Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ବର୍ଷରେ ନୂଆ ରେକର୍ଡ, ଗୋଟିଏ ଦିନରେ ମୁକ୍ତିଲାଭ କଲା ୧୫ଟି ମ୍ୟୁଜିକ୍ ଭିଡିଓ
ଆଜିର ଖବର

ନୂଆ ବର୍ଷରେ ନୂଆ ରେକର୍ଡ, ଗୋଟିଏ ଦିନରେ ମୁକ୍ତିଲାଭ କଲା ୧୫ଟି ମ୍ୟୁଜିକ୍ ଭିଡିଓ

December 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମ୍ୟୁଜିକ୍ ଭିଡିଓ
ନୂଆ ବର୍ଷରେ ନୂଆ ରେକର୍ଡ, ଗୋଟିଏ ଦିନରେ ମୁକ୍ତିଲାଭ କଲା ୧୫ଟି ମ୍ୟୁଜିକ୍ ଭିଡିଓ

ଭୁବନେଶ୍ଵର: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ମ୍ୟୁଜିକ୍ ଭିଡ଼ିଓର ଚାହିଦା ଢେର ବେଶୀ ଥିବାରୁ, ମ୍ୟୁଜିକ୍ ଭିଡ଼ିଓ ନିର୍ଦ୍ଦେଶକ ବାବୁ ବାବୁ ୨୦୨୬ ନୂଆ ବର୍ଷ ଉପଲକ୍ଷେ ପନ୍ଦରଟି ମ୍ୟୁଜିକ୍ ଭିଡିଓ ନିର୍ଦ୍ଦେଶନା ଦେଇ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ସେହି ଅବସରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ନିର୍ଦ୍ଦେଶକ ବାବୁ ବାବୁଙ୍କର ନିର୍ଦ୍ଦେଶିତ ପନ୍ଦର ଗୀତଟି ରିଲିଜ୍ ହୋଇଛି।

ଏହି ରିଲିଜ୍ ଉତ୍ସବରେ ସଙ୍ଗୀତ ଦୁନିଆର ବରିଷ୍ଠ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଳିତ, ଡଃ ସଂଳାପ ଲେଖକ ରଜନୀ ରଞ୍ଜନ, ଆଲବମ ଦୁନିଆର ବାଦଶାହ ବରିଷ୍ଠ ଅଭିନେତା ବବି ମିଶ୍ର, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଜଲି ସ୍ୱାଇଁ, ଅଭିନେତା କୈଳାଶ ମହାପାତ୍ର, ପ୍ରଯୋଜକ ରାଘବ ସ୍ୱାଇଁ, ଅନ୍ୟାନ୍ୟ ପ୍ରଯୋଜକଙ୍କ ସମେତ ନିର୍ଦ୍ଦେଶକ ବାବୁ ବାବୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପିକା ଗୁଡ୍ଡୀ ସଂଯୋଜନା କାରିଥିଲେ।

ତେବେ, ଏବେ ଚଳଚ୍ଚିତ୍ର ଗୀତ ଅପେକ୍ଷା ଶ୍ରୋତା ତଥା ଦର୍ଶକ ମ୍ୟୁଜିକ୍ ଭିଡ଼ିଓ ପ୍ରତି ଅଧିକ ଆକୃଷ୍ଟ ହେଉଥିବାରୁ ଏବେ ଯଥେଷ୍ଟ ବ୍ୟୟରେ ପ୍ରଯୋଜକମାନେ ମ୍ୟୁଜିକ୍ ଭିଡିଓ ନିର୍ମାଣ କରୁଛନ୍ତି। ନିର୍ଦ୍ଦେଶକ ବାବୁ ବାବୁ ଗତ ବର୍ଷ ଗୋଟିଏ ଦିନରେ ଦଶଟି ମ୍ୟୁଜିକ୍ ଭିଡ଼ିଓ ରିଲିଜ୍ କରି ରେକର୍ଡ ସୃଷ୍ଟି କରିଥିଲେ। ତେବେ ଏବେ ପନ୍ଦରଟି ଗୀତ ଏକା ସାଙ୍ଗରେ ରିଲିଜ୍ କରି ପୁଣି ରେକର୍ଡ ସୃଷ୍ଟି କରିଛନ୍ତି। ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ଅନେକ ନବାଗତ ନାୟକ, ନାୟିକାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ତଥା ଟେଲିଭିଜନ ଦୁନିଆର ଅନେକ ନାମୀ କଳାକାର ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି।

ସେହିପରି ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ମଧ୍ୟ ସୃଷ୍ଟି ହେବା ସହିତ ନାମୀ କଳାକାର ମଧ୍ୟ ରୋଜଗାର ପାଇଛନ୍ତି। ବାବୁ ବାବୁ ଜଣେ ସ୍ନେହୀ ନିର୍ଦ୍ଦେଶକ ହୋଇଥିବାରୁ ସମସ୍ତ ଟେକ୍ନିସିଆନ୍ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ ଥାଆନ୍ତି। ବାବୁ ବାବୁଙ୍କ ସଚ୍ଚୋଟ ପଣିଆ ଏବଂ କାର୍ଯ୍ୟଶୈଳୀ ପାଇଁ ଅନେକ ନୂଆ, ପୁରୁଣା ପ୍ରଯୋଜକମାନେ ତାଙ୍କ ଉପରେ ବହୁତ ଭରସା କରିଥାନ୍ତି। ଏଯାବତ ଦୁଇ ଶହରୁ ଅଧିକ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇ ଓଡିଶାବାସୀଙ୍କୁ ପ୍ରିୟ ହୋଇପାରିଛନ୍ତି। ମୁଁ ଭଲରେ ନାହିଁ ରେ କାଳିଆ, ଥରୁଟେ କହିଦେ ଖାଲି, ତୋ ପ୍ରେମ ମୋ ପାଇଁ ଜରୁରୀ ହେଉ, ଗୋଟେ କପ କଫି, ଆଖି ପଲକେ ମୋ ତୁ, ତୋ ଭଲ ପାଇବା ମୋର ଦରକାର, କଜଳ, ମୋ ହୃଦୟ ତତେ ଜଗିଲା, ଟୁକେଲ ତୁଇ ଆମ ସମ୍ବଲପୁରର, ପ୍ରେମ ଋତୁ ଆସିଗଲା, ମିଛି ମିଛିକା ପ୍ରେମ ଭର୍ଜନ ୩, ଟିକେ ତୁ ଆଉ ଟିକେ ପ୍ରେମ ତୋର ଏବଂ ଗୁଡ଼ ମଠିଆ ଭଳି ପନ୍ଦର ଟି ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି।

ଓଡ଼ିଆ ଦର୍ଶକଙ୍କ ଭଲ ପାଇବା ଥିଲେ ନିର୍ଦ୍ଦେଶକ ବାବୁ ବାବୁ ବର୍ଷ ସାରା ଏମିତି ଗୋଟିଏ ପରେ ଗୋଟିଏ ହିଟ୍ ମ୍ୟୁଜିକ୍ ଭିଡ଼ିଓ ଦେଇଚାଲିବେ ବୋଲି ପ୍ରକାଶ କରିଛନ୍ତି।

ନୂଆ ବର୍ଷ ନୂଆ ରେକର୍ଡ ମ୍ୟୁଜିକ୍ ଭିଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.