୍ରୟ କରିବାରେ ସମ୍ମୁଖୀନ ହେଉଥିବା ଯୋଗାଣ ଶୃଙ୍ଖଳା ଏବଂ ବଜାର ବ୍ୟବସ୍ଥାର ଆହ୍ୱାନକୁ ଦର୍ଶାଇ ସେ କହିଛନ୍ତି ଯେ ଭାରତ ମଣ୍ଡପମ ପରି ଦେଶରେ ପ୍ରଦର୍ଶନୀ ଆୟୋଜନ କରି ହସ୍ତତନ୍ତ ଉତ୍ପାଦର ମାର୍କେଟିଂ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏକ ମାଗଣା ଷ୍ଟଲ ସହିତ ଦୈନିକ ଭତ୍ତା ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଏବଂ ଭାରତର ଯୁବକମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି, ଯେଉଁମାନେ କୌଶଳ ଏବଂ ଢାଞ୍ଚାରେ ନୂତନତା ଆଣିଛନ୍ତି ଏବଂ କୁଟୀର ଶିଳ୍ପ ଏବଂ ହସ୍ତତନ୍ତ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡିକ ପାଇଁ ମାର୍କେଟିଂ ଅଭ୍ୟାସ ମଧ୍ୟ କରିଛନ୍ତି ଏବଂ ଏହାର ଉଜ୍ଜ୍ୱଳ ଭବିଷ୍ୟତର ସାକ୍ଷୀ ରହିପାରିବେ ବୋଲି କହିଛନ୍ତି । “ଏକ ଜିଲ୍ଲା ଏକ ଉତ୍ପାଦ”  ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଜିଲ୍ଲାରୁ ସ୍ୱତନ୍ତ୍ର ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି । ସେ କହିଛନ୍ତି, ଏଭଳି ଉତ୍ପାଦର ବିକ୍ରୟ ପାଇଁ ଦେଶର ରେଳ ଷ୍ଟେସନରେ ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ସ୍ଥାପନ କରାଯାଉଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆଗାମୀ ଏକତା ମଲ୍ ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ସରକାରଙ୍କ ଦ୍ୱାରା ହସ୍ତତନ୍ତରୁ ପ୍ରସ୍ତୁତ ହସ୍ତତନ୍ତ ଏବଂ ଉତ୍ପାଦକୁ ଗୋଟିଏ ଛାତ ତଳେ ପ୍ରୋତ୍ସାହନ ଦିଆଯାଉଛି ଯାହା ହସ୍ତତନ୍ତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ଉପକୃତ କରିବ । ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରୀ ମୋଦୀ ଏକତା ମଲ୍ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ଯାହା ପର୍ଯ୍ୟଟକମାନଙ୍କୁ ଭାରତର ଏକତା ଅନୁଭବ କରିବାର ତଥା ଗୋଟିଏ ଛାତ ତଳେ ଯେକୌଣସି ରାଜ୍ୟର ଉତ୍ପାଦ କିଣିବାର ସୁଯୋଗ ଦେଇଥାଏ ।

ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସମୟରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରୁଥିବା ବିଭିନ୍ନ ଉପହାର ବିଷୟରେ କହିଛନ୍ତି ଯେ ଏହା କେବଳ ସେମାନଙ୍କ ଦ୍ୱାରା ପ୍ରଶଂସିତ ନୁହେଁ ବରଂ ଏହା ଉତ୍ପାଦନ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବା ପରେ ସେମାନଙ୍କ ଉପରେ ଏକ ଗଭୀର ପ୍ରଭାବ ମଧ୍ୟ ସୃଷ୍ଟି କରିଥାଏ ।

ଜିଇଏମ ପୋର୍ଟାଲ କିମ୍ବା ସରକାରୀ ଇ-ମାର୍କେଟପ୍ଲେସ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ଷୁଦ୍ର କାରିଗର, ଶିଳ୍ପୀ କିମ୍ବା ବୁଣାକାର ମଧ୍ୟ ସେମାନଙ୍କ ସାମଗ୍ରୀକୁ ସିଧାସଳଖ ସରକାରଙ୍କୁ ବିକ୍ରି କରିପାରିବେ ଏବଂ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସହ ଜଡିତ ପ୍ରାୟ ୧.