Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ
ଆଜିର ଖବର

ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ

December 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ
ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ହଟକେଶ୍ୱର ପ୍ରାଙ୍ଗଣରେ ଥିବା ସଭା ଗୃହରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ହଟକେଶ୍ୱର ମକର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବେଗୁନିଆ ତହସିଲଦାର, ଖୋର୍ଦ୍ଧା ଏସ ଡି ପି ଓ, ବେଗୁନିଆ ଆଇ ଆଇ ସି, ପୂର୍ତ୍ତ ଏସ ଡି ଓ, ଇଲେକ୍ଟ୍ରିକାଲ ଏସ ଡି ଓ, ବେଗୁନିଆ ସି ଡି ପି ଓ, ବେଗୁନିଆ ବ୍ଲକ୍ ଶିକ୍ଷା ଅଧିକାରୀ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଏବଂ ଲାଇନ ଡିପାର୍ଟ ମେଣ୍ଟ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ସ୍ୱାଗତ ଭାଷଣ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ପ୍ରଦାନ କରିଥିବା ବେଳେ ସି ଆର ସି ସି ସୁଧାକର ସେଠୀ ହଟକେଶ୍ୱର ମକର ମହୋତ୍ସବ ସମ୍ବନ୍ଧରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଅଧ୍ୟକ୍ଷ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ସାହୁ ମହୋତ୍ସବ ସ୍ଥଳ ଚତୁର୍ପାର୍ଶ୍ଵ ରାସ୍ତା ଘାଟ ମରାମତି, ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ପାନୀୟ ଜଳ ଯୋଗାଣ, ଅଗ୍ନିଶମ ସେବା ଆଦି ଗୁରୁତ୍ଵ ପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ସମୀକ୍ଷା କରି ହଟକେଶ୍ୱର ମକର ମହୋତ୍ସବ ରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ମହୋତ୍ସବ ସ୍ଥଳରେ ରହି ସେମାନଙ୍କୁ ନ୍ୟସ୍ତ ସେବାଗୁଡିକୁ ଯୋଗାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ।

ମହୋତ୍ସବକୁ ସ୍ମରଣୀୟ କରିବା ନିମନ୍ତେ ବ୍ଲକ୍ ଶିକ୍ଷା ଅଧିକାରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଐତିହ୍ୟ ଓ ସଂସ୍କୃତି ମୂଳକ ପ୍ରତିଯୋଗିତା କରାଇବେ। ସେହିପରି ପାନୀୟ ଜଳ ଟ୍ୟାଙ୍କର, ରାସ୍ତାରେ ପାଣି ସିଞ୍ଚନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ସମ୍ପାଦନ କରିବେ। ବିଭିନ୍ନ ପ୍ରତିଭାକୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ଦାୟିତ୍ବ ନିର୍ବାହ କରିବେ।

ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ହଟକେଶ୍ୱର ମକର ମହୋତ୍ସବ ଶୁଭ ଖୁଣ୍ଟି ସ୍ଥାପନ ନିମନ୍ତେ ଶୁଭ ଦିନ, ଶୁଭ ସମୟ ପାଞ୍ଜି ଦେଖି ଅନୁଷ୍ଠିତ ହେବ। ରାସ୍ତାଘାଟ ବିଜୁଳି ଆଲୋକି କରଣ ଏସ ଡି ଓ, ଇଲେକ୍ଟ୍ରିକାଲ କାର୍ଯ୍ୟ ସମ୍ପାଦନ କରିବେ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବାର ପଲ୍ଲୀ ର ସଭାପତି ଓ ସଭ୍ୟଗଣ,ମହୋତ୍ସବ କମିଟି କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଦିଲ୍ଲୀପ କୁମାର ମହାପାତ୍ର,ବାଘମାରି ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବେଗୁନିଆ ସଦର ମହକୁମା ବରିଷ୍ଠ ନାଗରିକ, ହଟକେଶ୍ୱର ମନ୍ଦିର କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରଭୁ ହଟକେଶ୍ୱରଙ୍କ ପବିତ୍ର ମକର ମହୋତ୍ସବ ଶାନ୍ତି ଶୃଙ୍ଖଳା ଭାଇଚାରା ସହକାରେ ସମ୍ପନ୍ନ କରିବାକୁ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ପ୍ରସ୍ତୁତି ବୈଠକ ମକର ମହୋତ୍ସବ ହଟକେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.