Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଆଇଟି ରାଉରକେଲାରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ଆଜିର ଖବର

ଏନଆଇଟି ରାଉରକେଲାରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

December 27, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏନଆଇଟି ରାଉରକେଲାରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ଏନଆଇଟି ରାଉରକେଲାରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ରାଉରକେଲା: ରାଉରକେଲା ଏଆଇଟି ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀମାନେ ନିଜସ୍ୱ ଷ୍ଟାର୍ଟଅପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାର ସାମର୍ଥ୍ୟ ରଖୁଛନ୍ତି। ଆଗାମୀ ଦିନରେ ସମାଜର ଜଟିଳ ସମସ୍ୟା ଯଥା- ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଗବେଷଣା ନୂଆ ଦିଗ ଦେଖାଇବ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଏବଂ ଏନଆଇଟିର ମିଳିତ ସହଯୋଗରେ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଆଜି ଏନଆଇଟି କ୍ୟାମ୍ପସ ପରିସରରେ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଏହି ପରିସରରେ ବ୍ୟାଡମିଣ୍ଟନ କୋର୍ଟ ବିଶିଷ୍ଟ ବହମୁଖୀ ସଭାଗୃହ, ଓପନ ଏୟାର ଥିଏଟର ଏବଂ ଆନୁଷଙ୍ଗିକ ସୁବିଧା ରହିଛି। ସେହିପରି ୯୧.୧୮ କୋଟି ଟଙ୍କା ବ୍ୟୟରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ନୂତନ ଭବନ, ୫୫.୩୫ କୋଟି ଟଙ୍କା ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ  ଛାତ୍ରୀନିବାସ,  ୩୩.୫୧ କୋଟି ଟଙ୍କା ବ୍ୟୟରେ ଅତିଥି ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ କହିଥିଲେ ଲୋକାର୍ପିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ଛାତ୍ରଛାତ୍ରୀମାନଙ୍କୁ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ବରଂ ସୃଜନଶୀଳ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନୂତନ ଶିଖରରେ ପହଞ୍ଚାଇବାରେ ସାହାଯ୍ୟ କରିବ। ସେହିପରି ଶିଳାନ୍ୟାସ ହୋଇଥିବା ନୂତନ ସୁବିଧା ସୁଯୋଗଗୁଡ଼ିକ ଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ଏବଂ ଏନଆଇଟି ରାଉରକେଲାର ପରିଚୟ ସୁଦୂରପ୍ରସାର ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲା କେବଳ ଏକ ସହର ନୁହେଁ ବରଂ ଲୋକଙ୍କ ଭାବାବେଗ ସହ ଜଡ଼ିତ। ଓଡ଼ିଶା ତଥା ଦେଶର ଶିଳ୍ପ ଏବଂ ଶିକ୍ଷାର ଏକ ପ୍ରମୁଖ ସ୍ତମ୍ଭ। ଏଠାରେ ସ୍ଥାପିତ ଏନଆଇଟି ଏନଆଇଆରଏଫ ରାଙ୍କିଂରେ ଦେଶର ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ ଅନୁଷ୍ଠାନ ମଧ୍ୟରେ ୧୩ତମ ସ୍ଥାନରେ ଅଛି। ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏଏନଆରଏଫ) ର ପ୍ରତିଷ୍ଠିତ ପେୟାର କାର୍ଯ୍ୟକ୍ରମ ଅଧୀନରେ ଏନଆଇଟି ରାଉରକେଲାକୁ ଦେଶର ୭ଟି ହବ୍ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଭାବେ ଚୟନ କରାଯାଇଛି। ଏହି ଅନୁଷ୍ଠାନର ପୁରାତନ ଛାତ୍ର ଦେବେନ୍ଦ୍ର ପ୍ରଧାନ ଏବଂ ବିଶ୍ୱଜିତ୍ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ ‘କୋରାଟିଆ ଟେକ୍ନୋଲୋଜି’ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଛି। ଅଣ୍ଡର-ୱାଟର ରୋବୋଟିକ୍ସରେ ବିଶେଷଜ୍ଞତା ହାସଲ କରିଥିବା ଏହି ଷ୍ଟାର୍ଟଅପ୍ ଏମଜିଏଫ କବଚ୍ଚରୁ ୧୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହାସଲ କରିଛି। ଏହି କମ୍ପାନୀ ଭାରତୀୟ ନୌସେନାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଣ୍ଡର ଓ୍ୱାଟର ରିମୋଟଲି ଅପରେଟେଡ ଭେଇକିଲ (ୟୁଡବ୍ଲୁଆରଓଭି) ଯୋଗାଇବା ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଛି। ଏହି ଉଦାହରଣ ପ୍ରମାଣ କରୁଛି ଯେ ଏନଆଇଟି ରାଉରକେଲା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଦେଶର ସମସ୍ୟା ସମାଧାନର ଏକ କେନ୍ଦ୍ର ପାଲଟିଛି।