୭୫ ଲକ୍ଷ ସଂଗଠନ ଆଜି ଜିଇଏମ ପୋର୍ଟାଲ ସହିତ ଜଡିତ ବୋଲି ସୂଚନା ଦେଇଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ହସ୍ତତନ୍ତ କ୍ଷେତ୍ରରେ ଆମର ଭାଇ ଓ ଭଉଣୀମାନେ ଡିଜିଟାଲ୍ ଇଣ୍ଡିଆର ସୁବିଧା ପାଇବାକୁ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା ଚାଲିଛି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ସରକାର ଏହାର ବୁଣାକାରମାନଙ୍କୁ ବିଶ୍ୱର ସର୍ବବୃହତ ବଜାର ଯୋଗାଇବା ପାଇଁ ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ବିଶ୍ୱର ବୃହତ କମ୍ପାନୀଗୁଡିକ ଭାରତର ଏମଏସଏମଇ, ବୁଣାକାର, କାରିଗର ଏବଂ କୃଷକଙ୍କ ଉତ୍ପାଦକୁ ବିଶ୍ୱର ବଜାରକୁ ନେବାକୁ ଆଗେଇ ଆସୁଛନ୍ତି । ସେ ଏପରି ଅନେକ କମ୍ପାନୀର ମୁଖ୍ୟଙ୍କ ସହିତ ସିଧାସଳଖ ଆଲୋଚନା ଉପରେ ଆଲୋକପାତ କରିଥିଲେ ଯେଉଁମାନଙ୍କର ବଡ ବଡ଼ ଷ୍ଟୋର, ଖୁଚୁରା ଯୋଗାଣ ଶୃଙ୍ଖଳା, ଅନଲାଇନ୍ ଉପସ୍ଥିତି ଏବଂ ସାରା ବିଶ୍ୱରେ ଦୋକାନ ଅଛି । ସେ କହିଛନ୍ତି ଯେ ଏହିପରି କମ୍ପାନୀଗୁଡିକ ବର୍ତ୍ତମାନ ଭାରତର ସ୍ଥାନୀୟ ଉତ୍ପାଦକୁ ପୃଥିବୀର ପ୍ରତ୍ୟେକ କୋଣକୁ ନେବାକୁ ସ୍ଥିର କରିଛନ୍ତି । ସେ କହିଛନ୍ତି, ମିଲେଟ୍ ହେଉ କିମ୍ବା ହସ୍ତତନ୍ତ ଉତ୍ପାଦ ହେଉ, ଏହି ବଡ ଆନ୍ତର୍ଜାତୀୟ କମ୍ପାନୀଗୁଡିକ ସେଗୁଡିକୁ ବିଶ୍ୱର ବଜାରକୁ ନେଇଯିବେ । ସେ କହିଛନ୍ତି ଯେ ଉତ୍ପାଦଗୁଡ଼ିକ ଭାରତରେ ତିଆରି ହେବ ଏବଂ ଯୋଗାଣ ଶୃଙ୍ଖଳା ଏହି ବହୁରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା ବ୍ୟବହୃତ ହେବ ।

ବୟନ ଶିଳ୍ପ ଏବଂ ଫ୍ୟାଶନ୍ ଦୁନିଆ ସହିତ ଜଡିତ ଥିବା ଲୋକଙ୍କୁ ନିର୍ଦ୍ଦେଶ ଦେଇ ପ୍ରଧାନମନ୍ତ୍ରୀ ଆମର ଚିନ୍ତାଧାରାର ପରିସର ବୃଦ୍ଧି କରିବା ଏବଂ ବିଶ୍ୱର ଶୀର୍ଷ -୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବା ପାଇଁ ନିଆଯାଇଥିବା ପଦକ୍ଷେପ ବ୍ୟତୀତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଭାରତର ହସ୍ତତନ୍ତ, ଖଦି ଏବଂ ବୟନ କ୍ଷେତ୍ରକୁ ବିଶ୍ୱ ଚାମ୍ପିଅନ୍ କରିବା ପାଇଁ “ସବକା ପ୍ରୟାସ” (ସମସ୍ତଙ୍କ ଉଦ୍ୟମ) ଆବଶ୍ୟକ ହେବ । ସେ କହିଛନ୍ତି, ସେ ଜଣେ ଶ୍ରମିକ, ବୁଣାକାର, ଡିଜାଇନର୍ କିମ୍ବା ଶିଳ୍ପପତି ହୁଅନ୍ତୁ, ସମସ୍ତଙ୍କୁ ଉତ୍ସର୍ଗୀକୃତ ଉଦ୍ୟମ କରିବାକୁ ପଡ଼ିବ । ସ୍କେଲ ଏବଂ ଟେକ୍ନୋଲୋଜି ସହିତ ବୁଣାକାରଙ୍କ ଦକ୍ଷତାକୁ ସଂଯୋଗ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଭାରତରେ ଏକ ନୂତନ-ମଧ୍ୟବିତ୍ତତ୍ତ ଶ୍ରେଣୀର ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଖିଲେ ଯେ ପ୍ରତ୍ୟେକ ଉତ୍ପାଦ ପାଇଁ ଏକ ବୃହତ ଯୁବ ଉପଭୋକ୍ତା ଶ୍ରେଣୀ ଗଠନ କରାଯାଉଛି ଏବଂ ଏହା ବୟନ କମ୍ପାନୀଗୁଡିକ ପାଇଁ ଏକ ବଡ଼ ସୁଯୋଗ ଅଟେ । ତେଣୁ ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ଏବଂ ଏଥିରେ ବିନିଯୋଗ କରିବା ଏହି କମ୍ପାନୀଗୁଡିକର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯଦି ଭାରତ ବାହାରେ ରେଡି ମେଡ୍‍ ପ୍ରସ୍ତୁତ ପୋଷାକ ଉପଲବ୍ଧ ହୁଏ ତେବେ ସେ ବସ୍ତ୍ର ଆମଦାନୀ କରିବାର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି । ସେ ସ୍ଥାନୀୟ ଯୋଗାଣ ଶୃଙ୍ଖଳରେ ପୁଞ୍ଜି ବିନିଯୋଗ କରିବା ଏବଂ ଭବିଷ୍ୟତ ପାଇଁ ଏହାକୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି କ୍ଷୁଦ୍ର ସୂଚନା ସହିତ ଏହା କିପରି ସମ୍ଭବ ହେବ ସେ ନେଇ ବଡ ବ୍ୟବସାୟୀମାନେ ବାହାନା କରିବା ଉଚିତ ନୁହେଁ । ଯଦି ଆମେ ଭବିଷ୍ୟତରେ ଏହାର ଲାଭ ଉଠାଇବାକୁ ଚାହୁଁ, ତେବେ ଆଜି ଆମକୁ ସ୍ଥାନୀୟ ଯୋଗାଣ ଶୃଙ୍ଖଳାରେ ବିନିଯୋଗ କରିବାକୁ ପଡିବ । ଏକ ବିକଶିତ ଭାରତ ଗଠନ ଏବଂ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନକୁ ସାକାର କରିବା ପାଇଁ ଏହା ହେଉଛି ଏକ ମାର୍ଗ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱଦେଶୀ ସ୍ୱପ୍ନ କେବଳ ଏହି ପଥ ଅନୁସରଣ କରି ହାସଲ ହେବ । ପ୍ରଧାନମନ୍ତ୍ରୀ ଜୋର କରି କହିଛନ୍ତି, ଯେଉଁମାନେ ଆତ୍ମନିର୍ଭର ଭାରତର ସ୍ୱପ୍ନ ବୁଣନ୍ତି ଏବଂ “ମେକ୍ ଇନ୍ ଇଣ୍ଡିଅ।” ପାଇଁ ଶକ୍ତି ଯୋଗାନ୍ତି, ଖଦିକୁ କେବଳ ପୋଷାକ ନୁହେଁ ବରଂ ଅସ୍ତ୍ର ବୋଲି ବିବେଚନା କରନ୍ତି ।

