ଭୁବନେଶ୍ଵର: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସେ ଶ୍ରୀକ୍ଷେତ୍ର ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏହାପରେ ସେ କୋଣାର୍କ ଗସ୍ତରେ ଯିବେ। ଡିସେମ୍ବର ୨୮ ତାରିଖ ଦିନ ସେ ରଘୁରାଜପୁର, ଧଉଳି ଶାନ୍ତିସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ବର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
୨୯ ତାରିଖ ସୋମବାର ଅପରାହ୍ନ ୩ଟାବେଳେ ଶ୍ରୀ କୁମାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧିତ କରିବେ। ସେହିଦିନ ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।