ଏହି ଶିକ୍ଷାନୁଷ୍ଠାନର ଆଲୁମିନି ଜୀବନ୍ତ ଏବଂ ଏନଆଇଟି ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାର ଗ୍ରୋଥ୍ ଇଞ୍ଜିନ।  ଏହି ଶିକ୍ଷାନୁଷ୍ଠାନରେ ଏଆଇ ଓ ରୋବୋଟିକ୍ସ ଭଳି ଆଧୁନିକ ବିଷୟ ଯୋଡାଯାଇଛି। ଆଗାମୀ ଦିନରେ ଦେଶରେ ଏକ ପ୍ରମୁଖ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର ଏନଆଇଟି ରାଉରକେଲା ହେବ ବୋଲି ଆଶା। ଅପରପକ୍ଷରେ ରାଉରକେଲା ଇସ୍ପାତ୍ କାରଖାନାରେ ପ୍ରାୟ ୫ ମିଲିୟନ ଟନ ଷ୍ଟିଲ୍ ଉତ୍ପାଦନ କରାଯାଉଛି। ଏହାକୁ ୨୦୩୦ ସୁଦ୍ଧା ୯.୮ ମିଲିୟନ ଟନକୁ ବଢାଇ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ୱାରା ପାଖାପାଖି ୩୫ ରୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ, ଯଦ୍ୱାରା ରୋଜଗାରର ଅବସର ବଢିବ।

୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ଓଡ଼ିଶା ଯେତେବେଳେ ୨୦୩୬ରେ ଶହେ ବର୍ଷ ପୂରଣ କରିବ, ଭାରତ ଯେତେବେଳେ ୨୦୪୭ରେ ନିଜର ସ୍ୱାଧୀନତାର ଶହେ ବର୍ଷ ପାଳନ କରିବ, ସେତେବେଳେ ଏନଆଇଟି ରାଉରକେଲା ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଭୂମିକା ନିର୍ଣ୍ଣାୟକ ହେବ।

ଏହି ଅବସରରେ ଶ୍ରୀ ପ୍ରଧାନ ଏନଆଇଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ବ୍ୟାଡମିଣ୍ଟନ ଖେଳିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ, ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତି, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଏନଆଇଟି ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଲୋକାର୍ପଣ ଓ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

February 9, 2026

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026

ଆଜି ଫେବୃୟାରୀ ୯ ତାରିଖ ସୋମବାରରେ ଏହି ରାଶିଗୁଡିକର ହେବ ଧନ ବୃଦ୍ଧି

February 9, 2026
Latest News

ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

February 9, 2026

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026

ଆଜି ଫେବୃୟାରୀ ୯ ତାରିଖ ସୋମବାରରେ ଏହି ରାଶିଗୁଡିକର ହେବ ଧନ ବୃଦ୍ଧି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.