ଅଗଷ୍ଟ ୯ ର ପ୍ରାସଙ୍ଗିକତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ତାରିଖ ଭାରତର ସବୁଠୁ ବଡ ଆନ୍ଦୋଳନର ସାକ୍ଷୀ ହୋଇଛି – ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନ ବ୍ରିଟିଶମାନଙ୍କ ନିକଟକୁ ଭାରତ ଛାଡିବାର ସନ୍ଦେଶ ପଠାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର କିଛି ସମୟ ପରେ ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ପଡିଥିଲା । ଦେଶର ଇଚ୍ଛାଶକ୍ତି ସହିତ ଆଗକୁ ବଢ଼ୁଥିବାରୁ ଆଜି ସମୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ସମାନ ମନ୍ତ୍ର ବ୍ୟବହାର କରାଯାଇପାରିବ ଯାହା ଏକଦା ବ୍ରିଟିଶମାନଙ୍କୁ ତଡିବାପାଇଁ ବ୍ୟବହାର ହୋଇଥିଲା ତଥା ଏପରି ଏକ ଉପାଦାନକୁ ବିଦା କରିବା ପାଇଁ ବ୍ୟବହୃତ ହୋଇଥିଲା ଯାହା ଦ୍ୱାରା ଏକ ‘ବିକଶିତ ଭାରତ’ ବା ବିକାଶ ଭାରତ ଗଠନରେ ବାଧା ସୃଷ୍ଟି କରିଥିଲା । ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି, ସମଗ୍ର ଭାରତ ଏକ ସ୍ୱରରେ ପ୍ରତିଧ୍ୱନିତ କରୁଛି – ଦୁର୍ନୀତି, ବଂଶବାଦ, ଆବେଦନ ନିଶ୍ଚିତ ଭାବରେ ଭାରତ ଛାଡ଼ିବାକୁ ପଡିବ । ସେ କହିଛନ୍ତି ଯେ ଭାରତରେ ଏହି ମନ୍ଦତା ଦେଶ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଦେଶ ଏହି ମନ୍ଦତାକୁ ପରାସ୍ତ କରିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ବିଜୟୀ ହେବ, ଭାରତର ଲୋକମାନେ ବିଜୟୀ ହେବେ ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ସେହି ମହିଳାମାନଙ୍କ ସହ ଆଲୋଚନା ଉପରେ ଆଲୋକପାତ କରିଥିଲେ ଯେଉଁମାନେ ବର୍ଷ ବର୍ଷ ଧରି ତ୍ରିରଙ୍ଗା ବୁଣିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ସେ ତ୍ରିରଙ୍ଗାକୁ ଉଡାଇ ପୁଣି ଥରେ “ହର ଘର ତିରଙ୍ଗା” ପାଳନ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଶେଷ କରି କହିଛନ୍ତି ଯେ, ଯେତେବେଳେ ଛାତ ଉପରେ ତ୍ରିରଙ୍ଗା ଉପରକୁ ଉଠାଯାଏ, ଏହା ମଧ୍ୟ ଆମ ଭିତରେ ଫର ଫର ହୋଇ ଉଡେ ।

ଏହି ଉତ୍ସବରେ କେନ୍ଦ୍ର ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, କେନ୍ଦ୍ର ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାରଡୋଶ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ଟାଟୁ ରାଣେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦେଶର ସମୃଦ୍ଧ କଳା ଏବଂ କାରିଗରୀ ପରମ୍ପରାକୁ ଜୀବନ୍ତ ରଖୁଥିବା କାରିଗର ଏବଂ ଶିଳ୍ପୀମାନଙ୍କୁ ପ୍ରଧାନମନ୍ତ୍ରୀ ସର୍ବଦା ଉତ୍ସାହ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବାରେ ଏକ ଦୃଢ ପ୍ରୋତ୍ସାହକ ଅଟନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ ସରକାର ୭ ଅଗଷ୍ଟ ୨୦୧୫ ରେ ପ୍ରଥମ ପାଇଁ ଏଭଳି ଉତ୍ସବ ସହିତ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହି ତାରିଖକୁ ସ୍ୱଦେଶୀ ଆନ୍ଦୋଳନର ଏକ ବିଶେଷ ରୂପେ ମନୋନୀତ ହୋଇଥିଲା ଯାହା ୭ ଅଗଷ୍ଟ ୧୯୦୫ ରେ ଆରମ୍ଭ ହୋଇଥିଲା ଏବଂ ସ୍ୱଦେଶୀ ଶିଳ୍ପ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲା ।

ଚଳିତ ବର୍ଷ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (ଏନ୍‍ଆଇଏଫ୍‍ଟି) ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ’ର ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ୩୦୦୦ ରୁ ଅଧିକ ହସ୍ତତନ୍ତ ଏବଂ ଖଦି ବୁଣାକାର, ଶିଳ୍ପୀ ଏବଂ ବୟନ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ହିତାଧିକାରୀମାନେ ଯୋଗଦେଇଛନ୍ତି । ଏହା ସମଗ୍ର ଭାରତରେ ହସ୍ତତନ୍ତ କ୍ଲଷ୍ଟର, ଏନ୍‍ଆଇଏଫ୍‍ଟି କ୍ୟାମ୍ପସ୍‌, ବୁଣାକାର ସେବା କେନ୍ଦ୍ର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜି କ୍ୟାମ୍ପସ୍‌, ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କର୍ପୋରେସନ୍‌, ହସ୍ତତନ୍ତ ରପ୍ତାନି ପ୍ରୋତ୍ସାହନ ପରିଷଦ, କେଭିଆଇସି ଅନୁଷ୍ଠାନ ଏବଂ ବିଭିନ୍ନ ରାଜ୍ୟ ହସ୍ତତନ୍ତ ବିଭାଗକୁ ଏକତ୍ର କରିବ ।

Categories
ବିଶେଷ ଖବର

ଦିଲ୍ଲୀର ଭାରତ ମଣ୍ଡପମ୍‌ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେ ମଧ୍ୟ ପିଏମ୍‌ ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି କରିଛନ୍ତି । ଦେଶର ୬୨୦୭ ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ମୋଟ୍‌ ୬୩୦କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସେ ମଧ୍ୟ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷାକୁ ପ୍ରାଥମିକତା ଦିଆଯିବା ଦ୍ୱାରା ଦେଶର ଭାଗ୍ୟ ବଦଳିପାରିବ। ‘‘ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ତାହାକୁ ହାସଲ କରିବା କ୍ଷେତ୍ରରେ ଆମ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି,’’ ପ୍ରଧାନମନ୍ତ୍ରୀ କହିଥିଲେ। ଅଖିଳ ଭାରତୀୟ ଶିକ୍ଷା ସମାଗମର ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ପାଇଁ ଆଲୋଚନା ଓ ବିଚାରବିମର୍ଶ ଜରୁରି । ଗତ ବର୍ଷ ବାରଣାସୀର ନବନିର୍ମିତ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ନୂଆ କରି ନିର୍ମାଣ କରାଯାଇଥିବା ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଆୟୋଜନ କରାଯିବା ଏକ ବିରଳ ସଂଯୋଗ । ଔପଚାରିକ ଭାବେ ଉଦଘାଟନ ହେବା ପରେ ଏହା ଭାରତ ମଣ୍ଡପମରେ ପ୍ରଥମ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀର ରୁଦ୍ରାକ୍ଷ ଠାରୁ ଆରମ୍ଭ କରି ଆଧୁନିକ ଭାରତ ମଣ୍ଡପମ ପର୍ଯ୍ୟନ୍ତ, ଅଖିଳ ଭାରତୀୟ ଶିକ୍ଷା ସମାଗମର ଯାତ୍ରାରେ ପ୍ରାଚୀନ ଓ ଆଧୁନିକତାର ମିଶ୍ରଣ ସମ୍ପର୍କରେ ଏକ ଲୁକ୍କାୟିତ ବାର୍ତ୍ତା ରହିଛି । ସେ କହିଥିଲେ ଯେ, ଗୋଟିଏ ପଟେ ଭାରତର ଶିକ୍ଷା ବ୍ୟବସ୍ଥା ଦେଶର ପ୍ରାଚୀନ ପରମ୍ପରାକୁ ସଂରକ୍ଷିତ କରୁଥିବା ବେଳେ ଅନ୍ୟପଟେ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତିରେ ଶିକ୍ଷା କ୍ଷେତ୍ର ପାଇଁ ଯୋଗଦାନ ଦେଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଆଜି ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ନୀତିକୁ ପ୍ରସ୍ତୁତ କରୁଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଶିକ୍ଷକମାନେ ଧନ୍ୟବାଦର ପାତ୍ର । ଶିକ୍ଷା ନୀତିକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କରିବା ଏବଂ ଏହାର ବ୍ୟାପକ ପ୍ରଗତି ଦିଗରେ ଯୋଗଦାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀ ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏଠାରେ ଦକ୍ଷତା, ଶିକ୍ଷା ଏବଂ ଅଭିନବ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି । ସେ ଦେଶରେ ଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷାର ପରବର୍ତ୍ତିତ ରୂପ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠି ଛୋଟ ପିଲାମାନଙ୍କର ଚପଳ ଅନୁଭବ ମାଧ୍ୟମରେ ଶିଖୁଛନ୍ତି ଏବଂ ସେ ଏହାକୁ ନେଇ ଆଶାବାଦ ମଧ୍ୟ ବ୍ୟକ୍ତ କରିଥିଲେ । ଅତିଥିମାନେ ଏହି ପ୍ରଦର୍ଶନୀକୁ ଅବଲୋକନ କରିବା ଉଚିତ୍‌ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯୁଗାନ୍ତକାରୀ ପରିବର୍ତ୍ତନରେ କିଛି ସମୟ ଲାଗିଥାଏ। ଏନଇପିର ଉଦଘାଟନ ସମୟର ବିଶାଳ କାନଭାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସବୁ ଅଂଶୀଦାରମାନଙ୍କୁ ସମର୍ପଣ ଓ ନୂଆ ଅବଧାରଣାକୁ ଆପଣାଇବା ଲାଗି ଇଚ୍ଛାକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଏନଇପିରେ ପାରମ୍ପରିକ ଜ୍ଞାନ ଓ ଭବିଷ୍ୟତର ପ୍ରଯୁକ୍ତିକୁ ସମାନ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକ ଶିକ୍ଷାରେ ନୂଆ ପାଠ୍ୟକ୍ରମ, ଆଞ୍ଚଳିକ ଭାଷାରେ ପୁସ୍ତକ, ଉଚ୍ଚ ଶିକ୍ଷା ପାଇଁ ଓ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃମ କରିବା ଲାଗି ଶିକ୍ଷା ଜଗତର ଅଂଶୀଦାରଙ୍କ କଠିନ ପରିଶ୍ରମ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏବେ ଛାତ୍ରଛାତ୍ରୀ ବୁଝିପାରିଛନ୍ତି ଯେ ୧୦+୨ ବ୍ୟବସ୍ଥା ସ୍ଥାନରେ ଏବେ ୫+୩+୩+୪ ବ୍ୟବସ୍ଥା ଲାଗୁ ହୋଇଛି । ସାରା ଦେଶରେ ଏକ ସମାନ ବ୍ୟବସ୍ଥା ଆଣି ୩ ବର୍ଷର ବୟସରୁ ଶିକ୍ଷା ଆରମ୍ଭ ହେବ । ଶ୍ରୀ ମୋଦୀ ଏହି ଅବସରରେ ସୂଚନା ଦେଇଥିଲେ ଯେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍‌ ଉପସ୍ଥାପନ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁର କରିଛି । ଏନଇପି ଅଧୀନରେ ଜାତୀୟ ପାଠ୍ୟ ଭିତ୍ତିଭୂମି ଖୁବଶୀଘ୍ର ଆଗକୁ ଆସିବ । ୩-୮ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ଏକ ସମାନ ପାଠ୍ୟକ୍ରମ ପ୍ରଚଳନ କରାଯିବ ଏବଂ ଏନସିଇଆରଟି ଏଥିପାଇଁ ନୂଆ ପାଠ୍ୟକ୍ରମର ପୁସ୍ତକ ପ୍ରସ୍ତୁତ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଉଥିବାରୁ ୨୨ଟି ବିଭିନ୍ନ ଭାଷାରେ ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୩୦ଟି ବିଭିନ୍ନ ବିଷୟରେ ନୂଆ ପୁସ୍ତକ ଆସିବାକୁ ଯାଉଛି ।

କ୍ଷମତା ପରିବର୍ତ୍ତେ ଭାଷା ଆଧାରରେ ଜଣେ ଛାତ୍ରର ପ୍ରତିଭାକୁ ଆକଳନ କରିବା ଯେକୌଣସି ଛାତ୍ର ପ୍ରତି ସବୁଠୁ ବଡ଼ ଅନ୍ୟାୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ‘‘ମାତୃଭାଷାରେ ଶିକ୍ଷାଦାନ ଭାରତର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟର ଏକ ନୂଆ ସ୍ୱରୂପ ଆରମ୍ଭ କରୁଛି । ସାମାଜିକ ନ୍ୟାୟ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।’’ ବିଶ୍ୱରେ ଭାଷାର ଅଧିକତା ଏବଂ ସେଗୁଡ଼ିକର ମହତ୍ୱକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବିଶ୍ୱର ଅନେକ ବିକଶିତ ଦେଶକୁ ସେମାନଙ୍କ ଆଞ୍ଚଳିକ ଭାଷା କାରଣରୁ ପ୍ରଗତି ମିଳିପାରିଛି । ପ୍ରଧାନମନ୍ତ୍ରୀ ୟୁରୋପର ଉଦାହରଣ ଦେଇ କହିଥିଲେ ଯେ ଅଧିକାଂଶ ଦେଶ ନିଜର ମୂଳ ଭାଷାକୁ ଉପଯୋଗ କରିଥାନ୍ତି । ଭାରତରେ ପ୍ରତିଷ୍ଠିତ ଭାଷାର ଏକ ଶୃଙ୍ଖଳା ସମୂହ ରହିଛି, କିନ୍ତୁ ସେଗୁଡ଼ିକୁ ପଛୁଆପଣର ଏକ ସଙ୍କେତ ରୂପରେ ଉପସ୍ଥାପନ କରାଯାଇଛି । ଏହା ପରିତାପର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ଯେଉଁମାନେ ଇଂରାଜୀ କହିପାରିନାହାନ୍ତି, ସେମାନଙ୍କୁ ଉପେକ୍ଷା କରାଯାଇଛି ଏବଂ ସେମାନଙ୍କ ପ୍ରତିଭାକୁ ପରିଚୟ ମିଳିପାରିନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ଫଳସ୍ୱରୂପ ଗ୍ରାମୀଣ କ୍ଷେତ୍ରର ପିଲାମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ସେ ଜୋର ଦେଇ କହିଥିଲେ ଯେ ଦେଶ ଏବେ ଜାତୀୟ ଶିକ୍ଷା ନୀତିର ଉଦ୍ଭବ ସହିତ ଏହି ବିଶ୍ୱାସକୁ ଦୂରେଇ ଦେବା ଆରମ୍ଭ କରିଛି । ଶ୍ରୀ ମୋଦୀ କହିଥିଲେ ଯେ, ମିଳିତ ଜାତିସଂଘରେ ମଧ୍ୟ ମୁଁ ଭାରତୀୟ ଭାଷାରେ ହିଁ କଥା ହୋଇଥାଏ ।’’

ପ୍ରଧାନମନ୍ତ୍ରୀ ରେଖାଙ୍କିତ କରି କହିଥିଲେ ଯେ ସାମାଜିକ ବିଜ୍ଞାନ ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ପର୍ଯ୍ୟନ୍ତ ବିଷୟ ଏବେ ଭାରତୀୟ ଭାଷାରେ ପଢ଼ାଯିବ । ଶ୍ରୀ ମୋଦୀ କହିଥିଲେ, ‘‘ଯେତେବେଳେ ଛାତ୍ରଛାତ୍ରୀ ଏକ ଭାଷାରେ ଆତ୍ମବିଶ୍ୱାସୀ ହୋଇଥାନ୍ତି, ସେମାନଙ୍କର କୌଶଳ ଏବଂ ପ୍ରତିଭା ବିନା କୌଣସି ବାଧାରେ ବିକଶିତ ହୋଇଥାଏ।’’ ସେ ଆହୁରି କହିଥିଲେ, ଯେଉଁ ଲୋକମାନେ ନିଜ ସ୍ୱାର୍ଥ ପାଇଁ ଭାଷାର ରାଜନୀତିକରଣ କରିବା ପାଇଁ ଚେଷ୍ଟା କରିଥାନ୍ତି, ସେମାନଙ୍କୁ ଏବେ ନିଜର ଦୋକାନ ବନ୍ଦ କରିବାକୁ ହେବ । ସେ କହିଥିଲେ, ‘‘ଜାତୀୟ ଶିକ୍ଷା ନୀତି ଦେଶର ପ୍ରତ୍ୟେକ ଭାଷାକୁ ଉଚିତ୍‌ ସମ୍ମାନ ଓ ଶ୍ରେୟ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମକୁ ଆଗାମୀ ୨୫ ବର୍ଷର ଅମୃତ କାଳରେ ଆମକୁ ଏକ ଊର୍ଜାବାନ ନୂଆପିଢ଼ି ଗଠନ କରିବାକୁ ହେବ, ଏପରି ଏକ ପିଢ଼ି ଯାହା ଗୋଲାମୀ ମାନସିକତାରୁ ମୁକ୍ତ ଥିବ, ନବସୃଜନ ପାଇଁ ଆଗ୍ରହୀ ଥିବ ଏବଂ କର୍ତ୍ତବ୍ୟ ଭାବନାରେ ପରିପୂର୍ଣ୍ଣ ରହିଥିବ ।’’ ଏଥିରେ ଏନଇପି ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଉନ୍ନତମାନର ଶିକ୍ଷା ବିଭିନ୍ନ ମାପଦଣ୍ଡ ମଧ୍ୟରୁ ଭାରତର ସବୁଠୁ ବଡ଼ ପ୍ରୟାସ ହେଉଛି ସମାନତା । ସେ କହିଥିଲେ, ‘‘ଏନଇପିର ପ୍ରାଥମିକତା ହେଉଛି ଭାରତର ପ୍ରତ୍ୟେକ ଯୁବପିଢ଼ିଙ୍କୁ ସମାନ ଶିକ୍ଷା ଓ ସମାନ ସୁଯୋଗ ପ୍ରଦାନ କରିବା’’ । ସେ ଏଥିପ୍ରତି ଜୋର ଦେଇ କହିଥିଲେ ଯେ, ଏହା କେବଳ ସ୍କୁଲ୍‌ ଖୋଲିବାରେ ସୀମିତ ନୁହେଁ । ଶିକ୍ଷା ସହିତ ସମ୍ବଳରେ ମଧ୍ୟ ସମାନତା ଅଣାଯିବା ଉଚିତ୍‌ । ଏହାର ଅର୍ଥ ହେଉଛି ପ୍ରତ୍ୟେକ ପିଲାକୁ ନିଜ ପସନ୍ଦ ଓ କ୍ଷମତା ଅନୁସାରେ ବିକଳ୍ପ ମିଳିବା ଉଚିତ୍‌ ବୋଲି ସେ କହିଥିଲେ । ‘‘ଶିକ୍ଷାରେ ସମାନତାର ଅର୍ଥ ହେଉଛି, ସ୍ଥାନ, ବର୍ଗ କିମ୍ବା ଧର୍ମ ଆଧାରରେ କେହି ଜଣେ ହେଲେ ପିଲା ଶିକ୍ଷାରୁ ବଞ୍ଚିତ ହେବା ଉଚିତ୍‌ ନୁହେଁ ।’’ ସେ କହିଥିଲେ, ପିଏମ ଶ୍ରୀ ଯୋଜନା ଅଧୀନରେ ହଜାର ହଜାର ବିଦ୍ୟାଳୟର ଉନ୍ନତିକରଣ କରାଯାଉଛି । ସେ କହିଥିଲେ, 5-ଜି ଯୁଗରେ ଆଧୁନିକ ବିଦ୍ୟାଳୟ ଆଧୁନିକ ଶିକ୍ଷାର ମାଧ୍ୟମ ପାଲଟିବେ । ଆଦିବାସୀ ଗାଁରେ ଇଣ୍ଟରନେଟ୍‌ ସୁବିଧା, ଏକଲବ୍ୟ ବିଦ୍ୟାଳୟ ଏବଂ ଦୀକ୍ଷା, ସ୍ୱୟଂ ଓ ସ୍ୱୟଂପ୍ରଭା ଭଳି ମାଧ୍ୟମ ଜରିଆରେ ଛାତ୍ରଛାତ୍ରୀ ଶିକ୍ଷା ହାସଲ କରୁଛନ୍ତି । ଭାରତ ଏବେ ଶିକ୍ଷା ପାଇଁ ଆବଶ୍ୟକ ସମ୍ବଳର ଅଭାବକୁ ପୂରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଧନ୍ଦାମୂଳକ ଶିକ୍ଷାକୁ ସାଧାରଣ ଶିକ୍ଷା ସହିତ ଏକୀକୃତ କରିବା ଲାଗି ପଦକ୍ଷେପ ଏବଂ ଶିକ୍ଷାକୁ ଅଧିକ ରୋଚକ ଓ ଇଣ୍ଟରଆକ୍ଟିଭ୍‌ କରିବା ପଦ୍ଧତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପରୀକ୍ଷାଗାର ଏବଂ ପ୍ରାକ୍ଟିକାଲ ସୁବିଧା ପୂର୍ବରୁ ମାତ୍ର ଅଳ୍ପ କିଛି ବିଦ୍ୟାଳୟ ମଧ୍ୟରେ ସୀମିତ ଥିଲା। ପ୍ରଧାନମନ୍ତ୍ରୀ ଅଟଳ ଟିଙ୍କରିଂ ଲ୍ୟାବ୍‌ର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ, ୭୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ଓ ନବସୃଜନ ସମ୍ପର୍କରେ ଏହି ଲ୍ୟାବ୍‌ ଜରିଆରେ ଶିକ୍ଷାଲାଭ କରିପାରୁଛନ୍ତି । ବିଜ୍ଞାନ ନିଜକୁ ସମସ୍ତଙ୍କ ପାଇଁ ସରଳ କରିଥାଏ । ଯୁବ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନେତୃତ୍ୱ ନେଇ ଦେଶର ଭବିଷ୍ୟତକୁ ଆକାର ଦେବେ ଏବଂ ଭାରତକୁ ବିଶ୍ୱର ଗବେଷଣା କେନ୍ଦ୍ରରେ ବଦଳାଇ ଦେବେ ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ, ଯେକୌଣସି ସଂସ୍କାର ପାଇଁ ସାହସର ଆବଶ୍ୟକତା ହୋଇଥାଏ। ସାହସର ଉପସ୍ଥିତି ନୂଆ ସମ୍ଭାବନାକୁ ଜନ୍ମ ଦେଇଥାଏ। ଆଜି ବିଶ୍ୱ ଭାରତକୁ ନୂଆ ସମ୍ଭାବନାର ଉତ୍ପତି ସ୍ଥଳ ଭାବେ ଦେଖୁଛି । ସଫ୍ଟୱେର ଟେକ୍ନୋଲୋଜି ଏବଂ ମହାକାଶ ପ୍ରଯୁକ୍ତିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ ଭାରତର କ୍ଷମତା ସହ ମୁକାବିଲା ସହଜ ନୁହେଁ । ପ୍ରତିରକ୍ଷା ପ୍ରଯୁକ୍ତି ବିଷୟରେ ସେ କହିଥିଲେ ଯେ, ଭାରତର କମ ଖର୍ଚ୍ଚ ଓ ସର୍ବୋତ୍ତମ ଗୁଣବତ୍ତା ମଡେଲ୍‌ ନିଶ୍ଚିତ ଭାବେ ଲୋକପ୍ରିୟ ହେବ । ସେ ଆହୁରି କହିଥିଲେ ଯେ ଭାରତର ଔଦ୍ୟୋଗିକ ସମ୍ମାନ ଓ ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ଇକୋସିଷ୍ଟମ ବିସ୍ତାର ହେବା ସହିତ ବିଶ୍ୱରେ ଭାରତର ଶିକ୍ଷା ବ୍ୟବସ୍ଥା ପ୍ରତି ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଛି । ସେ କହିଥିଲେ ଯେ ସବୁ ବିଶ୍ୱ ମାନ୍ୟତାରେ ଭାରତୀୟ ଶିକ୍ଷାନୁଷ୍ଠାନର ସଂଖ୍ୟା ବଢ଼ୁଛି । ଜାଞ୍ଜିବର ଓ ଆବୁଧାବିରେ ଦୁଇଟି ଆଇଆଇଟି କ୍ୟାମ୍ପସ୍‌ ଖୋଲିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଆହୁରି ଅନେକ ଦେଶ ଆମକୁ ସେମାନଙ୍କ ମାଟିରେ ଆଇଆଇଟି ଖୋଲିବା ପାଇଁ ଅନୁରୋଧ କରୁଛନ୍ତି ବୋଲି ସେ କହିଥିଲେ । ଶିକ୍ଷା ଇକୋସିଷ୍ଟମରେ ହେଉଥିବା ସକାରାତ୍ମକ ପରିବର୍ତ୍ତନ କାରଣରୁ ଭାରତରେ ନିଜ କ୍ୟାମ୍ପସ୍‌ ଖୋଲିବା ପାଇଁ ଇଚ୍ଛାକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ସୂଚନା ଦେଇ କହିଥିଲେ ଯେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଗୁଜରାଟର ଗିଫ୍ଟ ସିଟରେ ନିଜର କ୍ୟାମ୍ପସ ଖୋଲିବାକୁ ଯାଉଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଜବୁତ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ କାମ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସ୍କୁଲ ଓ କଲେଜକୁ ଏହି ବିପ୍ଲବର କେନ୍ଦ୍ରରେ ପରିଣତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ମୋଦୀ ଜୋର ଦେଇ କହିଥିଲେ, ସକ୍ଷମ ଯୁବକମାନଙ୍କୁ ନିର୍ମାଣ କରିବା ଏକ ମଜବୁତ ରାଷ୍ଟ୍ର ନିର୍ମାଣର ସବୁଠୁ ବଡ଼ ଗ୍ୟାରେଣ୍ଟି ଏବଂ ମାତାପିତା ଓ ଶିକ୍ଷକ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସପୂର୍ଣ୍ଣ ଜିଜ୍ଞାସା ଓ କଳ୍ପନାର ଉଡ଼ାଣ ପାଇଁ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କୁ ନିବେଦନ କରିଥିଲେ । ସେ କହିଥିଲେ, ଆମକୁ ଭବିଷ୍ୟତ ଉପରେ ନଜର ରଖିବାକୁ ହେବ ଏବଂ ଭବିଷ୍ୟବାଦୀ ମାନସିକତା ସହିତ ଚିନ୍ତା କରିବାକୁ ହେବ । ଆମକୁ ପିଲାମାନଙ୍କୁ ବହିର ଚାପରୁ ମୁକ୍ତ କରିବାକୁ ହେବ ।

ମଜବୁତ ଭାରତରେ ବିଶ୍ୱର ଜିଜ୍ଞାସା ଆମ ଉପରେ ବଢ଼ୁଥିବାର ଉତ୍ତରଦାୟିତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ଯୋଗ, ଆୟୁର୍ବେଦ, କଳା ଓ ସାହିତ୍ୟର ମହତ୍ୱ ସମ୍ପର୍କରେ ପରିଚିତ ହେବା ସମ୍ପର୍କରେ ସ୍ମରଣ କରାଇ ଦେଇଥିଲେ । ସେ ୨୦୪୭ ପର୍ଯ୍ୟନ୍ତ ଭାରତର ‘ବିକଶିତ ଭାରତ’ ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନର ପିଢ଼ିର ମହତ୍ୱ ବିଷୟରେ ଜଣାଇବା ନିମନ୍ତେ ଶିକ୍ଷକମାନଙ୍କୁ ସ୍ମରଣ କରାଇ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ ଦେଶର ଅମୃତ କାଳରେ ଯୁବକମାନଙ୍କୁ ଦେଶର ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଏନ୍‍ଇପି ୨୦୨୦ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ମୌଳିକ ମୂଲ୍ୟବୋଧରେ ରଖିବା ସହିତ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସାମନା କରିବା ପାଇଁ ପ୍ରସ୍ତୁତ କରିବା । ଏହା କାର୍ଯ୍ୟକାରୀ ହେବାର ତିନି ବର୍ଷ ମଧ୍ୟରେ ଏହି ନୀତି ବିଦ୍ୟାଳୟ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛି । ୨୯ ଏବଂ ୩୦ ଜୁଲାଇରେ ଅନୁଷ୍ଠିତ ହେଉଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‍, କ୍ଷେତ୍ର ବିଶେଷଜ୍ଞ, ନୀତି ନିର୍ମାତା, ଶିଳ୍ପ ପ୍ରତିନିଧୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ପ୍ରତିଷ୍ଠାନକୁ ସେମାନଙ୍କର ଜ୍ଞାନ, ସଫଳତା ବିନିମୟ କରିବେ । ଏନ୍‍ଇପି ୨୦୨୦ କାର୍ଯ୍ୟକାରୀ କରିବାରେ ସେମାନଙ୍କର ଅନ୍ତର୍ଦୃଷ୍ଟି ଓ ସର୍ବୋତ୍ତମ ଅଭ୍ୟାସ ଏବଂ ଏହାକୁ ଆହୁରି ଆଗକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିବ ।

ଅଖିଳ ଭାରତୀୟ ଶିକ୍ଷା ସମାଗାମରେ ଷୋହଳଟି ଅଧିବେଶନ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ ପ୍ରଶାସନ, ସମାନତା ଏବଂ ସମାବେଶୀ ଶିକ୍ଷା, ସାମାଜିକ-ଅର୍ଥନୈତିକ ଅନଗ୍ରସର ଗୋଷ୍ଠୀର ପ୍ରସଙ୍ଗ, ଜାତୀୟ ପ୍ରତିଷ୍ଠାନ ମାନ୍ୟତା ଢାଞ୍ଚା, ଭାରତୀୟ ଜ୍ଞାନ ବ୍ୟବସ୍ଥା, ଶିକ୍ଷାର ଅର୍ନ୍ତଜାତୀୟକରଣ ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌ ଶ୍ରୀ ଯୋଜନାର ପ୍ରଥମ କିସ୍ତି ଜାରି କରିଛନ୍ତି । ଏହି ଯୋଜନାରେ ସାମିଲ ବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଶିକ୍ଷା ନୀତିର ପରିକଳ୍ପନା ଅନୁଯାୟୀ ଛାତ୍ରଛାତ୍ରୀଙ୍କର ଏଭଳି ବିକାଶ କରିବେ ଯାହାଫଳରେ ସେମାନେ ଏକ ସମାନତାପୂର୍ଣ୍ଣ, ସମାବେଶୀ ଓ ବହୁଳବାଦୀ ସମାଜ ନିର୍ମାଣରେ ସମ୍ପୃକ୍ତ, ଉତ୍ପାଦକ ଓ ଯୋଗଦାନକାରୀ ନାଗରିକ ହୋଇପାରିବେ । ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମରେ ପୁସ୍ତକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।